40.1 C
Bhubaneswar
Thursday, April 25, 2024
Homeଓଡିଶାଡେଲଟା କିଛି ମାତ୍ରାରେ ଅଛି

ଡେଲଟା କିଛି ମାତ୍ରାରେ ଅଛି

ଭୁବନେଶ୍ୱର: କରୋନା ସଂକ୍ରମଣ ନେଇ ଡିଏମଇଟି ସିବିକେ ମହାନ୍ତି ପ୍ରତିକ୍ରିୟା ଦେଇ କହିଛନ୍ତି, ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ସ୍ଥିର ରହିଛି । ବିଶ୍ୱରେ ନିପା ମହାମାରୀ ହୋଇନି । ଡେଲଟା ଭାଇରସ କିଛି ମାତ୍ରାରେ ଅଛି । ବାଡି ପକାଇ କାହାକୁ ଜଗି ହବନି । ସମସ୍ତେ ସଚେତନ ହେବା ଦରକାର । ଯେତେବେଳେ ଟିକା ଆସିଲା ଯୁଦ୍ଧକାଳୀନ ଭିତ୍ତିରେ ଦିଆଯାଉଛି ।

ସୂଚନାଯୋଗ୍ୟ , ରାଜ୍ୟରେ କରୋନା ସଂକ୍ରମଣ ଥମୁଥିବାରୁ ସରକାର କଟକଣାକୁ କୋହଳ କରିଛନ୍ତି । ହେଲେ ତୃତୀୟ ଲହରର ଆଶଙ୍କା ଥିବାରୁ ନିୟମ ମାନି ଚାଲିବାକୁ ନିର୍ଦେଶ ଦେଇଛନ୍ତି । ତେବେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୦୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ 0-୧୮ ବର୍ଷ ମଧ୍ୟରେ ୧୨୨ ଚିହ୍ନଟ ହୋଇଥିବା ବେଳେ ସଙ୍ଗରୋଧରୁ ୩୫୪ ଏବଂ ସ୍ଥାନୀୟ ଅଞ୍ଚଳରୁ ୨୫୫ ଜଣ ଚିହ୍ନଟ ହୋଇଛନ୍ତି । ପିଲା ମାନଙ୍କୁ ଭାଇରସ ବ୍ୟାପୁଥିବାରୁ ଭୟ ବଢିଛି ।

ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି ୧୮୮ ଜଣ ସଂକ୍ରମିତ। ଅନୁଗୁଳରୁ ୧୩ ଜଣ, ବାଲେଶ୍ୱରରୁ ୩୧ ଜଣ, ବରଗଡ଼ରୁ ୯ ଜଣ, ଭଦ୍ରକରୁ ୧୮ ଜଣ, କଟକରୁ ୧୧୩ ଜଣ, ଦେବଗଡ଼ରୁ ୪ ଜଣ, ଢେଙ୍କାନାଳରୁ ୮ ଜଣ, ଗଜପତିରୁ ୧ ଜଣ, ଗଞ୍ଜାମରୁ ୫ ଜଣ, ଜଗତସିଂହପୁରରୁ ୨୨ ଜଣ, ଯାଜପୁରରୁ ୩୧ ଜଣ, ଝାରସୁଗୁଡ଼ାରୁ ୫ ଜଣ, କେନ୍ଦ୍ରାପଡ଼ାରୁ ୧୩ ଜଣ, କେଉଁଝରରୁ ୮ ଜଣ, ଖୋର୍ଦ୍ଧାରୁ ୧୮୮ ଜଣ, ମାଲକାନଗିରିରୁ ୧ ଜଣ, ମୟୁରଭଞ୍ଜରୁ ୨୧ ଜଣ, ନବରଙ୍ଗପୁରରୁ ୭ ଜଣ, ନୟାଗଡ଼ରୁ ୧୦ ଜଣ, ପୁରୀରୁ ୧୨ ଜଣ, ରାୟଗଡ଼ାରୁ ୭ ଜଣ, ସମ୍ୱଲପୁରରୁ ୧୬ ଜଣ, ସୁନ୍ଦରଗଡ଼ରୁ ୧୬ ଜଣ ଓ ଷ୍ଟେଟ ପୁଲରୁ ୪୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦, ୧୨, ୧୬୭କୁ ବୃଦ୍ଧି ପାଇଛି। ୯, ୯୭, ୦୬୩ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ୬, ୯୯୬ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking