30.1 C
Bhubaneswar
Thursday, April 25, 2024
HomeUncategorizedଆରବିଆଇର ଶୀର୍ଷ ସ୍ତରରେ ଆଉ ଜଣେ ଓଡିଆ ଅଧିକାରୀଙ୍କ ନିଯୁକ୍ତି

ଆରବିଆଇର ଶୀର୍ଷ ସ୍ତରରେ ଆଉ ଜଣେ ଓଡିଆ ଅଧିକାରୀଙ୍କ ନିଯୁକ୍ତି

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କର ଶୀର୍ଷ ସ୍ତରରେ ଆଉ ଜଣେ ଓଡିଆ ଅଧିକାରୀ ନିଯୁକ୍ତ ହୋଇଛନ୍ତି । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଡେପୁଟି ଗଭର୍ଣ୍ଣର ଭାବେ ନିଯୁକ୍ତି ପାଇଛନ୍ତି ମାଇକେଲ ଦେବବ୍ରତ ପାତ୍ର । ପୂର୍ବରୁ ଆରବିଆଇର ଗଭର୍ଣ୍ଣର ଭାବେ ବରିଷ୍ଠ ପ୍ରଶାସକ ଶକ୍ତିକାନ୍ତ ଦାସ ଦାୟିତ୍ୱ ତୁଲାଉଥିବା ବେଳେ ଏବେ ଡେପୁଟି ଗଭର୍ଣ୍ଣର ଭାବେ ଓଡ଼ିଆ ଅଧିକାରୀ ମାଇକେଲ ପାତ୍ରଙ୍କୁ ମିଳିଛି ନିଯୁକ୍ତି । ସେ ତିନି ବର୍ଷ ପର୍ଯ୍ୟନ୍ତ ଏହି ଦାୟିତ୍ୱରେ ରହିବେ । ରିଜର୍ଭ ବ୍ୟାଙ୍କର ଚତୁର୍ଥ ଡେପୁଟି ଗଭର୍ଣ୍ଣର ଭାବେ ବିରଳ ଆଚାର୍ଯ୍ୟଙ୍କ ସ୍ଥାନରେ ମାଇକେଲଙ୍କୁ ଏହି ପଦରେ କେନ୍ଦ୍ର କ୍ୟାବିନେଟର ନିଯୁକ୍ତି କମିଟି ନିଯୁକ୍ତି ଦେଇଛି । ଫାଇନାନ୍ସିଆଲ ଷ୍ଟାବିଲିଟି ଉପରେ ସେ ହାର୍ବଡ ବିଶ୍ୱବିଦ୍ୟାଳୟରେ ପୋଷ୍ଟ ଡକ୍ଟୋରାଲ ରିସର୍ଚ୍ଚ କରିଛନ୍ତି । ଏହାପୂର୍ବରୁ ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସ ଆରବିଆଇର ଗଭର୍ଣ୍ଣର ଭାବେ ନିଯୁକ୍ତି ପାଇଥିଲେ ।
ଗତବର୍ଷ ଜୁଲାଇ ୨୩ରେ ଡେପୁଟି ଗଭର୍ଣ୍ଣର ପଦରୁ ବିରଳ ଆଚାର୍ଯ୍ୟ ଇସ୍ତଫା ଦେବାପରଠାରୁ ଏହି ପଦ ଖାଲି ପଡ଼ିଥିଲା । ଏଥିଲାଗି ୨୦୧୭ ମସିହାରେ ରିଜର୍ଭ ବ୍ୟାଙ୍କର ବରିଷ୍ଠ ପଦବୀରେ ଥିବା ମାଇକେଲ୍ ପାତ୍ର ଆବେଦନ କରିଥିଲେ । ୧୯୮୫ ମସିହାରେ ସେ ରିଜର୍ଭ ବ୍ୟାଙ୍କରେ ଯୋଗ ଦେଇଥିଲେ । ସେ ସେଂଟ୍ରାଲ ବ୍ୟାଙ୍କର ମନିଟାରୀ ପଲିସି ଡିଭିଜନର ଅତିରିକ୍ତ ଦାୟିତ୍ୱରେ ଥିଲେ । ଶ୍ରୀ ପାତ୍ର ଏହି ପଦରେ ୩ ବର୍ଷ ପାଇଁ କାର‌୍ୟ୍ୟ କରିବେ। ସେ ଆରବିଆଇର ୪ର୍ଥ ଗଭର୍ଣ୍ଣର । ତାଙ୍କ ପାଖରେ ମନିଟାରୀ ପଲିସି ବିଭାଗ ରହିବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking