29.1 C
Bhubaneswar
Thursday, April 25, 2024
Homeଓଡିଶାବୁଡିଦୋ ଗ୍ରାମ ହେଲା ନିଷିଦ୍ଧଞ୍ଚଳ

ବୁଡିଦୋ ଗ୍ରାମ ହେଲା ନିଷିଦ୍ଧଞ୍ଚଳ

ଦେବଗଡ଼ : ଦେବଗଡ଼ ଜିଲ୍ଲାରେ କରୋନା ସଂକ୍ରମଣ ଆକ୍ରାନ୍ତଙ୍କ ସଂଖ୍ୟା କମିବାର ନାଁ ନେଉ ନଥିବା ବେଳେ ଗତ କିଛିଦିନ ଧରି ଜିଲ୍ଲାର ରିଆମାଳ ବ୍ଲକରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ବ୍ଲକ ପ୍ରଶାସନ ପକ୍ଷରୁ ସଂକ୍ରମିତ ଗ୍ରାମ ଗୁଡିକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇ ଜନ ସାଧାରଣଙ୍କୁ ଗ୍ରାମରୁ ବାହାରିବାରେ ରୋକ ଲଗାଯାଉଛି l ଏହି କ୍ରମରେ ଆଜି ବୁଡିଦୋ ଗ୍ରାମକୁ ବ୍ଲକ ପ୍ରଶାସନ ପକ୍ଷରୁ ନିଷିଦ୍ଦାଞ୍ଚଳ ଘୋଷଣା କରାଯାଇଛି l ଆଜି ରିଆମାଳ ଥାନା ପୁଲିସ ସହାୟତାରେ ରିଆମାଳ ବ୍ଲକ ବିଡ଼ିଓ ଦିବ୍ୟ ଶଙ୍କର ଜୟପୁରିଆଙ୍କ ନିର୍ଦେଶରେ ବ୍ଲକ କର୍ମଚାରୀମାନେ ଉପସ୍ଥିତି ରହି ବୁଡିଦୋ ଗ୍ରାମରେ ଡାକଵାଜି ଯନ୍ତ୍ର ସାହାଯ୍ୟରେ ଗ୍ରାମରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୧୪ ଦିନ ପାଇଁ ନିଷିଦ୍ଧାଞ୍ଚଳ ଘୋଷଣା କରିଥିଲେ l ରିଆମାଳ ବ୍ଲକ ଅଂଚଳରେ ଗତ ୭ ତାରିଖ ଦିନ ଖଇରପାଲି ଗ୍ରାମକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଥିବା ବେଳେ ୮ ତାରିଖ ଦିନ ତିମୂର ଓ ପଳସମା ଏବଂ ଗତ ୧୧ ତାରିଖ ଦିନ ଉଟୁଣିଆ ଗ୍ରାମକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଥିଲା l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking