27.8 C
Bhubaneswar
Wednesday, April 17, 2024
Homeକରୋନାଦେଶରେ ଡେଲ୍ଟା ପ୍ଲସ ଭେରିଆଣ୍ଟ ଆଣିପାରେ ତୃତୀୟ ଲହର

ଦେଶରେ ଡେଲ୍ଟା ପ୍ଲସ ଭେରିଆଣ୍ଟ ଆଣିପାରେ ତୃତୀୟ ଲହର

ନୂଆଦିଲ୍ଲୀ: ଡେଲ୍ଟା ପ୍ଲସ ଭେରିଆଣ୍ଟ ନେଇ ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସୂଚନା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ୮୦ ଦେଶରେ ଡେଲ୍ଟା ଓ ୯ ଦେଶରେ ଡେଲ୍ଟା ପ୍ଲସ ଭେରିଆଣ୍ଟ ଚିହ୍ନଟ ହୋଇଛି। ଭାରତ, ୟୁକେ, ୟୁଏସ, ଜାପାନ, ନେପାଳ, ଚୀନ, ପର୍ତ୍ତୁଗାଲ, ଋଷିଆ ଓ ସ୍ୱିଜରଲାଣ୍ଡରେ ଡେଲ୍ଟା ପ୍ଲସ ଭେରିଆଣ୍ଟ ଚିହ୍ନଟ ହୋଇଛି। ଭାରତରେ ଏବେ ସୁଦ୍ଧା ୨୨ଟି ଡେଲ୍ଟା ପ୍ଲସ ଭେରିଆଣ୍ଟ ମାମଲା ସାମ୍ନାକୁ ଆସିିଛି। କେରଳ, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରେ ଡେଲ୍ଟା ପ୍ଲସ ଭେରିଆଣ୍ଟ ଚିହ୍ନଟ ହୋଇଥିବାବେଳେ ଏହାକୁ କିପରି ସାମ୍ନା କରାଯିବ ସେନେଇ ସେମାନଙ୍କୁ ଚିଠି ଲେଖାଯାଇଛି ବୋଲି ସ୍ୱାସ୍ଥ୍ୟ ସଚିବ କହିଛନ୍ତି। ଡେଲ୍ଟା ପ୍ଲସ ଭେରିଆଣ୍ଟ ଦେଶରେ ତୃତୀୟ ଲହରୀର କାରଣ ହୋଇପାରେ ବୋଲି ବିଶେଷଜ୍ଞମାନେ ମତାମତ ଦେଇଛନ୍ତି। ଡେଲ୍ଟା ଭେରିଆଣ୍ଟ ଉପରେ ସରକାର ନଜର ରଖିଛନ୍ତି। ଭାରତର ଉଭୟ କୋଭାକ୍ସିନ ଓ କୋଭିସିଲ୍ଡ ଭ୍ୟାକ୍ସିନ ଡେଲ୍ଟା ଭେରିଆଣ୍ଟ ଉପରେ ଫଳପ୍ରଦ ବୋଲି ସ୍ୱାସ୍ଥ୍ୟ ସଚିବ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking