ଦିଲ୍ଲୀରେ ଆଉଥରେ ହେବନି ‘୧୯୮୪’: ହାଇକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ହିଂସାରେ ହାଇକୋର୍ଟ ପୁଣିଥରେ ଶୁଣାଣୀ କରିଛନ୍ତି । ଶକ୍ତ ଟିପ୍ପଣୀ ଦେଇ କୋର୍ଟ କହିଛନ୍ତି ଯେ, ଦିଲ୍ଲୀରେ ଆଉଥରେ ୧୯୮୪ ହେବାକୁ ଆମେ ଦେବୁନାହିଁ । ୧୯୮୪ରେ ଶିଖ୍ ଦଙ୍ଗା ହୋଇଥିଲା । ଯେଉଁଥିରେ ଶହ ଶହ ଲୋକ ମୃତ୍ୟୁବରଣ କରିଥିଲେ । ଏ ପର୍ଯ୍ୟନ୍ତ ଦିଲ୍ଲୀ ହିଂସାରେ ୨୨ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି । ଏହା ସହ କୋର୍ଟ ଦେଇଥିବା ଟିପ୍ପଣୀ ଉପରେ କେନ୍ଦ୍ର ସରକାରଙ୍କ ଓକିଲ ସଲିସିଷ୍ଟର ଜେନେରାଲ ତୁଷାର ମେହେତା କହିଛନ୍ତି ଯେ, ଡିସିପି ଗମ୍ଭୀର ରୂପରେ ଆହତ ହେବା ସହ ଜଣେ କନେଷ୍ଟବଳଙ୍କ ମଧ୍ୟ ପ୍ରାଣ ଯାଇଛି । ପୋଲିସ ଅଧିକାରୀମାନେ ଗୁରୁତର ହେବା ସହ ବର୍ତମାନ ଭେଂଟିଲେଟରରେ ରହିଥିବା ସେ ସୂଚନା ଦେଇଛନ୍ତି । ସମ୍ବିଧାନିକ ଅଧିକାରୀମାନେ ତୁରନ୍ତ ଏହାକୁ ପରିଦର୍ଶନ କରିବା ଉଚିତ ବୋଲି କୋର୍ଟ କହିଛନ୍ତି ।