32.1 C
Bhubaneswar
Thursday, March 28, 2024
Homeଓଡିଶାନାଓର ବଦରା କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାପାଇଁ ସମାଜସେବୀ ରାଜେଶ୍ ରାଉତଙ୍କ ଆକୁଳ ନିବେଦନ

ନାଓର ବଦରା କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାପାଇଁ ସମାଜସେବୀ ରାଜେଶ୍ ରାଉତଙ୍କ ଆକୁଳ ନିବେଦନ

ଯାଜପୁର: ଯାଜପୁର ଜିଲ୍ଲା ରେ କାରଖାନା ମାଳ ମାଳ ଆଦିକାନ୍ସ କାରଖାନା ବନ୍ଦ ହେଲାଣି କିନ୍ତୁ କାରଖାନା କର୍ତ୍ତୃ ପକ୍ଷ ନିଯୁକ୍ତି ଦେବା ଦୂର ରେ ଥାଉ ଲାଭା ଅଂଶ ରୁ ସ୍ଥାନୀୟ ଅଞ୍ଚଳ ରେ ବିକାଶ ପାଇଁ ଧ୍ୟାନ ଦେଉ ନାହାଁନ୍ତି । ଏସିଆ ମହାଦେଶ ର ସର୍ବବୃହତ୍ ଶିଳ୍ପନଗରୀ କଳିଙ୍ଗନଗର ର ବୋହୁ ଚର୍ଚ୍ଚିତ ଚାନ୍ଦିଆ ଗ୍ରାମରେ ଏକ ଗରିବ ଆଦିବାସୀ ପିଲା ବିଗତ ଏକ ବର୍ଷ ହେବ ଅର୍ଥାଭାବରୁ ନିଜର ଭଙ୍ଗା ଗୋଡ଼କୁ ଅପରେସନ କରି ନପାରି କଷ୍ଟରେ ଜୀବନ ଯାପନ କରିଆସୁଅଛି କିନ୍ତୁ ସମସ୍ତଙ୍କ ର ମୁହଁ ରେ ଗୋଟିଏ ପ୍ରଶ୍ନ ଯଦି ଯେକୌଣସି କାରଖାନା ପ୍ରକୃତରେ ସେବା ଯୋଗାଇବା ପାଇଁ ଆଗେଇ ଆସନ୍ତା ତାହେଲେ ଏହି ପିଲାଟି ସୁସ୍ଥ ହୋଇ ପାରନ୍ତା । ବାରେନ୍ ବଦରା ,୩୩ । ମୃତ ସ୍ବାମୀ – ରାଜୀବ ଵଦରା, ଦାନଗଦି ବ୍ଲକ ର ଚାନ୍ଦିଆ ପଞ୍ଚାୟତ ର ଟାଙ୍ଗର୍ ସାହିର ବାସିନ୍ଦା, ସ୍ବାମୀ ଙ୍କ ମୃତ ପରେ ବାରେନ୍ ଗୋଟିଏ ରକମ୍ ଭାଙ୍ଗି ପଡିଥିଲେ ତିନୋଟି ଛୁଆ ଙ୍କୁ କେମିତି ଖାଇବାକୁ ଦେଇ ବଞ୍ଚାଇ ରଖିବେ ସେଥିପାଇଁ ସେ ତାଙ୍କ ଗାଁ ଆଖା ପାଖରେ ହେଉଥିବା ବାଲି ସିମେଣ୍ଟ କାମରେ ଦିନ ମଜୁରିଆ କାମ କରୁଥିଲେ ସେଇ ସ୍ୱଳ୍ପ ରୋଜଗାରରେ ନିଜ ପରିବାର କୁ ଚଳାଇଥିଲେ କିନ୍ତୁ ଭାଗ୍ୟର ବିଡମ୍ବନା ବାରେନ୍ ଛୁଆକୁ ଛାଡି କାମକୁ ଯାଇଥିଲେ ଏହି ସମୟରେ ତାଙ୍କ ସାନ ପୁଅ ନାଓରା ବଦରା ବୟସ୫ ଗୋଟିଏ ଗଛ ଉପରେ ଚଢ଼ି ଖେଳୁ ଥିବା ବେଳେ ଗଛ ଉପରୁ ଖସିପଡ଼ି ନାଓରା ବାମ ଗୋଡ଼ ର ଆଣ୍ଠୁ ତଳ ହାଡ଼ ଟି ଭାଙ୍ଗି ପଦାକୁ ବାହାରି ଆସିଛି ଏହି ଖବର ପାଇ ବାରେନ୍ ଦେଖିକି ମୁଣ୍ଡରେ ହାତ ଦେଇ ବସି ଗଲା ଏହା ପରେ ସ୍ଥାନୀୟ ଲୋକଙ୍କ ସାହୋଜୋଗ୍ ରେ ଦାନଗଦି ମେଡିକାଲ୍ ଆଣି ଚିକିତ୍ସା କରାଇଥିଲା କିନ୍ତୁ ଡାକ୍ତର ଦେଖିବା ପରେ ତୁରନ୍ତ କଟକ ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତରିତ କରିବା ପାଇଁ କହିଥିଲେ କିନ୍ତୁ ବାରେନ୍ ପାଖରେ ସ୍ୱାମୀ ମାରିବା ପରେ ନା ତାଙ୍କ ପାଖରେ ଧନ ବଳ ଅଛି ନା ଲୋକ ବଳ ଅଛି ଏହି ଅର୍ଥ ଅଭାବରୁ ପୁଅକୁ ନେଇ ଘରକୁ ଫେରି ଆସି ଗୋଟିଏ କନା ଗୁଡେଇ ଦେଇ ରଖିଲେ ଏହାପରେ କରୋନା ରୋଗର ସଂକ୍ରମଣ ପାଇଁ ସରକାର ସଟ୍ ଡାଉନ୍ ଘୋଷଣା କରିବା ପରଠାରୁ ଆଜି ପର୍ଯ୍ୟନ୍ତ ପିଲାଟି ଗୋଡ଼ରେ ସେମିତି କନା ଗୁଡା ହୋଇଛି ଓ ପିଲାଟି ବୋହୂ କଷ୍ଟରେ ଚାଲୁଛି ଏହି ଖବର ପାଇ ଦାନଗଦି ର ସମାଜ ସେବି ବାବ୍ଲୁ ମହାନ୍ତି ତୁରନ୍ତ ତାଙ୍କ ଘରେ ପହଞ୍ଚି ସବୁ ବୁଝିବା ପରେ ପିଲାଟିର ଗୋଡ଼ କୁ ତୁରନ୍ତ ଚିକିତ୍ସା ଯୋଗାଇବା ପାଇଁ ଦାନଗଦି ମେଡିକାଲ୍ ରେ ପିଲାଟି ଗୋଡ଼ ର ଫୋଟ ଉଠାଇ ଥିଲେ ଡାକ୍ତର ପୁନର୍ବାର କଟକ ମେଡିକାଲ୍ ନେବା ପାଇଁ କହିବାରୁ ବବ୍ଲ୍ ସମସ୍ତ ଙ୍କୁ ଯୋଗାଯୋଗ କରିବା ପାଇଁ ଚେଷ୍ଟା ଚଳାଇଥିଲେ ଏହି ସମୟରେ ଵବ୍ଲୁ ଯାଜପୁର ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷଠାନ ‘କ୍ଲବ ଦି ୟୁଥ୍ ମାସ୍’ ର ସମ୍ପାଦକ ଯୁବ ସମାଜସେବୀ ରାଜେଶ୍ ରାଉତ ଶ୍ରଧୟ ଟିକିନା ଭାଇଙ୍କୁ ଯୋଗାଯୋଗ କରି ପିଲାଟି କୁ କିପରି ଶୀଘ୍ର ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯିବ ସେଥିପାଇଁ ରାଜେଶ୍ ଙ୍କୁ ସମ୍ପୂର୍ଣ୍ଣ ଦାୟିତ୍ଵ ହସ୍ତାନ୍ତର କରିଥିଲେ ଏହାପରେ ରାଜେଶ୍ ଓ ବବ୍ଲ୍ ଆଜି ସକାଳେ ଯାଇ ଦେଖିବା ପରେ ରାଜେଶ୍ ଙ୍କୁ ବାରେନ୍ ଯାହାସବୁ କହିଲେ ଓ ରାଜେଶ୍ ଦେଖିଲେ ପିଲାଟି ପ୍ରତି ବୋହୁତ ଅବହେଳା କରାଯାଇଛି , ଦେଖିବା ପରେ ରାଜେଶ୍ ବରେନ୍ ଙ୍କୁ କହିଲେ ମୁଁ ସ୍ବାସ୍ଥ୍ୟ ବିଭାଗ ସହ କଥା ହୋଇ ଯେତେ ସମ୍ଭବ ଚିକିତ୍ସା ଯୋଗାଇବି ଏହାପରେ ରାଜେଶ୍ ଘରକୁ ଆସି ମେଡିକାଲ୍ ବିଭାଗ ର କଟକ ଡାକ୍ତର ଙ୍କ ସହ ଯୋଗାଯୋଗ କରିଥିଲେ କିନ୍ତୁ ଡାକ୍ତର କହିଲେ ବୋହୁତ ବିଳମ୍ବ ହୋଇ ଗଲାଣି ତୁରନ୍ତ ଆଣି ଚିକିତ୍ସା କର ନଚେତ୍ ଆଗକୁ ଅଧିକ ଖେତି କରିବ , ରାଜେଶ୍ ଏହି କୋମଳ ମତି ୫ ବର୍ଷର ପିଲାଟିକୁ ତୁରନ୍ତ ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ ଜିଲ୍ଲା ପ୍ରଶାସନ ଙ୍କୁ ନିବେଦନ କରିବା ସହ ଯଦି କଳିଙ୍ଗ ନଗରରେ ଥିବା ୧୩ଗୋଟି କାରଖାନା ମଧ୍ୟରୁ କେହି ଗୋଟିଏ କାରଖାନା ପିଲାଟିକୁ ସେବା ଯୋଗାଇବା ପାଇଁ ଆଗେଇ ଆସିବେ ନିଶ୍ଚିନ୍ତ ପିଲାଟି ସୁସ୍ଥ ହୋଇ ପୁନର୍ବାର ତାର ମୁହଁ ରେ ହସ ଫୁ ଟିଇ ପାରନ୍ତା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking