28.1 C
Bhubaneswar
Thursday, March 28, 2024
Homeଖେଳସିଓର୍ଡ ମାରିନେଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ: ମନ୍‌ପ୍ରୀତ୍‌ଙ୍କ ଉପରେ ଦେଇପାରିବେନି ବୟାନ

ସିଓର୍ଡ ମାରିନେଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ: ମନ୍‌ପ୍ରୀତ୍‌ଙ୍କ ଉପରେ ଦେଇପାରିବେନି ବୟାନ

ନୂଆଦିଲ୍ଲୀ: ଭାରତୀୟ ହକି ଟିମ୍‌ର ପୂର୍ବତନ କୋଚ୍ ସିଓର୍ଡ ମାରିନେଙ୍କ ପୁସ୍ତକୁ ନେଇ ଦେଖା ଦେଇଥିବା ବିବାଦର ଦିଲ୍ଲୀ ହାଇକୋର୍ଟ ସଂଜ୍ଞାନ ନେଇଛନ୍ତି । ଭାରତୀୟ ମହିଳା ଏବଂ ପୁରୁଷ ହକି ଟିମ୍ ପକ୍ଷରୁ ଦାଖଲ କରାଯାଇଥିବା ଆବେଦନର ଶୁଣାଣି କରି ବୁଧବାର ହାଇକୋର୍ଟ ନିଜ ପୁସ୍ତକରେ କ୍ୟାପ୍‌ଟେନ୍ ମନ୍‌ପ୍ରୀତ୍ ସିଂହଙ୍କ ବିରୋଧରେ କରାଯାଇଥିବା ଅଭିଯୋଗ ସମ୍ବନ୍ଧରେ କୌଣସି ବୟାନ ଜାରି ନକରିବାକୁ ମାରିନେଙ୍କୁ କହିଛନ୍ତି । ଏହା ସହିତ ପୁସ୍ତକର ବିବାଦୀୟ ଅଂଶ ପ୍ରକାଶ ନକରିବାକୁ କୋର୍ଟ ହାଉସ୍ ହାର୍ପର୍ କଲିନ୍ସ ପବ୍ଲିଶର୍ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍‌କୁ ନିର୍ଦ୍ଦେଶ ଦେଇଛନ୍ତି । ପୁସ୍ତକର ବିବାଦୀୟ ଅଂଶକୁ ପଢ଼ିବା ପରେ ଜଷ୍ଟିସ୍ ଅମିତ ବଂଶଲ କହିଛନ୍ତି, ଏଥିରେ ଉଲ୍ଲିଖିତ ବୟାନ ମନ୍‌ପ୍ରୀତ୍ ସିଂହଙ୍କ ପ୍ରତିଷ୍ଠାକୁ ଆଘାତ ପହଞ୍ଚାଇବ । କୋର୍ଟ କହିଛନ୍ତି, ଏହି ବୟାନ୍ ସାର୍ବଜନନୀ ଡୋମେନ୍‌ରେ ଆସୁଥିବାରୁ ଏହା ମନ୍‌ପ୍ରୀତ୍‌ଙ୍କ ପ୍ରତିଷ୍ଠା ପ୍ରତି କ୍ଷତିକାରକ ହୋଇପାରେ । କୋର୍ଟ ତାଙ୍କ ଆଦେଶରେ ମାମଲାର ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ମାରିନେଙ୍କ ବୟାନ ଜାରି ଉପରେ ରୋକ୍ ଲଗାଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୮ ତାରିଖରେ ହେବ । ଏଥିରୁ ଜଣାପଡ଼ୁଛି ମାମଲା ମନ୍‌ପ୍ରୀତ୍‌ଙ୍କ ସପକ୍ଷରେ ଏବଂ ମାରିନେଙ୍କ ବିପକ୍ଷରେ ଯାଉଛି । ମାରିନେଙ୍କ ପୁସ୍ତକ ‘ୱିଲ୍ ପାୱାର୍‌: ଦ ଇନ୍‌ସାଇଡ୍ ଷ୍ଟୋରୀ ଅଫ୍ ଦ ଇନ୍‌କ୍ରେଡିବଲ୍ ଟର୍ନଆରାଉଣ୍ଡ୍ ଇନ୍ ଇଣ୍ଡିଆନ୍ ହକି’ ବୁଧବାର ଉନ୍ମୋଚିତ ହେବାର ଅଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking