38.1 C
Bhubaneswar
Saturday, April 20, 2024
Homeଓଡିଶାରାଜ୍ୟରେ ଗଣତନ୍ତ୍ର ବିପଦରେ, ବିଧାନସଭାକୁ ସରକାରଙ୍କ ଖାତିର ନାହିଁ : ବିଜେପି

ରାଜ୍ୟରେ ଗଣତନ୍ତ୍ର ବିପଦରେ, ବିଧାନସଭାକୁ ସରକାରଙ୍କ ଖାତିର ନାହିଁ : ବିଜେପି

ଭୁବନେଶ୍ୱର: ଚଳିତ ବିଧାନସଭା ଅଧିବେଶନରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହେବାକୁ
ଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କର ବିଧାନସଭାରେ ଲଗାତାର ଅନୁପସ୍ଥିତି, ବାଚସ୍ପତିଙ୍କର ସରକାରଙ୍କ ପାଖରେ ଆତ୍ମସମର୍ପଣ, ଶାସକ
ଦଳର ବିଧାୟକ ମାନଙ୍କର ରାଜନୈତିକ ନାଟକବାଜୀ ଓ ବିରୋଧୀ କଂଗ୍ରେସର ଶାସକ ବିଜେଡିର ବି ଟିମ୍ ଭଳି ଆଚରଣ
ପାଇଁ ପ୍ରସଙ୍ଗମାନ ଆଲୋଚନା ହୋଇପାରିଲା ନାହିଁ । ମୁଖ୍ୟ ବିରୋଧୀ ଦଳ ଭାବରେ ଭାରତୀୟ ଜନତାପାର୍ଟିର ବିଧାୟକ ମାନେ
ରାଜ୍ୟର ସମସ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଆଲୋଚନା କରିବା ପାଇଁ ପ୍ରୟାସ କରୁଥିଲେ । କିନ୍ତୁ ତାହା ହୋଇପାରିଲା ନାହିଁ । ଏହା
ଗଣତନ୍ତ୍ରପାଇଁ ଶୁଭଙ୍କର ନୁହେଁ ବୋଲି ଆଜି ରାଜ୍ୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ବିଜେପି
ବିଧାୟକ ମାନେ ଅଭିଯୋଗ କରିଛନ୍ତି ।
ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠି କହିଛନ୍ତି ଯେ ସାରା ଓଡିଶା ଯେଉଁଠି ବିଧାନସଭା ଏକ ଫୋକାଲ୍ ପଏଂଟ୍ ଆଜି
ସେହି ବିଧାନସଭାକୁ ଓଡିଶାର ମୁଖ୍ୟମନ୍ତ୍ରୀ ତିଳ ତିଳ କରି ହତ୍ୟା କରୁଛନ୍ତି । ନିଜେ ବିଧାନସଭାକୁ ଆସୁନାହାଁନ୍ତି ବିଧାନସଭାର
ଯେଉଁ ଗାରିମା ଅଛି ତାହା ନଷ୍ଟ ହୋଇଗଲେ ମଧ୍ୟ ସେଥିପ୍ରତି ଭୂକ୍ଷେପ ନାହିଁ । କେନ୍ଦ୍ରୀୟ ଯୋଜନାକୁ ହଡପ କରି ମୁଖ୍ୟମନ୍ତ୍ରୀ
ତାହାର ବାହା ବାହା ନେଉଛନ୍ତି । କିନ୍ତୁ ବିଧାନସଭାକୁ କୋଭିଡ୍ ଆଳରେ ଗୋଟିଏ ଥର ଆସିଲେନାହିଁ କି ଲୋକଙ୍କ ସମସ୍ୟା
ବିଷୟରେ ଶୁଣିଲେ ନାହିଁ । ଏଥିପାଇଁ ଗତ ଥର ମୁଖ୍ୟମନ୍ତ୍ରୀଙ୍କୁ ଖୋଜି ଖୋଜି ତାଙ୍କ ବାସଭବନକୁ ଯାଇଥିଲୁ । ଏଥର ବି
ମୁଖ୍ୟମନ୍ତ୍ରୀ ସାରା ଓଡିଶା ଲୋକଙ୍କୁ ଠକିଲେ । ଖଣିଦୁର୍ନିତି ବିଷୟରେ ଭାରତୀୟ ଜନତାପାର୍ଟି ମୁଲତବୀ ପ୍ରସ୍ତାବ ଦେଲେ ମଧ୍ୟ
ଏହା ଏକ ନିର୍ଦ୍ଦିଷ୍ଟ ପ୍ରସଙ୍ଗ ନୁହେଁ କହି ବାଚସ୍ପତି ତାହାକୁ ଖାରଜ କରୁଛନ୍ତି । ଆଶ୍ଚର୍ଯ୍ୟର କଥା ଯେ ଓଡିଶାର ପ୍ରାକୃତିକ ସମ୍ପଦ
ଲୁଟ୍ ହେବ କିନ୍ତୁ   ବାଚସ୍ପତି କହିବେ  ଏହା ପ୍ରସଙ୍ଗ ନୁହେଁ ।

ମାହାଙ୍ଗା ଡବଲ୍ ମର୍ଡର ଭଳି ଅନେକ ରାଜନୈତିକ ହତ୍ୟାରେ
ଅପରାଧୀମାନେ ରାଜନୈତିକ ସୁରକ୍ଷା ବଳୟ ଭିତରେ ଅଛନ୍ତି । ଡିଏଫ୍‌ଓ ଙ୍କ କାରନାମା ଏବଂ ସେ ରହସ୍ୟମୟ ଘଟଣା ଆଜି
ଲୋକଙ୍କ ପାଇଁ ମଧ୍ୟ ଏକ ଆଲୋଚନାର ବିଷୟ ହୋଇଛି । ଜଣେ ଯୁବକ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଚିକିତ୍ସା ନପାଇବା
କାରଣରୁ ଶେଷରେ ଆତ୍ମହତ୍ୟା କରି ଆଖି ବୁଜିଦେଲେ । ଭାରତୀୟ ଜନତାପାର୍ଟିର ଜଣେ ମଣ୍ଡଳ ସଭାପତିଙ୍କୁ ଶାସକ ଦଳର
ବିଧାୟକ ମାଡ ମାରିଲେ, ମୁଖ୍ୟମନ୍ତ୍ରୀ ତାଙ୍କୁ ଦଳରୁ ନିଲମ୍ବନ କଲେ କିନ୍ତୁ ଗିରଫ କରିପାରିଲେ ନାହିଁ । ଏହି ସବୁ ଚର୍ଚ୍ଚା
ଆଲୋଚନା କରିବା ପାଇଁ ଆମେ ଦାବୀ କରୁଥିଲୁ । କିନ୍ତୁ ବିଧାନସଭାର ବାଚସ୍ପତି ସରକାରଙ୍କର ହାତବାରିସି ସାଜିଛନ୍ତି ।
ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ଚରଣ ମାଝୀ କହିଛନ୍ତି ଯେ ଚଳିତ ମୌସୁମୀ ଅଧିବେଶନର ଆଜି
ହେଉଛି ଶେଷ ଦିନ । ମୁଖ୍ୟ ବିରୋଧୀ ଦଳ ଭାବେ ଭାରତୀୟ ଜନତାପାର୍ଟି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବିଧାନସଭାରେ
ଆଲୋଚନା କରି ସରକାରଙ୍କ ଠାରୁ ସମାଧାନ ଚାହୁଁଥିଲା । ବିଜେପି ମରୁଡି ପ୍ରସଙ୍ଗ ଗୃହରେ ଆଣିବାରୁ କଂଗ୍ରେସ ବିଜେଡି
ଇଙ୍ଗିତରେ ପ୍ରଥମ ଦିନ ଗୃହକୁ ଚଲାଇ ଦେଲାନାହିଁ । ପରବର୍ତୀ ପର୍ଯ୍ୟାୟରେ ଯେଉଁ ପାଂଚଟି ମୁଲତବୀ ପ୍ରସ୍ତାବ ଭାରତୀୟ
ଜନତାପାର୍ଟି ଆଣିଥିଲା ତାହା ଭିତରୁ ଅନେକ ପ୍ରସ୍ତାବକୁ ବିଜୁ ଜନତାଦଳ ତାଙ୍କର ବି ଟିମ୍ କଂଗ୍ରେସ ଦଳ ମାଧ୍ୟମରେ ଭାରତୀୟ
ଜନତାପାର୍ଟି ର ଅନେକ ପ୍ରସ୍ତାବକୁ ବନ୍ଦ କରାଇଲେ ।
ମୋହନ ମାଝୀ କହିଛନ୍ତି ଯେ ଗତ କାଲି ଠାରୁ ବିରୋଧୀ ଦଳ ତରଫରୁ ଗୁରୁତ୍ୱପୂର୍ଣ୍ଣ ଖଣି ଦୁର୍ନିତୀ କଥା ଉଠାଯିବା
ପାଇଁ ଦାବୀ କରାଯାଉଥିଲା । ସରକାର ଜାଣିଶୁଣି ଖଣି ଦୁର୍ନୀତି  ଆଲୋଚନାକୁ ଆସିଲେ ନାହିଁ। ସମ୍ପୂର୍ଣ୍ଣ ଭାବରେ ତାଙ୍କର  ଦୁର୍ନୀତି କଥା
ପଦାରେ ପଡିବ ତାହାକୁ ଆଧାର କରି ବାଚସ୍ପତି ଆଗ୍ରାହ କରିଦେଲେ । ଏହା ଅତି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଥିଲା । ଦୁର୍ନୀତିର
ପର୍ଦ୍ଦାଫାସ ହୋଇଥାନ୍ତା ଆଲୋଚନା ହୋଇଥିଲେ । ଅତୀତରେ ବିଜୁ ଜନତା ଦଳ ସରକାର କହୁଥିଲେ ଯେ ଖଣି ଦୁର୍ନିତୀ
ହୋଇନାହିଁ ଏହା ମିଥ୍ୟା କଥା । ପରବର୍ତୀ ପର୍ଯ୍ୟାୟରେ ୨୦୧୦ରେ ଖଣି ଦୁର୍ନୀତି ପ୍ରସଙ୍ଗ ଆସିଲା ପରେ ଏମ. ଡି ସାହା ତଦନ୍ତ
କରିବା ପାଇଁ ଆସିଥିଲେ । ସୁପ୍ରିମକୋର୍ଟଙ୍କ ଦ୍ୱାରା ସିସି ତଦନ୍ତ କରିବା ଦ୍ୱାରା ଖଣିଦୁର୍ନୀତିର ପର୍ଦ୍ଦାଫାସ ହୋଇଥିଲା । ୫୯
ହଜାର କୋଟି ଟଙ୍କା ଜୋରିମାନା ହେବା ପରିପ୍ରେକ୍ଷୀରେ ୧୯ ହଜାର କୋଟି ଟଙ୍କା ସରକାର ଜୋରିମାନା ଆଦାୟ କରିଛନ୍ତି ।
ଏବେ ନୂତନ ଭାବରେ ଯେଉଁ ୨୧ଟି ନୂଆ ଖଣି ଖୋଳାଯାଉଛି ତା ଭିତରେ ବ୍ୟାପକ ଭାବରେ ଅନିୟମିତତା ଚାଲିଛି ।
ଯାହାକି ଉଚ୍ଚମାନର ଲୁହାପଥର ୬୨ ପ୍ରତିଶତରୁ ଅଧିକ ଥାଏ ତାହାକୁ ଉଚ୍ଚମାନର ଲୁହାପଥର କୁହାଯାଏ । ଯଦି ସରକାର
ତାହାକୁ ୫୫ ପ୍ରତିଶତରୁ କମ୍ କରିି ବିକିବେ ତାକୁ ପରିବହନ କରିବେ ତାହାଲେ ସେମାନଙ୍କୁ ଏକ୍ସପୋର୍ଟ ଡିଉଟି ଦେବାକୁ
ପଡେନାହିଁ ଏବଂ ୫୮ ପ୍ରତିଶତରୁ ଅଧିକ ଆଇରନ୍ ରହେ ତେବେ ସେଥିରେ ମାତ୍ର ୩୦ ପ୍ରତିଶତ ଏକ୍ସପୋର୍ଟ ଡିଉଟି ଦେବା
ପାଇଁ ପଡେ । ଦୁଇବର୍ଷ ହେଲାଣି ଲୁହାପଥରକୁ ଅକ୍ସନ କରାଗଲା ପ୍ରିମିୟମ ୯୦ ପ୍ରତିଶତରୁ ୧୫୪ ପ୍ରତିଶତ ପର୍ଯ୍ୟନ୍ତ ।
ସେହିପରି ଖଣି ଉତୋଳନ ଓ ପରିବହନରେ ଧାର୍ଯ୍ୟ ଲକ୍ଷ୍ୟ ହାସଲ ନକରିପାରିବା କାରଣରୁ ରାଜ୍ୟସରକାର ସେଥିପାଇଁ ଯେଉଁ
ଡିମା ନୋଟିସ ଦେଉଛନ୍ତି ସେହି ଖଣି ଲିଜ୍‌ଧାରୀ ସେମାନଙ୍କ ଖଣି ଛାଡିବେ କି?
ମୁକେଶ ମହାଲିଙ୍ଗ କହିଛନ୍ତି ଯେ ଗତକାଲି ବିଧାନସଭା ସମ୍ମୁଖରେ ଆତ୍ମାହୁତି ଦେଇଥିବା ଦୁଷ୍ମନ୍ତ ଦାସଙ୍କର ରାତି
ଅଧରେ ମୃତ୍ୟୁ ହେଲା । ପ୍ରଶାସନ ତରବରିଆ ଭାବରେ ତାଙ୍କର ପୋଷ୍ଟମଟମ କରାଇ ଶବକୁ ପରିବାରକୁ ନଦେଇ ଅନ୍ତିମ
ସଂସ୍କାର କରିଲେ । ଦୁଷ୍ମନ୍ତ ଦାସ ବାରମ୍ବାର ମୁଖ୍ୟମନ୍ତ୍ରୀଙ୍କ ଠାରୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଖରେ ଚିକିତ୍ସା ପାଇଁ
ସାହାଯ୍ୟ ମାଗିଥିଲେ । ସେ ମରିବା ପୂର୍ବରୁ ମଧ୍ୟ କହିଛନ୍ତି ବୁିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାହାଯ୍ୟ ନମିଳିବାରୁ ସେ
ଆତ୍ମହତ୍ୟା କରିବା ପାଇଁ ବାଧ୍ୟ ହେଲେ । ଏଥିରୁ ପ୍ରମାଣିତ ହେଉଡଛି ଯେ ରାଜ୍ୟରେ ସ୍ୱାସ୍ଥ୍ୟ ଅବସ୍ଥା ଏପରି ଚାଲିଛି ଓ ବିଜୁ
ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କିପରି ଲୋକଙ୍କୁ ସାହାଯ୍ୟ କରୁଛି । ତାଙ୍କ ପରିବାରକୁ ଶବ ନଦେବା ଆହୁରି ଦୁଃଖଦ ଓ ନିନ୍ଦନୀୟ
ଘଟଣା ଅଟେ । ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ କରିବା ପାଇଁ ଭାରତୀୟ ଜନତାପାର୍ଟି ଆଗରୁ ଦାବି କରିଛି । ଯଦି
ଆୟୁଷ୍ମାନ ଯୋଜନା ଓଡିଶାରେ ଲାଗୁ ହୋଇଥାନ୍ତା ହୁଏତ ଆଜି ଦୁଷ୍ମନ୍ତ ଦାସଙ୍କ ଜୀବନ ଯାଇନଥାନ୍ତା ।
ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ନାଉରୀ ନାଏକ, ସୁବାଷ ପାଣିଗ୍ରାହୀ, ଭାସ୍କର ମଢେଇ, କେ. ନାରାୟଣ ରାଓ,
ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ଜୟନ୍ତ ଷଡଙ୍ଗୀ, ନିତ୍ୟାନନ୍ଦ ଗଣ୍ଡ, ପ୍ରକାଶ ସୁରେନ୍‌, ନବ ମାଝୀ ଓ ଭବାନୀ ଶଙ୍କର ଭୋଇ
ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking