40.1 C
Bhubaneswar
Thursday, April 25, 2024
Homeକରୋନା ଓଡିଶାଅସ୍ଥାୟୀ ପଟାପୋଲ ନିର୍ମାଣ ପାଇଁ ଦାବି

ଅସ୍ଥାୟୀ ପଟାପୋଲ ନିର୍ମାଣ ପାଇଁ ଦାବି

ଯାଜପୁର (ଓଏନଏ): ଯାଜପୁର ଜିଲ୍ଲାର ବିଂଝାରପୁର ବ୍ଲକ ଅନ୍ତର୍ଗତ ଆଉଁରୀ ପଞ୍ଚାୟତସ୍ଥିତ ବଲଭଦ୍ରପୁର ଗ୍ରାମକୁ ସଂଲଗ୍ନ କରୁଥିବା ଜୁଣଭଦ୍ରା ପୋଲର ମରାମତି ଅବ୍ୟବହିତ ପୂର୍ବରୁ ବାତ୍ୟା “ୟାସ” ସହ ଉପର ମୁଣ୍ଡ ବର୍ଷାର ପ୍ରଭାବରେ ନଈରେ ପାଣି ଭରି ରହିଥିବାର ଦେଖିବାକୁ ମିଳିଛି।ଯାହାଦ୍ୱାରା ବଲଭଦ୍ରପୁର ନିକଟ ଅଞ୍ଚଳରୁ ବିଚ୍ଛିନ୍ନ ହୋଇଯାଇଛି।ଏହି ପୋଲଦେଇ ଆଉଁରୀ,ବଦି,ଅଣ୍ଢାଲୋ,ମାଟିଆକଣ, ଦାମୋଦର ପୁର,ଡିହକୂଳା ଆଦି ଅଞ୍ଚଳର ହଜାର ହଜାର ସଂଖ୍ୟାରେ ଲୋକମାନଙ୍କ ଯାତାୟାତ ହେଉଥିବା ବେଳେ ଏବେ ଏହା ବିଚ୍ୟୁତ ହୋଇଅଛି।ଯାହାଦ୍ୱାରା ରୋଗୀ ମାନଙ୍କୁ ମେଡିକାଲ ଯିବାରେ ଅସୁବିଧା ହେଉଛି।ଲୋକମାନଙ୍କୁ ଅଧିକ ରାସ୍ତା ବୁଲିକରି ଯିବାକୁ ପଡୁଥିବାବେଳେ,ଏହି ନଈ ଆଗରେ ଥିବା ହଳୁପଡା ଚେକ ଗେଟକୁ ବାରମ୍ବାର ବନ୍ଦ କରିଦିଆଯିବାଦ୍ୱାରା ହଜାର ହଜାର ହେକ୍ଟର ଚାଷଜମି ନଷ୍ଟ ହେବାରେ ଲାଗିଛି।ଏଣୁ ଉକ୍ତ କଲଭର୍ଟ ପ୍ରତି ପ୍ରଶାସନିକ ସ୍ତରରେ ନଜର ଦିଆଗଲେ ଚାଷୀକୂଳ ଉପକୃତ ହେବାସହ ଗମନାଗମନର ସୁବିଧା ନିମନ୍ତେ ଆପାତତ ଏକ ଅସ୍ଥାୟୀ କାଠପୋଲ ଯଥାଶୀଘ୍ର ନିର୍ମାଣ କରିବାପାଇଁ ସର୍ବଶ୍ରୀ ଉଦୟ ପଳାଇ,ନାରାୟଣ ଚନ୍ଦ୍ର ନାୟକ, ରବିନ୍ଦ୍ର ନାଥ ଦାସ,ଗଣେଶ ମଳିକ, ସୁଧାକର ଦାସ,ବିଜୟ ନାୟକ,ଲାଲଲଗେନ ପୃଷ୍ଟି,ଗିରିଧାରୀ ମଳିକ,ଶୁଭେନ୍ଦୁ ଦାସ,ରଞ୍ଜିତ ଦାସଙ୍କ ସମେତ ସମସ୍ତ ଗ୍ରାମବାସୀ ମାନେ ଦାବି କରିଛନ୍ତି।

1 COMMENT

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking