16.1 C
Bhubaneswar
Friday, January 28, 2022
Homeଓଡିଶାଭିନ୍ନକ୍ଷମକୁ ଆବାସ ପ୍ରଦାନ ଦାବି

ଭିନ୍ନକ୍ଷମକୁ ଆବାସ ପ୍ରଦାନ ଦାବି

ଢେଙ୍କାନାଳ: ରାଜ୍ୟ ସରକାର ଆବାସ ଯୋଜନାରେ ଭିନ୍ନକ୍ଷମ ମାନଙ୍କୁ ପ୍ରାଥମିକତା ଭତିରେ ବାସଗୃହ ଯୋଗାଇ ଦେବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି । ମାତ୍ର ଦୁଃଖର ବିଷୟ ସେହି ଯୋଜନା ଗୁଡିକ ସଠିକ୍ ହିତାଧିକାରୀଙ୍କ ନିକଟରେ ପହଂଚି ପାରୁନାହିଁ । ତେବେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଁଦିଆ ବ୍ଲକ୍‌ର ଦେଓଗାଁ ଗ୍ରାମରେ । ମିଳିଥିବା ସୁଚନା ମୁତାବକ, ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ୍ ଦେଓଗାଁ ଗ୍ରାମରେ ବହୁ ବର୍ଷ ହେଲା ବାସ କରିଛନ୍ତି ମାନସ ସାହୁ । ମାତ୍ର ସେ ଜଣେ ଭିନ୍ନକ୍ଷମ ହୋଇଥିବା ଯୋଗୁଁ କୈାଣସି କାମଧନ୍ଦା କରିପାରୁ ନାହାନ୍ତି । ସେ ତାଙ୍କ ୫ ପ୍ରାଣୀଙ୍କୁ ନେଇ ଗୋଟିଏ ଭଙ୍ଗା ଚାଳଘରେ ବହୁ କଷ୍ଟରେ ପରିବାର ଚଳାଇଥାନ୍ତି । ବର୍ଷା ଦିନେ ଚଳିବା ବହୁ କଷ୍ଟ ହୋଇଥାଏ । ଦିନେ ଦିନେ ଘରେ ଚୁଲି ମଧ୍ୟ ଜଳି ନଥାଏ । ଆବାସ ଯୋଜନା ଘର ଟିଏ ପାଇଁ ପଂଚାୟତଠାରୁ ଆରମ୍ଭ କରି ବ୍ଲକ୍ ପ୍ରଶାସନକୁ ବାରମ୍ବାର ଗୁହାରି କଲେ ମଧ୍ୟ କେହି ତାଙ୍କ ପ୍ରତି ଦୃଷ୍ଟି ଦେଉନଥିବା ସେ କହିଛନ୍ତି । ତେବେ ତାଙ୍କୁ ଆବାସ ଯୋଜନାରେ ଘରଟିଏ ପାଇଁ ଲିଖିତ ଭାବେ ଜିଲ୍ଲାପାଳଙ୍କ ନିକଟରେ ଗୁହାରି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking