37.1 C
Bhubaneswar
Thursday, March 28, 2024
HomeUncategorizedଦିଲ୍ଲୀ ବାସୀଙ୍କ ଦିଲ ରେ କେଜ୍ରିୱାଲ

ଦିଲ୍ଲୀ ବାସୀଙ୍କ ଦିଲ ରେ କେଜ୍ରିୱାଲ

ଦିଲ୍ଲୀ : ପୁଣି ଥରେ ଅଜାତୀୟ ରାଜଧାନୀ ଦିଲ୍ଲୀରେ ସରକାର ଗଢିଲା ଆପ୍ । ଦିଲ୍ଲୀରେ ଫେଲ୍ ମାରିଲା ମୋଦି ଯାଦୁ । ପୁଣି କେଜ୍ରିୱାଲଙ୍କ ଲୋକପ୍ରିୟତା । କେଜ୍ରିୱାଲ ବନାମ ମୋଦି ବନାମ ରାହୁଲରେ ବାଜି ମାରିନେଇଛନ୍ତି କେଜ୍ରିୱାଲ । ହ୍ୟାଟ୍ରିକ୍ କଲେ ଅରବିନ୍ଦ କେଜ୍ରିୱାଲ୍ । ୨୦୧୯ ସାଧାରଣ ନିର୍ବାଚନରେ ମୋଦି ସୁନାମୀରେ ଧରାଶାୟୀ ହୋଇଥିଲେ ବିରୋଧୀ । ହେଲେ ରାଜଧାନୀରେ ଚାଲିପାରିନି ମୋଦି ଯାଦୁ । ଗତଥର ଭଳି ଏଥର ମଧ୍ୟ କଂଗ୍ରେସ ଖାତା ଖୋଲି ପରି ନାହିଁ ।ଏଥର ବି ଆପ୍ ଉପରେ ଭରସା କରିଛନ୍ତି ଦିଲ୍ଲୀବାସୀ । ପୁଣି ଦିଲ୍ଲୀ ଗାଦି ଅକ୍ତିଆର କରିବେ ଅରବିନ୍ଦ କେଜ୍ରିୱାଲ୍ । ଆମ ଆଦମୀ ପାର୍ଟି କୁ ମିଳିଲା ବହୁମତ । ବିକାଶ ନାଁରେ ନିବାଚନ ଲଢ଼ି ବାଜି ଜିତି ଯାଇଛନ୍ତି କେଜ୍ରିୱାଲ । ଦ୍ୱିତୀୟ ସ୍ଥାନରେ ବିଜେପି ରହିଥିବା ବେଳେ କଂଗ୍ରସ ମୂଳ ପୋଛ ହୋଇଯାଇଛି ।
ଦିଲ୍ଲୀ ନିର୍ବାଚନ ତାରିଖ ଘୋଷଣା ପରେ ଆଗୁଆ ପ୍ରାର୍ଥୀ ଘୋଷଣା ସହ ମଜଭୁତ ରଣନୀତି ପ୍ରସ୍ତୁତ କରିଥିଲା ଆପ୍ । ଆଉ ସବୁଠାରୁ ବଡ଼ କଥା ହେଲା ନିର୍ବାଚନୀ ମାହୋଲେରେ ବିବାଦୀୟ ବୟାନରୁ ଦୂରେଇ ରହିଥିଲେ ଆମ ଆଦମି ପାର୍ଟିର ନେତା । ଗଳିକନ୍ଦିରେ ସିସିଟିଭି କ୍ୟାମେରା, ବସ୍ତି ଅଂଚଳରେ ପକ୍କା ଘର, ଉଚ୍ଚ ଶିକ୍ଷା ଓ ସ୍ୱାସ୍ଥ୍ୟ ସୁବିଧା, ମାଗଣା ବିଜୁଳି ପାଣି ଓ ବସ୍ ସେବା ଯୋଗାଇବାର ପ୍ରତିଶ୍ରୁତି ଲୋକଙ୍କ ମନ କିଣିନେଇଛି ।ସେଥିପାଇଁ ତ ଡେଲ୍ଲୀ ବାସୀଙ୍କ ଦିଲ ରେ ଆପ ।
https://onakhabar.com/2020/02/11/delhi-election-4/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking