27.1 C
Bhubaneswar
Tuesday, March 19, 2024
Homeଦେଶ ବିଦେଶଶାନ୍ତି ଓ ଭାଇଚାରା ପାଇଁ ଅପିଲ୍ କଲେ ମୋଦି

ଶାନ୍ତି ଓ ଭାଇଚାରା ପାଇଁ ଅପିଲ୍ କଲେ ମୋଦି

ନୂଆଦିଲ୍ଲୀ: ଉତରପୂର୍ବ ଦିଲ୍ଲୀରେ ହେଉଥିବା ହିଂସାକାଣ୍ଡ ଏମିତି ଉଗ୍ର ରୂପ ଧାରଣ କଲାଣି ଯେ, ସେଠାରେ ବର୍ତମାନ ୧୪୪ ଧାରା ଲାଗୁ କରାଯାଇଛି । ଏହି ହିଂସାକାଣ୍ଡ ପାଇଁ ୨୦ ଲୋକଙ୍କ ମୃତ୍ୟୁ ମଧ୍ୟ ହେଲାଣି । ଏହାରି ଭିତରେ ଆଜି ଅର୍ଥାତ୍ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ ଜରିଆରେ ଲୋକଙ୍କ ମଧ୍ୟରେ ଶାନ୍ତି ବନେଇ ରଖିବାକୁ ଅପିଲ୍ କରିଛନ୍ତି । ସେ କହିଛନ୍ତି, ‘ଏହି ହିଂସାକୁ ବନ୍ଦ କରିବା ପାଇଁ ପୋଲିସ ତଥା ବିଭିନ୍ନ ଏଜେନ୍ସି ଲଗାତର ପ୍ରୟାସ ଜାରି ରଖିଛନ୍ତି । ଶାନ୍ତି ସହ ସୌହାର୍ଦ୍ଦ୍ୟ ହେଉଛି ଆମ ଚରିତ୍ରର କେନ୍ଦ୍ରବିନ୍ଦୁ । ଦିଲ୍ଲୀରେ ରହୁଥିବା ସମସ୍ତ ଭାଇ ଭଉଣୀ ନିଜ ଭିତରେ ଶାନ୍ତି ରଖିବା ନିହାତି ଜରୁରୀ’ । ଅନ୍ୟପଟେ ଏହାକୁ ନେଇ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ କରିଛନ୍ତି । ଏଭଳି କାଣ୍ଡ ପଛରେ ସୁକଳ୍ପିତ ଯୋଜନା କରାଯାଇଛି । ଯାହାର ଉଦାହରଣ ହେଉଛି ଦିଲ୍ଲୀ ବିଧାନସଭା ନିର୍ବାଚନ । ଏହି ସମୟରେ ବିଜେପି ନେତାମାନେ ଜନତାଙ୍କୁ ଡରାଇବା ଭଳି ଭାଷଣ ଦେଇ ସେମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଥିଲେ । ଏମିତି ପରିସ୍ଥିତି ପାଇଁ କେନ୍ଦ୍ର ସରକାର, ଗୃହମନ୍ତ୍ରୀ ଓ ଦିଲ୍ଲୀ ସରକାର ହିଁ ଦାୟୀ । ବାରମ୍ବାର ଦିଲ୍ଲୀରେ ହିଂସା ପରିସ୍ଥିତି ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ସମସ୍ତ ଦୋଷ ନିଜ ମୁଣ୍ଡକୁ ନେଇ ଇସ୍ତଫା ଦେବା ଉଚିତ୍ ବୋଲି କହିଛନ୍ତି ସୋନିଆ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking