39.1 C
Bhubaneswar
Wednesday, April 24, 2024
Homeଅପରାଧନାବାଳିକାକୁ ଦୁଷ୍କର୍ମ କରି ଯୁବକ ଗିରଫ

ନାବାଳିକାକୁ ଦୁଷ୍କର୍ମ କରି ଯୁବକ ଗିରଫ

ଦେବଗଡ଼ : ଦେବଗଡ଼ ଥାନାଞ୍ଚଳ ର ଜଣେ ୧୭ ବର୍ଷୀୟା ନାବାଳିକାକୁ ଜଣେ ଯୁବକ ପ୍ରେମ ପ୍ରେମ ଜାଲରେ ଫସାଇ ବହୁବାର ଶାରୀରିକ ସମ୍ପର୍କ ରଖିବା ପରେ ପରିବାର ଲୋକଙ୍କ ସହ ମିଶି ହତ୍ୟା ଧମକ ଦେଇଥିବା ନେଇ ଦେବଗଡ଼ ଥାନାରେ ଅଭିଯୋଗ ହୋଇଛି l ଅଭିଯୋଗ ଆଧାରରେ ଦେବଗଡ଼ ଥାନା ପୁଲିସ ପୋକ୍ସ ଓ ଦୁଷ୍କର୍ମ ସମେତ ବିଭିନ୍ନ ଦଫାରେ ମାମଲା ରୁଜୁ କରି ଅଭିଯୁକ୍ତ ଯୁବକକୁ ଗିରଫ କରିଛି l

ସୂଚନା ଅନୁଯାୟୀ, ଦେବଗଡ଼ ଥାନା ଅନ୍ତର୍ଗତ ଶରଣକୋଟ ଗ୍ରାମର ଡିଲେଶ୍ୱର ବେହେରାଙ୍କ ପୁଅ ଆଲୋକ ବେହେରା ଉକ୍ତ ଅଂଚଳର ଜଣେ ୧୭ବର୍ଷୀୟା ନାବାଳିକା ସହ ପ୍ରେମ ସମ୍ପର୍କ ସ୍ଥାପନ କରି ବିଭିନ୍ନ ସମୟରେ କଥା ହେବା ପାଇଁ ଏକ ମୋବାଇଲ ଫୋନ ଦେଇ ପ୍ରଲୋଭୀତ କରିଥିଲା l ପ୍ରାୟ ଦୁଇବର୍ଷ ଧରି ପ୍ରେମ ସମ୍ପର୍କ ମଧ୍ୟରେ ଉକ୍ତ ନାବାଳିକା ସହ ଅଭିଯୁକ୍ତ ଆଲୋକ ବହୁବାର ଶାରୀରିକ ସମ୍ପର୍କ ରଖି ଆସୁଥିଲା l ଏହି କ୍ରମରେ ଗତ ରବିବାର ଆଲୋକ ଉକ୍ତ ନାବାଳିକାକୁ ନିକଟସ୍ଥ ଆମ୍ବନାଲିକୁ ଡାକି ରାତିସାରା ଦୁଷ୍କର୍ମ କରିବା ପରେ ଗାଳିଗୁଲଜ କରି ନାବାଳିକାକୁ ଘରକୁ ପଠାଇଥିଲା l

ଏନେଇ ନାବାଳିକା ଜଣକ ଅଭିଯୁକ୍ତ ଆଲୋକର ଘରକୁ ଯାଇ ପ୍ରତିବାଦ କରିବାରୁ ଆଲୋକର ପିତା ଡିଲେଶ୍ୱର ଓ ମା ନାବାଳିକାକୁ ହତ୍ୟା ଧମକ ଦେଇ ଘରୁ ତଡି ଦେଇଥିଲେ l ଫଳରେ ନ୍ୟାୟ ପାଇଁ ନାବାଳିକା ଜଣକ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିବାରୁ ଦେବଗଡ଼ ଥାନା ପୁଲିସ ବିଭିନ୍ନ ଦଫାରେ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ଆଲୋକକୁ ଗିରଫ କରିଥିବା ଜଣାପଡିଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking