ଯାଜପୁର : ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବୋଇତ ବନ୍ଦାଣ ର ପରମ୍ପରା ରହିଛି। କିନ୍ତୁ ଚଳିତ ବର୍ଷ କୋରୋନା କଟକଣା ଯୋଗୁଁ ସମସ୍ତ ମନ୍ଦିର ଓ ଜଳାଶୟ ଗୁଡିକ ଅଞ୍ଚଳରେ ୧୪୪ ଧାରା ଜାରି ହୋଇଛି। ଫଳରେ ବୋଇତ ବନ୍ଦାଣ କରିବାରୁ ଶ୍ରଦ୍ଧାଳୁ ମାନେ ବଂଚିତ ହୋଇଛନ୍ତି। ଯାଜପୁର ଜିଲ୍ଲାର ବିରଜା,ବରାହ,ଜଗନ୍ନାଥ ମନ୍ଦିର ସହିତ ଦଶାଶ୍ୱମେଧ ଘାଟ ଅଞ୍ଚଳରେ ୧୪୪ ଧାରା ଜାରି ହୋଇଛି। ସେହି ଅଞ୍ଚଳରେ ପୋଲିସ ମୁତୟନ ହୋଇଥିଲେ। ଯେଉଁମାନେ ଆଜି ବୋଇତ ଭସାଇବା ପାଇଁ ଆସିଥିଲେ ସେମାନଙ୍କୁ ପୋଲିସ ଫେରାଇ ଦେଇଥିଲା।