28.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶଗ୍ୟାସ ସିଲିଣ୍ଡର ଫାଟି ୪ ମୃତ, ୧ ଗୁରୁତର

ଗ୍ୟାସ ସିଲିଣ୍ଡର ଫାଟି ୪ ମୃତ, ୧ ଗୁରୁତର

ନୂଆଦିଲ୍ଲୀ : ଦିଲ୍ଲୀ ସ୍ଥିତ ଫାର୍ଶ ବଜାରରେ ଅଗ୍ନିକାଣ୍ଡ ଘଟି ୪ ଜଣଙ୍କ ମୃତ୍ୟୁ ଘଟିଛି । ଏଥିସହ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି । ଶୋଇଥିବା ସମୟରେ ମଙ୍ଗଳବାର ବିଳମ୍ୱିତ ରାତିରେ ଏପରି ଘଟଣା ଘଟି ଥିବାର ଜଣାପଡିଛି । ପରେ ଆହତ ବ୍ୟକ୍ତିଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଶାହଦର ସ୍ଥିତ ଫାର୍ଶ ବଜାରର ଏକ ଘରେ ଅଗ୍ନିକାଣ୍ଡ ଘଟିଥିଲା । ଏଥିରେ ଘରେ ଶୋଇଥିବା ସମୟରେ ୪ ଜଣ ଲୋକ ଜିଅନ୍ତା ଜଳିଯାଇଛନ୍ତି ।

ଅଗ୍ନିଶମ ବିଭାଗର ନିର୍ଦ୍ଦେଶକ ଅତୁଲ ଗର୍ଗ କହିଛନ୍ତି ଯେ, ଏହି ଘଟଣା ଶାହାଦାର ଫ୍ଲୋର ମାର୍କେଟ ଅଞ୍ଚଳରେ ଘଟିଛି । ଶାହଦରା ଅଞ୍ଚଳରେ ଏଲପିଜି ସିଲିଣ୍ଡର ବିସ୍ଫୋରଣ ନେଇ ଏକ କଲ ଆସିଥିଲା । ଏହା ପରେ ଅଗ୍ନିଶମ ବିଭାଗର ୯ଟି ଗାଡି ଘଟଣାସ୍ଥଳକୁ ଯାଇ ପହଞ୍ଚିଥିଲା । ଦୀର୍ଘ ସମୟ ପରେ ନିଆଁକୁ ଆୟତ୍ତ କରାଯାଇଥିଲା । ତେବେ ଅଗ୍ନିକାଣ୍ଡରେ ଗୁରୁତର ହୋଇଥିବା ୫ ଜଣଙ୍କୁ ତୁରନ୍ତ ଡାକ୍ତରଖାନାକୁ ପଠାଯାଇଥିଲା । ସୂଚନା ଥାଉକି, ଏଲପିଜି ସିଲିଣ୍ଡର ଲିକ୍ ହେତୁ ଏହି ଅଗ୍ନିକାଣ୍ଡ ଘଟିଥିଲା । ଧୂଆଁ ଯୋଗୁଁ ଶ୍ୱାସରୁଦ୍ଧ ହୋଇ ୪ ଜଣଙ୍କର ମୃତ୍ୟୁ ହୋଇଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking