26.1 C
Bhubaneswar
Friday, March 29, 2024
Homeଓଡିଶାମୃତ ମହିଳାଙ୍କ ଶବ ଉଠଇଲେ ପୁଲିସ ଅଧିକାରୀ

ମୃତ ମହିଳାଙ୍କ ଶବ ଉଠଇଲେ ପୁଲିସ ଅଧିକାରୀ

ଦେବଗଡ଼ : ଦେବଗଡ଼ ଥାନା ଅନ୍ତର୍ଗତ କଣ୍ଢଳ ଗ୍ରାମର କଲେଜ ଛକ ଠାରେ ଗତକାଲି ବିଳମ୍ବିତ ରାତ୍ରିରେ ଅଜଣା ଗାଡି ଧକ୍କାରେ ଜଣେ ଅପରିଚିତ ମାନସିକ ରୋଗୀଙ୍କ ମୃତ୍ୟୁ ଘଟିଥିଲା l ସୂଚନା ପାଇ ଦେବଗଡ଼ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା l ତେବେ ମୃତ ଦେହକୁ ବ୍ୟବଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେବାପାଇଁ ରାସ୍ତାରେ ପଡ଼ିଥିବା ମୃତ ଦେହକୁ ଉଠାଇବା ପାଇଁ ସ୍ଥାନୀୟ ଅଞ୍ଚଳର କୌଣସି ଲୋକ ରାଜି ହୋଇନଥିଲେ l

ଏପରିକି ଘଟଣା ସ୍ଥଳକୁ ଯାଇଥିବା ପୁଲିସ କର୍ମଚାରୀମାନେ ମଧ୍ଯ ମୃତ ଦେହ ଉଠାଇବାକୁ ପଛଘୁଞ୍ଚା ଦେଉଥିବା ଦେଖି ଘଟଣା ତଦନ୍ତ ପାଇଁ ଯାଇଥିବା ଦେବଗଡ଼ ଥାନାର ଦୁଇ ପୁଲିସ ଅଧିକାରୀ ବୁଦ୍ଧରାୟ ମାଝୀ ଓ ପ୍ରତାପ. ମଣ୍ଟୁ ଦଳେଇ ରାତ୍ରୀ ପ୍ରାୟ ସାଢ଼େ ବାରଟା ସମୟରେ ରାସ୍ତାରେ ପଡ଼ିଥିବା ମୃତ ଦେହକୁ ଉଠାଇ ଏକ ଅଟୋରେ ଭର୍ତ୍ତି କରି ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଥିଲେ l ଆଜି ମୃତଦେହ ବ୍ୟବଛେଦ କରାଯାଇଥିବା ଜଣାପଡିଛି l ଦୁଇ ଯୁବ ପୁଲିସ ଅଧିକାରୀଙ୍କ ମାନବିକତାକୁ ସାଧାରଣରେ ପ୍ରଶଂସା କରାଯାଇଥିବା ବେଳେ ପୁଲିସ ଅଧିକାରୀଙ୍କ ଏଭଳି କାର୍ଯ୍ୟଶୈଳୀ ଦର୍ଶକ ହୋଇ ଉପସ୍ଥିତ ଥିବା ଜନସାଧାରଣଙ୍କୁ ମାନବିକତାର ଶିକ୍ଷା ପ୍ରଦାନ କରିଥିବା ଅଞ୍ଚଳରେ ଚର୍ଚ୍ଚା  ବିଷୟ ହୋଇଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking