27.1 C
Bhubaneswar
Sunday, January 23, 2022
Homeଅପରାଧଗର୍ଭବତୀ ପ୍ରେମିକାକୁ ହତ୍ୟା ଧମକ, ପ୍ରେମିକ ଗିରଫ

ଗର୍ଭବତୀ ପ୍ରେମିକାକୁ ହତ୍ୟା ଧମକ, ପ୍ରେମିକ ଗିରଫ

ଦେବଗଡ଼ : ଦେବଗଡ଼ ପୌରାଞ୍ଚଳ ଅନ୍ତର୍ଗତ ୯ନମ୍ବର ୱାର୍ଡ ଅଂଚଳର ଜଣେ ୨୦ବର୍ଷୀୟା ଯୁବତୀଙ୍କୁ ଦେବଗଡ଼ ଥାନା ଅନ୍ତର୍ଗତ ମିରିଗିଡିଆ ସାହିର ଜଣେ ଯୁବକ ପ୍ରେମ ପ୍ରତାରଣା ପରେ ଗର୍ଭବତୀ ପ୍ରେମିକାକୁ ହତ୍ୟା ଧମକ ଦେଇ ଗିରଫ ହୋଇଥିବା ଜଣାପଡିଛି l ସୂଚନା ଅନୁଯାୟୀ, ମିରିଗିଡିଆ ସାହିର ପର୍ଶୁ ମୁଣ୍ଡାଙ୍କ ପୁଅ ଶିବା ମୁଣ୍ଡା ୯ନମ୍ବର ୱାର୍ଡ ଅଂଚଳର ଜଣେ ୨୦ବର୍ଷୀୟା ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ସ୍ଥାପନ କରିଥିଲା l ପରେ ପ୍ରେମିକାର ଅନିଚ୍ଛା ସତ୍ୱେ ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ସ୍ଥାପନ କରି ଆସୁଥିଲା l

ଯୁବତୀ ଜଣକ ୪ମାସର ଗର୍ଭବତୀ ହେବା ପରେ ବିବାହ ପାଇଁ ଜିଦ କରିବାରୁ ପ୍ରେମିକ ଶିବା ପ୍ରେମିକାକୁ ଲାଞ୍ଚନା ଦେଇ ଗର୍ଭସ୍ଥ ଶିଶୁ ଅନ୍ୟ କାହାର କହି ହତ୍ୟା ଧମକ ଦେଇଥିଲା l ଏ ନେଇ ପ୍ରତାରିତା ପ୍ରେମିକା ଜଣକ ଗତକାଲି ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିବାରୁ ଦେବଗଡ଼ ଥାନା ପୁଲିସ ଦୁଷ୍କର୍ମ ସମେତ ବିଭିନ୍ନ ଦଫାରେ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ଶିବାକୁ ଗିରଫ କରିଥିବା ଜଣାପଡିଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking