27.5 C
Bhubaneswar
Monday, July 22, 2024
Homeଦେଶ ବିଦେଶଦିଲ୍ଲୀ ମଦ ନୀତି ମାମଲା: ସିସୋଦିଆଙ୍କ ପରେ ରାଘବ ଚଡ୍ଡାଙ୍କ ନାଁରେ ଚାର୍ଜସିଟ୍

ଦିଲ୍ଲୀ ମଦ ନୀତି ମାମଲା: ସିସୋଦିଆଙ୍କ ପରେ ରାଘବ ଚଡ୍ଡାଙ୍କ ନାଁରେ ଚାର୍ଜସିଟ୍

ନୂଆଦିଲ୍ଲୀ:ଦିଲ୍ଲୀ ବିବାଦୀୟ ମଦ ନୀତି ମାମଲା । ମନିଷ ସିସୋଦିଆଙ୍କ ପରେ ରାଘବ ଚଡ୍ଡାଙ୍କ ନାଁରେ ଚାର୍ଜସିଟ । ମଦ ନୀତି ମାମଲାରେ ସିସୋଦିଆଙ୍କୁ ଗିରଫ କରାଯାଇଥିବା ବେଳେ ଇଡି ଦାଖଲ କରିଥିବା ଦ୍ବିତୀୟ ଚାର୍ଜସିଟରେ ଆପର ରାଜ୍ୟସଭା ସାଂସଦ ରାଘବ ଚଡ୍ଡାଙ୍କ ନାଁ ରହିଛି । ସିସୋଦିଆଙ୍କ ପୂର୍ବତନ ସଚିବ ସି ଅରବିନ୍ଦଙ୍କ ବୟାନ ଆଧାରରେ ରାଘବ ଚଡ୍ଡାଙ୍କ ନାଁ ଚାର୍ଜସିଟରେ ରଖିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସିସୋଦିଆଙ୍କ ବାସଭବନରେ ବସିଥିବା ବୈଠକରେ ରାଘବ ଚଡ୍ଡା ଉପସ୍ଥିତ ଥିଲେ । ବୈଠକରେ ପଞ୍ଜାବ ଅବକାରୀ ବିଭାଗର କମିସନର ବରୁଣ ରୁଜାମ, ବିଜୟ ନାୟରଙ୍କ ସମେତ ଅନ୍ୟ ଅଫିସର ଉପସ୍ଥିତ ଥିଲେ ବୋଲି ଇଡିକୁ ଅରବିନ୍ଦ ଦେଇଥିବା ବୟାନରେ କହିଛନ୍ତି ।

ଗତକାଲି ପ୍ରଥମ ଥର ଲାଗି ମଦ ଦୁର୍ନୀତିରେ ସିସୋଦିଆଙ୍କ ସମ୍ପୃକ୍ତି ରହିଥିବା ସପ୍ଲିମେଣ୍ଟାରୀ ଚାର୍ଜସିଟରେ ଦର୍ଶାଇଥିଲା ସିବିଆଇ । ୨୦୨୧-୨୨ରେ ଦିଲ୍ଲୀ ସରକାର ଲାଗୁ କରିଥିବା ନୂଆ ମଦ ନୀତିରେ ମଦ ମାଫିଆଙ୍କଠାରୁ ଟଙ୍କା ନେଇ ସେମାନଙ୍କୁ ଡିଲରସିପ୍ ଦିଆଯାଇଥିବା ଅଭିଯୋଗ ହୋଇଥିଲା । ମାମଲାର ସିବିଆଇ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲେ ଉପରାଜ୍ୟପାଳ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking