34.1 C
Bhubaneswar
Friday, March 29, 2024
Homeଓଡିଶାସରପଞ୍ଚଙ୍କ ବେପରୁଆ ମନୋଭାବ : ସଙ୍ଗରୋଧ ସେଣ୍ଟର ପରିବର୍ତ୍ତେ ରଖିଲେ ଅନ୍ୟ ବିଦ୍ୟାଳୟରେ

ସରପଞ୍ଚଙ୍କ ବେପରୁଆ ମନୋଭାବ : ସଙ୍ଗରୋଧ ସେଣ୍ଟର ପରିବର୍ତ୍ତେ ରଖିଲେ ଅନ୍ୟ ବିଦ୍ୟାଳୟରେ

ଦେବଗଡ : କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ସହର ଠାରୁ ଗ୍ରାମାଞ୍ଚଳ ଯାଏଁ ଜନସାଧାରଣଙ୍କ ସଚେତନ କରିବା ସହ କରୋନା ମହାମାରୀକୁ ରୋକିବା ପାଇଁ ପଞ୍ଚାୟତ ସ୍ତରରେ ସରପଞ୍ଚମାନଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ପ୍ରଦାନ କରାଯାଇ ପଞ୍ଚାୟତ ସ୍ତରରେ କରୋନା ସଂକ୍ରମଣକୁ ରୋକିବା ପାଇଁ କାର୍ଯ୍ୟ କରିବାକୁ ସରକାରୀ ନିର୍ଦ୍ଧେଶନାମା ଜାରି କରିଥିଲେ । ମାତ୍ର କେତେକ ସ୍ଥାନରେ ସରପଞ୍ଚମାନଙ୍କ ଅଜ୍ଞତା ଓ ବେପରୁଆ ମନୋଭାବ ଯୋଗୁଁ ସରକାର ଲକ୍ଷସ୍ଥଳୀରେ ପହଞ୍ôଚ ପାରୁ ନଥିବା ବେଳେ ପ୍ରବାସୀ ନାଗରିକ ହଟହଟ୍ଟା ଓ ଉପେକ୍ଷିତ ହେଉଥିବା ଦେଖିବାକୁ ମିଳିଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ତିଲେଇବଣୀ ବ୍ଲକ୍ କେନ୍ଦେଇଜୁରୀ ପଞ୍ଚାୟତ କାକୁଡିଆ ଗ୍ରାମରେ ।
ସୂଚନା ଅନୁଯାୟୀ, କାକୁଡିଆ ଗ୍ରାମର ଶିବ ଚରଣ ସିଂଙ୍କ ପୁଅ ରଙ୍ଗଲାଲ ସିଂ (୩୬) ପଶ୍ଚିମବଙ୍ଗ ରାଜ୍ୟରେ ଟ୍ରକ୍ ଚାଳକଭାବେ କାର୍ଯ୍ୟ କରୁଥିଲେ । ସେ ଗତ ୧ ତାରିଖ ସକାଳ ୧୦ଟା ସମୟରେ କାକୁଡିଆସ୍ଥିତ ନିଜ ଗ୍ରାମକୁ ପହଞ୍ôଚବା ପରେ ଗ୍ରାମବାସୀ ତାଙ୍କୁ ଏକାନ୍ତବାସରେ ରହିବା ପାଇଁ କହିବା ସହ ସରପଞ୍ଚ ମହେଶ୍ୱର କିସାନଙ୍କୁ ସୂଚନା ଦେଇଥିଲେ । ତେବେ ସରପଞ୍ଚ ଶ୍ରୀ କିସାନ ପଶ୍ଚିମବଙ୍ଗ ଫେରନ୍ତା ରଙ୍ଗଲାଲଙ୍କୁ ଠେଲକଗୁଡି ଠାରେ ପଞ୍ଚାୟତ ପକ୍ଷରୁ ଖୋଲା ଯାଇଥିବା ଆଇସୋଲେସନ ସେଣ୍ଟରରେ ନ ରଖି ତାଙ୍କୁ କାକୁଡ଼ିଆ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକଙ୍କଠାରୁ ବିଦ୍ୟାଳୟର ଚାବି ନେଇ ସେଠାରେ ଏକ ଶ୍ରେଣୀ କଠୋରୀ ଖୋଲି ଚଟାଣରେ ଶୋଇବାକୁ ପରାମର୍ଶ ଦେଇ ଚାଲି ଯାଇଥିଲେ । ରଙ୍ଗଲାଲ ଗ୍ରାମ ଓ ନିଜ ପରିବାରର ହିତ ଦୃଷ୍ଟିରୁ ଉକ୍ତ ଶ୍ରେଣୀ କୋଠାରୀରେ ସଙ୍ଗରୋଧ ଭାବେ ରହୁଥିଲେ ମଧ୍ୟ ବିଜୁଳିି ବ୍ୟବସ୍ଥା ନ ଥିବା ଉକ୍ତ ବିଦ୍ୟାଳୟ ଶ୍ରେଣୀ କୋଠାରୀରେ ରଙ୍ଗଲାଲ ବିପଦ ପୂର୍ଣ୍ଣ ଭାବେ ରାତ୍ରି ଯାପନ କରୁଥିବା ଜଣା ପଡିଛି । ସେହିପରି ସଙ୍ଗରୋଧରେ ଥିବା ରଙ୍ଗଲାଲଙ୍କୁ ପରିବାର ଲୋକେ ନିଜ ଘରୁ ରନ୍ଧା ଖାଦ୍ୟ ଆଣିଖାଇବାକୁ ଦେଉଥିବା ବେଳେ ଜିଲ୍ଲାପାଳ କ୍ଷମତାଧାରୀ ସରପଞ୍ଚ କିନ୍ତୁ ଉକ୍ତ ବିଦ୍ୟାଳୟ ଶ୍ରେଣୀ କୋଠାରୀରେ ଖୋଲି ତାଙ୍କ ଦାୟିତ୍ୱ ସାରି ଦେଇଥିବା ଜଣାପଡିଛି । ବିଗତ ୧୦ ଦିନ ଧରି ରଙ୍ଗଲାଲ ନିଜ ପରିବାର ଗାଁ ଓ ପଞ୍ଚାୟତର ହିତ ଦୃଷ୍ଟିରୁ ସଙ୍ଗରୋଧ ରହି ପଡ଼ି ରହିଥିବା ବେଳେ ଆଜି ଯାଏଁ ତାଙ୍କର ସ୍ୱାବ ନମୁନା କିମ୍ବା ସ୍ୱାସ୍ଥ୍ୟଯାଞ୍ଚ କରାଯାଇପାରି ନାହିଁ । ଏହି ଘଟଣା ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ମିଳିବା ପରେ ଘଟଣା ସମ୍ପର୍କରେ ଗଣମାଧ୍ୟମର ପ୍ରତିନିଧିମାନେ ଜିଲ୍ଲା ପ୍ରଶାସନକୁ ଅବଗତ କରିଥିଲେ । ସୂଚନା ପାଇବା ପରେ ସନ୍ଧ୍ୟାରେ ତିଲେଇବଣୀ ବିଡିଓ କୃଷ୍ଣଚନ୍ଦ୍ର ଦଳପତ କାକୁଡ଼ିଆ ଗ୍ରାମସ୍ଥିତ ଉକ୍ତ ବିଦ୍ୟାଳୟକୁ ଯାଇ ଘଟଣାର ତଦନ୍ତ କରିବା ସହ ରଙ୍ଗଲାଲକୁ ଠେଲକଗୁଡି ସ୍ଥିତ ପଞ୍ଚାୟତ ଆଇସୋଲେସନ ସେଣ୍ଟରକୁ ସ୍ଥାନାନ୍ତର ପାଇଁ ଚେଷ୍ଟା କରିଥିଲେ ମଧ୍ୟ ରଙ୍ଗଲାଲ ପଞ୍ଚାୟତ ଆଇସୋଲେସନ ସେଣ୍ଟରରେ ସୁରତ ଫେରନ୍ତା ପ୍ରବାସୀ ଓଡ଼ିଆ ରହୁଥିବାରୁ ସେଠାକୁ ଯିବାକୁ ମନା କରି ସେହିଠାରେ ହିଁ ଆଉ କିଛି ଦିନ ରହିବାକୁ ଇଚ୍ଛା ପ୍ରକାଶ କରିଥିଲେ । ତେବେ ଆସନ୍ତାକାଲି ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀମାନେ ଆସି ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ସ୍ୱାବ ନମୁନା ସଂଗ୍ରହ କରିବେ ବୋଲି ଶ୍ରୀ ଦଳପତ ପ୍ରକାଶ କରିଥିଲେ । ତେବେ କରୋନା ମହାମାରୀ ସମୟରେ ସରକାରଙ୍କ ପକ୍ଷରୁ ଯେଉଁ ଉଦ୍ଦେଶ୍ୟରେ ସରପଞ୍ଚଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ପ୍ରଦାନ କରାଯାଇଥିଲା ତାହା କେନ୍ଦେଇଜୁରୀ ପଞ୍ଚାୟତ କାକୁଡିଆ ଗ୍ରାମରେ ବ୍ୟତିକ୍ରମ ଘଟିଥିବା ଦେଖିବାକୁ ମିଳିଛି । ତେବେ କାକୁଡିଆ ଭଳି ଏକ ଆଭ୍ୟନ୍ତରୀଣ ଗ୍ରାମରେ କରୋନା ସଂକ୍ରମଣର ସାମ୍ଭାବ୍ୟ ଆଶଙ୍କାକୁ ରୋକିବାରେ ସରପଞ୍ଚଙ୍କ ଦାୟିତ୍ୱହୀନତା ପଦାରେ ପଡିଥିବା ବେଳେ ଜିଲ୍ଲାପ୍ରଶାସନ ଏଇ ଘଟଣାକୁ କିଭଳି ଗ୍ରହଣ କରୁଛି ତାହା ଦେଖିବାକୁ ବାକି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking