38.1 C
Bhubaneswar
Tuesday, April 23, 2024
Homeଓଡିଶାଘାଟି ଗାର୍ଡୱାଲରେ ଛତା ଟାଙ୍ଗି ବିପଦ ସଂକୁଳ ଭାବେ ଛାତ୍ର ଛାତ୍ରୀ ଗ୍ରହଣ କରୁଛନ୍ତି ଅନଲାଇନ...

ଘାଟି ଗାର୍ଡୱାଲରେ ଛତା ଟାଙ୍ଗି ବିପଦ ସଂକୁଳ ଭାବେ ଛାତ୍ର ଛାତ୍ରୀ ଗ୍ରହଣ କରୁଛନ୍ତି ଅନଲାଇନ ଶିକ୍ଷା, ଡିଜିଟାଲ ଇଣ୍ଡିଆ ନାରା ସାଜିଛି ପ୍ରହସନ 

ଦେବଗଡ : ଡିଜିଟାଲ ଇଣ୍ଡିଆର ସ୍ୱପ୍ନ ଦେଖାଇ ରାଜନୈତିକ ଦଳ ନେତା ନିର୍ବାଚନ ବୈତରଣୀ ପାର କରୁଥିବା ବେଳେ ଇ-ଶିକ୍ଷାଦାନ ପାଇଁ ମୋବାଇଲ ନେଟଓା୍ୱର୍କ ଖୋଜିବାକୁ ଜୀବନ କୁ ବାଜି ଲଗାଇ ନିଜର ଭବିଷ୍ୟତ ଗଢିବାକୁ ପ୍ରୟାସ କରୁଥିବା ଛାତ୍ର ଛାତ୍ରୀ ମାନେ ଘାଟି ରାସ୍ତାର ବାଡରେ ବସି ଇ-ଶିକ୍ଷାଦାନ ଗ୍ରହଣ କରୁଥିବା ଦେଖିବାକୁ ମିଳିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଦେବଗଡ ଜିଲ୍ଲା ତିଲେଇବଣୀ ବ୍ଲକ ଗଇଲୋ ଘାଟିରେ । ରାଜ୍ୟରେ କରୋନା ସଂକ୍ରମଣ ଯୋଗୁଁ ୨ବର୍ଷ ହେଲା ବିଦ୍ୟାଳୟ ଗୁଡିକରେ ତାଲା ଝୁଲୁଛି । ବିଭିନ୍ନ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ସହ ଶିକ୍ଷାଦାନରେ ଘୋର ବାଧାସୃଷ୍ଟି ହୋଇଛି ।ତେବେ ଛାତ୍ର ଛାତ୍ରୀ ଙ୍କ ପାଠପଢା କୁ ଭରଣା କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗତମାସ ୨୧ ତାରିଖ ରୁ ୟୁଟ୍ୱୁବ ମାଧ୍ୟମରେ ଅନ ଲାଇନ ଶିକ୍ଷାଦାନ ର ବ୍ୟବସ୍ଥା କରିବା ପାଇଁ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ନିର୍ଦ୍ଦେଶ ଜାରି କରା ଯାଇଛି ।ମାତ୍ର ଡିଜିଟିଟାଲ ଇଣ୍ଡିଆ ର ବହୁ ସ୍ଥାନରେ ମୋବାଇଲ ନେଟୱାର୍କ ନ ଥିବାରୁ ସରକାର ଙ୍କ ଏଭଳି ଯୋଜନାରେ ଦେବଗଡ ଜିଲ୍ଲାର ମାତ୍ର ୧୫ପ୍ରତିଶତ ଛାତ୍ର ଛାତ୍ରୀ ଉପକୃତ ହୋଇପାରୁଛନ୍ତି ।

ଜିଲ୍ଲାର ଏଭଳି ବହୁ ସ୍ଥାନ ରହିଛି ଯେଉଁ ଠାରେ କି ମୋବାଇଲ ସେବା ହିଁ ଉପଲବ୍ଧ ନାହିଁ । ଆଦିବାସୀ ବହୁଳ ତିଲେଇବଣୀ ବ୍ଲକ ର ଗଇଲୋ,ଫୁଲପଥର ,ନୈକୁଳ ,ତିଲେଇମାଲ ଓ ଡୁରୀଜଙ୍ଗଲ ଅଂଚଳର ଭୈାଗଳିକ ସ୍ଥିତି ଓ ଅଭିଭାବକ ଙ୍କ ଆର୍ଥିକ ଦୂରାବସ୍ଥା ଯୋଗୁଁ ଛାତ୍ର ଛାତ୍ରୀ ମାନେ ଏଣ୍ଡୋଏଡ ଫୋନ କିଣିବାକୁ ଅସମର୍ଥ ଥିବା ବେଳେ ଯାହାଙ୍କ ପାଖରେ ଅଛି ସେମାନେ ନିଜ ଜୀବନ କୁ ବାଜି ଲଗାଇ ୩ଶହ ଫୁଟ ଉଚ୍ଚରେ ଥିବା ଗଇଲୋ ଘାଟୀ ରାସ୍ତା ର ଗାର୍ଡୱାଲ ଉପରେ ବିପଦଜନକ ଭାବେ ଅନଲାଇନରେ ନିଜେ ଶିକ୍ଷା ଗ୍ରହଣ କରୁଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ଚାଷ କାର୍ଯ୍ୟ ଚାଲୁ ଥିବାରୁ ଏହି ପାଠପଢା ସବୁଦିନେସମ୍ଭ ନଥିବା ବେଳେ ପାଗ ଏବଂ ଅଭିଭାବକ ଉପସ୍ଥିତି ଉପରେ ନିର୍ଭର କରି ଛାତ୍ର ଛାତ୍ରୀ ମାନେ ଇ- ଶିକ୍ଷା ଗ୍ରହଣ କରିବାକୁ ବାଧ୍ୟ ହେଉଛନ୍ତି । କେଉଁ ସପ୍ତାହରେ ୨ ଦିନ ତ କେଉ ସପ୍ତାହରେ ୪ ଦିନ ଛାତ୍ର ଚାତ୍ରୀ ମାନଙ୍କ ଯଦି ଉପଲବଧ ଥାନ୍ତି ତାହେଲେ ତାହାପାଠ ପଢିବା ସମ୍ଭବ ବୋଲି ଜଣାପଡିଛି ।

ତେବେ ଆଦିବାସୀ ବହୁଳ ଦେବଗଡ ଜିଲ୍ଲା ତିଲେଇବଣୀ ବ୍ଲକ ର ଲଇମୁରା,ପାରପୋଶି,ଡିମିରିକୁଦା,ଝାରମୁଣ୍ଡା ଓ ଗଣ୍ଡମ ପଂଚାୟତ ଅଂଚଳରେ ଆଜି ଯାଏଁ ମୋବାଇଲ ନେଟଓା୍ୱର୍କ ସୁବିଧା ନ ଥିବାରୁ ଏହି ସବୁ ଅଂଚଳର ଛାତ୍ର ଛାତ୍ରୀ ଅନଲାଇନ କ୍ଲାସରୁ ବଂଚିତ ରହୁଥିବା ବେଳେ ଶତାଧିକ ଗ୍ରାମରେ ଏ ଯାଏଁ ଟେଲି ଯୋଗାଯୋଗ ଅପହଂଚ ଥିବା ଯୋଗୁଁ ଶିକ୍ଷାଦାନ ବ୍ୟତିତ ସ୍ୱାସ୍ଥ୍ୟ ସେବା ଓ ଜରୁରୀ କାଲିନ ପରିସ୍ଥିତିରେ ଉପରୋକ୍ତ ଅଂଚଳର ଜନସାଧାରଣ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବିଭନ୍ନ ସମୟରେ ଉପରୋକ୍ତ ଅଂଚଳର ଜନସାଧାରଣ ସେମାନଙ୍କ ଅଂଚଳରେ ଟେଲି ଯୋଗା ଯୋଗ ସ୍ଥ।ପନ ପାଇଁ ଦାବୀ କରି ଆସୁଥିଲେ ମଧ୍ୟ ସେମାନଙ୍କ ଦାବୀ ସରକାର ଙ୍କ ପାଖ କୁ ପହଂଚି ପାରି ନାହିଁ ।

ନିର୍ବାଚନୀ ସମୟରେ ବିଭନ୍ନ ରାଜନୈତିକ ଦଳର ରାଜ୍ୟ ସ୍ତରୀୟ ନେତୃବନ୍ଦ ଉପରୋକ୍ତ ଅଂଚଳ ରେ ଭୋଟ ପାଇଁ ଆସୁଥିବା ବେଳେ ଜନସାଧାରଣ ଙ୍କ ଟେଲି ଯୋଗାଯୋଗ ସାମସ୍ୟାର ସମାଧାନ ପାଇଁ ପ୍ରତିଶୃତି ଦେଉଥିଲେ ମଧ୍ୟ ଏ ଯାଏଁ ପ୍ରତିଶୃତି ପୂରଣ ହୋଇପାରି ନାହିଁ ।ଆଦିବାସୀ ଅଧ୍ୟ୍ୟୁଷିତ ଉପରୋକ୍ତ ଅଂଚଳ ଗୁଡିକର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କାର ଯୋଜନା କରୁଥିଲେ ମଧ୍ୟ ଟେଲି ଯୋଗେଯାଗ ଭଳି ଗୁରତ୍ୱ ପୂର୍ଣ୍ଣ ସେବା କୁ ଦୃଷ୍ଟି ନ ଦେବା ଆଦିବାସୀ ଅଂଚଳର ବିକାଶ ନାରା କୁ ତାତ୍ସଲ୍ୟ ସଦୃଶ୍ୟ ପରିଲକ୍ଷିତ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking