29.1 C
Bhubaneswar
Sunday, September 29, 2024
Homeଦେଶ ବିଦେଶରାହୁଲ ଗାନ୍ଧୀଙ୍କୁ ଦିଲ୍ଲୀ ପୁଲିସର ନୋଟିସ୍‌

ରାହୁଲ ଗାନ୍ଧୀଙ୍କୁ ଦିଲ୍ଲୀ ପୁଲିସର ନୋଟିସ୍‌

ନୂଆଦିଲ୍ଲୀ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଦିଲ୍ଲୀ ପୁଲିସ୍ ପକ୍ଷରୁ ଏକ ନୋଟିସ୍ ଜାରି କରାଯାଇଛି । ତାଙ୍କ ନିକଟରେ ଶାରୀରିକ ଶୋଷଣ ଅଭିଯୋଗ କରିଥିବା ପୀଡ଼ିତାଙ୍କ ତଥ୍ୟ ଦେବା ପାଇଁ ଏଥିରେ ତାଙ୍କୁ କୁହାଯାଇଛି । ସୋସିଆଲ୍ ମିଡିଆରେ ଭାଇରାଲ୍ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟ ଉପରେ ସଂଜ୍ଞାନ ନେଇ ଦିଲ୍ଲୀ ପୁଲିସ ରାହୁଲ ଗାନ୍ଧୀଙ୍କୁ ପ୍ରଶ୍ନ କରିବା ସହିତ ଏହାର ଜବାବ ମାଗିଛି ।

ସୂଚନାଯୋଗ୍ୟ, ଶ୍ରୀନଗରରେ ରାହୁଲ ଏକ ବୟାନ ଦେଇଥିଲେ ଯେ ମହିଳାମାନଙ୍କୁ ଯୌନ ଓ ଶାରୀରିକ ଶୋଷଣ କରାଯାଉଥିବା ଭାରତ ଯୋଡ଼ ଯାତ୍ରାବେଳେ ସେ ଶୁଣିବାକୁ ପାଇଥିଲେ । ଏହାକୁ ସଂଜ୍ଞାନକୁ ନେଇ ପୁଲିସ ପୀଡ଼ିତାଙ୍କ ତଥ୍ୟ ଦେବାକୁ ରାହୁଲଙ୍କୁ କହିଛି, ଯାହା ଫଳରେ ସେମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇପାରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking