29.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶ‘ଜନ ଗଣ’ ସହ ‘ବନ୍ଦେ ମାତରଂ’କୁ ସମାନ ମାନ୍ୟତା ଦାବି : ଦିଲ୍ଲୀ ହାଇକୋର୍ଟରେ ଜନସ୍ୱାର୍ଥ...

‘ଜନ ଗଣ’ ସହ ‘ବନ୍ଦେ ମାତରଂ’କୁ ସମାନ ମାନ୍ୟତା ଦାବି : ଦିଲ୍ଲୀ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

ନୂଆଦିଲ୍ଲୀ: ଜାତୀୟ ସଙ୍ଗୀତ ‘ଜନ ଗଣ’ ସହ ‘ବନ୍ଦେ ମାତରଂ’ ଗୀତକୁ ସମାନ ମାନ୍ୟତା ପ୍ରଦାନ କରିବା ଦାବିରେ ଦିଲ୍ଲୀ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଏର କରାଯାଇଛି । ସ୍ୱାଧୀନତା ସଂଗ୍ରାମ ସମୟରେ ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଦ୍ୱାରା ରଚିତ ‘ବନ୍ଦେ ମାତରଂ’ ଗୀତ ବେଶ ଲୋକପ୍ରିୟ ହୋଇଥିବାବେଳେ ଏହା ସେତେବେଳେ ଦେଶବାସୀଙ୍କ ମନରେ ସ୍ୱାଧୀନତା ପ୍ରାପ୍ତିର ଆଶା ଓ ଆକାଂକ୍ଷାକୁ ବହୁମାତ୍ରାରେ ପ୍ରଭାବିତ କରିଥିଲା ।

ଏପରିକି ଅତୀତରେ ସମ୍ବିଧାନ ପ୍ରଣୟନ ପରିଷଦର ଅଧ୍ୟକ୍ଷ ତଥା ସ୍ୱାଧୀନ ଭାରତର ପ୍ରଥମ ରାଷ୍ଟ୍ରପତି ଡଃ ରାଜେନ୍ଦ୍ର ପ୍ରସାଦ ମଧ୍ୟ ‘ବନ୍ଦେ ମାତରଂ’ ଗୀତର ଗୁରୁତ୍ୱ ସମ୍ପର୍କରେ ଉଲ୍ଲେଖ କରିଥିଲେ । ତେଣୁ ଜାତୀୟ ସଙ୍ଗୀତ ସହ ‘ବନ୍ଦେ ମାତରଂ’କୁ ସମାନ ମାନ୍ୟତା ଦେବାକୁ ପିଟିସନଧାରୀ ଅଶ୍ୱିନୀ ଉପାଧ୍ୟାୟ ତାଙ୍କ ପିଟିସନରେ ଦାବି କରିଛନ୍ତି । ଏହି ପରିପ୍ରେକ୍ଷୀରେ ସବୁ ଶିକ୍ଷାନୁଷ୍ଠାନରେ ପ୍ରତ୍ୟେକ କାର୍ଯ୍ୟଦିବସରେ ଉଭୟ ‘ଜନ ଗଣ’ ଓ ‘ବନ୍ଦେ ମାତରଂ’ ଗାନ କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ଉପାଧ୍ୟାୟ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking