34.1 C
Bhubaneswar
Friday, March 29, 2024
Homeସାଧାରଣତନ୍ତ୍ର ଦିବସ -2023ଦିଲ୍ଲୀ ସାଧାରଣତନ୍ତ୍ର ଦିବସ ପରେଡ୍‌: ଫ୍ଲାଏପାଷ୍ଟ୍‌ରେ ଶକ୍ତି ପ୍ରଦର୍ଶନ କରିବ ୯ ରାଫେଲ

ଦିଲ୍ଲୀ ସାଧାରଣତନ୍ତ୍ର ଦିବସ ପରେଡ୍‌: ଫ୍ଲାଏପାଷ୍ଟ୍‌ରେ ଶକ୍ତି ପ୍ରଦର୍ଶନ କରିବ ୯ ରାଫେଲ

ନୂଆଦିଲ୍ଲୀ: ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଆସନ୍ତା ୨୬ରେ ନୂଆଦିଲ୍ଲୀର କର୍ତ୍ତବ୍ୟପଥ (ପୂର୍ବନାମ ରାଜପଥ)ରେ ଭବ୍ୟ ପରେଡ୍ ଆୟୋଜିତ ହେବାକୁ ଯାଉଛି । ପରେଡ୍‌ର ଅନ୍ତିମ ଲଗ୍ନରେ ଭାରତୀୟ ବାୟୁସେନାର ଏକାଧିକ ବିମାନ ଫ୍ଲାଏପାଷ୍ଟ୍‌ରେ ଅଂଶଗ୍ରହଣ କରିଥାନ୍ତି । ଏହି ଲଢୁଆ ବିମାନର ରଣକୌଶଳ ଉପସ୍ଥିତ ଦର୍ଶକଙ୍କୁ ବିମୋହିତ କରିବା ସହ ଦେଶର ବାୟୁସେନା କ୍ଷମତାକୁ ପ୍ରଦର୍ଶିତ କରିଥାଏ । ଚଳିତବର୍ଷ ପରେଡ୍‌ରେ ବାୟୁସେନାର ମୋଟ ୫୦ଟି ବିମାନ ଅଂଶଗ୍ରହଣ କରିବାକୁ ଯାଉଥିବାବେଳେ ଏଥିମଧ୍ୟରେ ୯ଟି ରାଫେଲ ବିମାନ ଅନ୍ତର୍ଭୁକ୍ତ ଥିବା ଜଣାପଡିଛି । ରାଫେଲ ବ୍ୟତୀତ ପ୍ରଥମ ଓ ଶେଷ ଥର ପାଇଁ ନୌବାହିନୀର ଆଇଏଲ-୩୮ ବିମାନ ମଧ୍ୟ ଫ୍ଲାଏପାଷ୍ଟ୍‌ରେ ଦେଖିବାକୁ ମିଳିବ ବୋଲି କୁହାଯାଇଛି । ପରେଡ୍‌ରେ ଅଂଶଗ୍ରହଣ କରିବାକୁ ଥିବା ବାୟୁସେନା ପ୍ରଜ୍ଞାପନ ମେଢର ବିଷୟବସ୍ତୁ ‘ଇଣ୍ଡିଆନ ଏୟାରଫୋର୍ସ-ପାୱାର ବିୟଣ୍ଡ୍ ବାଉଣ୍ଡାରିଜ୍‌’ ରଖାଯାଇଛି । ୯ଟି ରାଫେଲ ମଧ୍ୟରୁ ୪ଟି ରାଫେଲ ‘ନେତ୍ର’ ଫର୍ମେସନରେ ଉଡାଣ ଭରୁଥିବାବେେଳେ ସି-୧୩୦ ବିମାନ ସହ ୪ଟି ରାଫେଲ ‘ବଜରଙ୍ଗ’ ଫର୍ମେସନରେ ଏବଂ ଅନ୍ୟ ଗୋଟିଏ ‘ଭର୍ଟିକାଲ ଚାର୍ଲି’ ଫର୍ମେସନ୍‌ରେ ଉଡିବ ବୋଲି କୁହାଯାଇଛି । ଅପରପକ୍ଷରେ ‘ଭୀମ୍‌’ ଫର୍ମେସନ୍‌ରେ ଦୁଇଟି ସୁଖୋଇ-୩୦ ବିମାନ ସହ ସି-୧୭ ଗ୍ଲୋବମାଷ୍ଟର ବିମାନ ଉଡିବାର କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଛି । ଅନ୍ୟ ବିମାନଗୁଡିକ ‘ଧ୍ୱଜ’, ‘ରୁଦ୍ର’, ‘ବାଜ୍‌’, ‘ପ୍ରଚଣ୍ଡ’, ‘ତ୍ରିରଙ୍ଗା’, ‘ଟାଙ୍ଗେଲ’,’ ଗରୁଡ’, ‘ଅମ୍ରିତ’ ଓ ‘ତ୍ରିଶୂଳ’ ଫର୍ମେସନରେ ଉଡିବେ ବୋଲି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking