38.8 C
Bhubaneswar
Friday, April 19, 2024
Homeଦେଶ ବିଦେଶଖରାଦିନେ ବଢ଼ିଥାଏ କାକୁଡ଼ି ଚାଷର ଚାହିଦା

ଖରାଦିନେ ବଢ଼ିଥାଏ କାକୁଡ଼ି ଚାଷର ଚାହିଦା

ନୂଆଦିଲ୍ଲୀ: ଅନେକ ଏଭଳି ଫସଲ ଅଛି ଯାହା ବହୁତ କମ ସମୟରେ ବହୁତ ଲାଭ ଦେଇପାରେ । ଅବଶ୍ୟ ସଠିକ୍ ସୂଚନା ଅଭାବରୁ କୃଷିଭାଇମାନେ ଏହି ଫସଲରୁ ସଠିକ ଲାଭ ପାଇପାରନ୍ତି ନାହିଁ ଏବଂ କ୍ଷତି ସହିଥାନ୍ତି । କାକୁଡ଼ି ଚାଷ ଏହିଭଳି ଏକ ଫସଲ ଅଟେ । ଏହାକୁ ଚାଷ କରିବା ଦ୍ୱାରା ଚାଷୀ କମ୍ ନିବେଶରେ ଭଲ ଲାଭ ପାଇପାରିବେ ।
କାକୁଡ଼ି ଚାଷର ବିଶେଷତ୍ୱ ହେଉଛି ଯେ ଏହା କୌଣସି ପ୍ରକାର ମାଟିରେ ଲଗାଯାଇପାରିବ । ଏଥିପାଇଁ କୌଣସି ଖାସ ମାଟିର ଆବଶ୍ୟକତା ନାହିଁ । କାକୁଡ଼ିରେ ଜଳର ମାତ୍ରା ମଧ୍ୟ ଅଧିକ ଥାଏ । ଫଳରେ ଖରାଦିନେ ଏହାର ଆବଶ୍ୟକତା ବଢ଼ିଯାଏ । ଏହି ଫସଲକୁ ପ୍ରସ୍ତୁତ ହେବାରେ ମଧ୍ୟ ଅଧିକ ସମୟ ଲାଗିନଥାଏ । ବିଶେଷଜ୍ଞଙ୍କ ଅନୁଯାୟୀ କାକୁଡ଼ି ଫସଲ ୬୦-୮୦ ଦିନରେ ପ୍ରସ୍ତୁତ ହୋଇଥାଏ । ତେଣୁ ଏହି ଫସଲ କରି ଚାଷୀ ଲାଭବାନ ହୋଇପାରିବେ ।
ଏହି ଫସଲକୁ ନଦୀ, ପୋଖରୀ ନିକଟରେ ମଧ୍ୟ ଚାଷ କରାଯାଇପାରେ । ତେବେ ଏହାର ଜଳ ନିଷ୍କାସନ ଉପରେ ଧ୍ୟାନ ଦେବାକୁ ପଡ଼ିଥାଏ । ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ୍ ଉପାଦେୟକ ହୋଇଥାଏ କାକୁଡ଼ି । ଶୀରରରେ ଜଳର ମାତ୍ରା କମ୍ ସ୍ଥିତିରେ ଡାକ୍ତର ମଧ୍ୟ ଏହାକୁ ଖାଇବା ପାଇଁ ପରାମର୍ଶ ଦେଇଥାନ୍ତି । କାକୁଡ଼ିକୁ ସାଲାଡ୍ ରେ ମଧ୍ୟ ବ୍ୟବହାର କରାଯାଇଥାଏ । ଏହାକୁ ବିକିବାରେ ମଧ୍ୟ ଅଧିକ ନୟାନ୍ତ ହେବାକୁ ପଡ଼ିନଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking