29.1 C
Bhubaneswar
Wednesday, April 24, 2024
Homeଅପରାଧକାର୍ ଭିତରୁ ମହିଳା କନେଷ୍ଟବଳଙ୍କ ମୃତଦେହ ଉଦ୍ଧାର

କାର୍ ଭିତରୁ ମହିଳା କନେଷ୍ଟବଳଙ୍କ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ: ଦକ୍ଷିଣ ଦିଲ୍ଲୀର ଲୋଧୀ କଲୋନୀରେ ମଙ୍ଗଳବାର ସକାଳ ସମୟରେ ଏକ କାର୍ ଭିତରେ ଜଣେ ମହିଳାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ତେବେ ଉଦ୍ଧାର ହେବା ପରେ ସେ ଦିଲ୍ଲୀ ପୋଲିସର ମହିଳା କନେଷ୍ଟବଳ ରେଣୁ ବୋଲି ଜଣାପଡିଛି । ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରି ରେଣୁଙ୍କ ସ୍ୱାମୀକୁ ଏବେ ପୋଲିସ ଖୋଜୁଛି । ଖବର ପାଇ ଶବ ଜବତ କରି ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ରେଣୁଙ୍କ ସ୍ୱାମୀ ମଧ୍ୟ ଦିଲ୍ଲୀ ପୋଲିସ ବିଭାଗରେ କାର୍ଯ୍ୟରତ । ମଙ୍ଗଳବାର ଦ୍ୱିପ୍ରହର ସମୟରେ ଏହି ଘଟଣାର ସ୍ପଷ୍ଟ ସୂଚନା ପ୍ରଦାନ କରିଛନ୍ତି ଡିସିପି ଅତୁଲ କୁମାର ଠାକୁର । ହତ୍ୟା କରିବାର କାରଣ ନେଇ ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ପୋଲିସର ତଦନ୍ତ ଏବେ ଜାରି ରହିଥିବା ସେ କହିଛନ୍ତି ମିଳିଛି । ଏହି ଘଟଣା ପରଠାରୁ ମୃତ ମହିଳା କନେଷ୍ଟବଳଙ୍କ ସ୍ୱାମୀ ଫେରାର ରହିଥିବା ପୋଲିସ ସୂଚନା ଦେଇଛି । ତେବେ ସେ ଫେରାର ଥିବାରୁ ତାଙ୍କ ଉପରେ ପୋଲିସର ସନ୍ଦେହ ଅଧିକ ମାତ୍ରାରେ ବଢିଯାଇଛି । ରେଣୁ ଦିଲ୍ଲୀର ବାହାର ଜିଲ୍ଲାରେ ଡ୍ୟୁଟି କରୁଥିଲେ । ବର୍ତମାନସୁଦ୍ଧା ମିଳିଥିବା ସୂଚନା ଅନୁସାରେ ରେଣୁ ଏବଂ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ଭଲ ସଂପର୍କ ନଥିଲା । ଯେତେବେଳେ ତାଙ୍କ ସ୍ୱାମୀ ମିଳିବେ, ସେତେବେଳେ ପୁରା ଘଟଣା ଉପରୁ ପରଦା ହଟିବ ବୋଲି ସେ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking