37.1 C
Bhubaneswar
Thursday, March 28, 2024
Homeଓଡିଶାସରପଞ୍ଚଙ୍କ ବହିଷ୍କାର ଦାବିରେ ପଞ୍ଚାୟତ ଘେରାଉ

ସରପଞ୍ଚଙ୍କ ବହିଷ୍କାର ଦାବିରେ ପଞ୍ଚାୟତ ଘେରାଉ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ବେଗା ପଞ୍ଚାୟତବାସୀ ଦୁର୍ନୀତି ବିରୋଧରେ ପ୍ରତିବାଦ କରିଛନ୍ତି । ସୂଚନା ଅଧିକାର ତଥ୍ୟକୁ ଆଧାର କରି ପୂର୍ବତନ ସରପଞ୍ଚ ତଥା ନିହଲପ୍ରସାଦ ମଣ୍ଡଳ ବିଜେପି ସଭାପତି ପ୍ରଦୀପ ଦାସଙ୍କ ସଭାପତିତ୍ୱରେ ବେଗା ଗ୍ରାମ ତିନି ଛକିଆ ଠାରୁ ଏକ ର‌୍ୟାଲି ବାହାରି ସରପଞ୍ଚ ବିରୋଧୀ ସ୍ଲୋଗାନ ଦେଇ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା ଆୟୋଜନ କରିଥିଲେ । ଉଚ୍ଚନ୍ୟାୟାଳୟ ଅଧିବକ୍ତା ରାହୁଲ ରାୟ ମହାଳିକ କହିଥିଲେ ଯେ ନେତାଙ୍କୁ ନିର୍ବାଚିତ କରିଥାନ୍ତି ଜନତା । ହେଲେ ପରେ ସାହାଯ୍ୟ କରିବେ କଣ ? ବରଂ ଜନତାଙ୍କ ହକକୁ ଛଡ଼ାଇ ନେଉଛନ୍ତି ନେତା । ଉତ୍ୟକ୍ତ ଜନସାଧାରଣ ପଞ୍ଚାୟତ ଘେରିବା ସହ ଉନୟନ କାମ ବନ୍ଦ କରିଛନ୍ତି । ବେଗା ପଞ୍ଚାୟତଟି ୫ଟି ରାଜସ୍ୱ ଗ୍ରାମକୁ ନେଇ ଗଠିତ । ୧୭ଟି ୱାର୍ଡର ବାସିନ୍ଦାଙ୍କ ଭୋଟ ରେ ନିର୍ବାଚିତ ପ୍ରତିନିଧିଙ୍କ ବହିଷ୍କାର ଦାବି କରିଥିଲେ । ଦୁଇ ବର୍ଷ ମଧ୍ୟରେ ପଞ୍ଚାୟତରେ ଘାସ ସଫା ପାଇଁ ବିଲ୍ କରାଯାଇଛି ୧ଲକ୍ଷ ୧୧ ହଜାର, ପାଞ୍ଚକେନ୍ଦୁ ମହାଦେବ ପୋଖରୀ ରେ କାମ ନହୋଇ ୨ଲକ୍ଷ, ବେଗା ଉଚ୍ଚବିଦ୍ୟାଳୟରେ କୌଣସି କାମ କରାନଯାଇ ୧ଲକ୍ଷ ୫୦ହଜାର ବିଲ୍‌, କରଡାବଣୀରେ ଡ୍ରେନ ନାହଁ କିନ୍ତୁ ସଫା କରିବାରେ ଖର୍ଚ୍ଚ ହୋଇଛି ୧୦ ହଜାର, ବିନା ଛପରରେ ଭଙ୍ଗା କୁଡିଆରେ ଲୋକଙ୍କ ଜୀବନ କଟୁଥିବା ବେଳେ ସମିତିସଭ୍ୟା ନିଜ ଜାଆଙ୍କ ନାମରେ ବିଜୁ ପକ୍କାଘର ଓ ଶ୍ୱଶୁରଙ୍କ ନାମରେ ଗୁହାଳ କରିବା, ବିଜୁ ବାହିନୀରେ ସରପଞ୍ଚଙ୍କ ସ୍ୱାମୀ କିଛି କାର୍ଯ୍ୟ ନକରି ଲକ୍ଷାଧିକ ଟଙ୍କା ଆତ୍ମସାତ କରିବା, ନଲକୁପ ଖୋଳାରେ ଦୁର୍ନୀତି, ନେହେଙ୍ଗାରେ ଚାଲିଥିବା ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଆଦିବାସୀଙ୍କୁ ଭୁଲାଇ ଲକ୍ଷାଧିକ ମିଥ୍ୟା ବିଲ୍ ସମେତ ୧୬ ଦଫା ଦାବି କରିଛନ୍ତି । ବେଗା ଗ୍ରାମ ପଞ୍ଚାୟତ ଉନ୍ନୟନ କମିଟି ସଭାପତି ଜୟନ୍ତ କୁମାର ନାୟକ, ସୂଚନା ଅଧିକାର କର୍ମୀ ମନୋଜ ନାୟକ, ଅଞ୍ଜନ ପାଢୀ, ବେଲ ବୁଡିଉଲି , ହିରା ବବଙ୍ଗା, ନିହଲପ୍ରସାଦ ବିଜେପି ମହିଳା ମୋର୍ଚ୍ଚା ଗୀତାଞ୍ଜଳି ସ୍ୱାଇଁ, ପରେଶ ନାୟକ, ବଳରାମ କବି, ଦୀନବନ୍ଧୁ ପଧାନ, ପୂର୍ଣ୍ଣଚନ୍ଦ୍ର ଲେଙ୍କା, ମଧୁ ବୁଡିଉଲି, ବିରେନ୍ଦ୍ର ବାଙ୍ଗରା, ନରେନ୍ଦ୍ର ସୁଣ୍ଡି, ଘନଶ୍ୟାମ ମହାଳିକ, ସୁଧାକର ସାହୁ ପ୍ରମୁଖ ସାମିଲ ହୋଇଥିଲେ । ଗଁଦିଆ ବ୍ଲକର ଅତିରିକ୍ତ ତହସିଲଦାର ସନ୍ତୋଷ ମିଶ୍ର, ସଦର ଏସ୍‌ଡିପିଓ ଶ୍ରୀହର୍ଷ ମିଶ୍ର, ଏବିଡିଓ କିଶୋର କୁମାର ସାହୁ, ନିହଲପ୍ରସାଦ ଥାନା ଅଧିକାରୀ ରତ୍ମାକର ମଲ୍ଲିକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ସାତ ଦିନ ମଧ୍ୟରେ ସମାଧାନ କରାଯିବ ବେଲି କହିଥିଲେ । ଏ ସମ୍ପର୍କରେ ସରପଞ୍ଚଙ୍କୁ ପଚାରିବାରୁ ସେ କହିଥିଲେ ଯେ ଆମ ପଞ୍ଚାୟତରେ ଏଭଳି କିଛି ଦୁର୍ନୀତି ହୋଇନାହିଁ । ବିରୋଧୀମାନେ ଏ ସବୁ କାମ ନିଜର ସ୍ୱାର୍ଥ ପାଇଁ କରୁଛନ୍ତି । ଯାହା ଫଳରେ ମୁଁ ବଦ୍‌ନାମ ହେବି । ଏହାର ତଦନ୍ତ ହେଉ ସତ ପଦାକୁ ଆସିବ ବୋଲି ସରପଞ୍ଚ କହିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking