27.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶସାବଧାନ ! ଦିଲ୍ଲୀ ହିଂସା ସଂପର୍କିତ ଘୃଣା ଜନିତ ଭିଡିଓ ପଠେଇଲେ ନିଆଯିବ ଦୃଢ ପଦକ୍ଷେପ

ସାବଧାନ ! ଦିଲ୍ଲୀ ହିଂସା ସଂପର୍କିତ ଘୃଣା ଜନିତ ଭିଡିଓ ପଠେଇଲେ ନିଆଯିବ ଦୃଢ ପଦକ୍ଷେପ

ନୂଆଦିଲ୍ଲୀ: ଉତରପୂର୍ବ ଦିଲ୍ଲୀରେ ହୋଇଥିବା ହିଂସା ଏବେ ଶାନ୍ତ ପଡିଛି । ଆଉ ଦିଲ୍ଲୀରେ ଧିରେଧିରେ ଶାନ୍ତି ଫେରିବା ସହ ସମସ୍ତ ଦୋକାନ ବଜାର ଏବେ ଖୋଲୁଛି । ଏହାସହ ହିଂସା ପ୍ରଭାବିତ ଅଂଚଳରେ ଦିଲ୍ଲୀ ପୋଲିସ ଫ୍ଲାଗମାର୍ଚ୍ଚ ମଧ୍ୟ ଜାରି ରଖିଛି । ତେବେ ଏହାରି ଭିତରେ ଆଉ ଏକ ଖବର ମଧ୍ୟ ଆସିଛି । ତାହା ହେଲା ଏହି ହିଂସାକାଣ୍ଡର ଘୃଣ୍ୟଜନିତ ଭିଡିଓ ଏବେ ସୋସିଆଲ ମିଡିଆ ସହ ମୋବାଇଲରୁ ମୋବାଇଲ ଘୂରି ବୁଲୁଛି । ଲୋକଙ୍କ ନିକଟକୁ ଏହି ଭିଡିଓ ସୋସିଆଲ ମିଡିଆ ଓ ହ୍ୱାଟସ ଆପ୍ ମାଧ୍ୟମରେ ପହଂଚୁଥିବା ଖବର ଏବେ ସାମ୍ନାକୁ ଆସିଛି । ଏହା ଉପରେ କ୍ରୋଧ ପ୍ରକାଶ କରି ଦିଲ୍ଲୀ ପୋଲସି ଖୁବ ଶୀଘ୍ର ଏକ ହ୍ୱାଟସ ଆପ୍ ନମ୍ବର ଜାରି କରିବ, ଯାହା ମାଧ୍ୟମରେ ଏଭଳି ଭିଡିଓ ପଠାଉଥିବା ଲୋକଙ୍କ ନାମରେ ଅଭିଯୋଗ କରିହେବ । ପରେ ଏ ସଂପର୍କରେ ଦାୟିତ୍ୱରେ ଥିବା ଅଧିକାରୀ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ପଦକ୍ଷେପ ନେବେ । ନହେଲେ ଅତି ଦରକାର ପଡିଲେ ଏହି ଅଭିଯୋଗକୁ ଦିଲ୍ଲୀ ପୋଲିସକୁ ହସ୍ତାନ୍ତର କରାଯିବ । ତେବେ ଏଭଳି ଭିଡିଓ ପଠାଇ ଲୋକ ଓ ସମାଜରେ ଘୃଣା ସୃଷ୍ଟି ନକରନ୍ତୁ ବୋଲି ଦିଲ୍ଲୀ ସରକାର ଅପିଲ୍ କରିଛନ୍ତି । ସୂଚନାଯୋଗ୍ୟ ଯେ, ଏଯାବତ୍ ଦିଲ୍ଲୀ ହିଂସା ଘଟଣାରେ ୪୨ ଲୋକଙ୍କ ମୃତ୍ୟୁ ହୋଇଛି । ଏଭଳି ସି୍ଥତିିରେ ଏକ ପ୍ରଶ୍ନ ମଧ୍ୟ ଆସୁଛି ଯେ, କିଏ ସେହି ବ୍ୟକ୍ତି, ଯିଏ ଦିଲ୍ଲୀରେ ଏଭଳି ଲହୁଲୁହାଣ ପରିସ୍ଥିତି ସୃଷ୍ଟି କଲା । ତେବେ ସ୍ଥାନୀୟ ଲୋକଙ୍କ ଏହି ଘଟଣାରେ ସଂପୃକ୍ତି ଥିବା କ୍ରାଇମବ୍ରାଂଚ ପକ୍ଷରୁ କୁହାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking