ପୂର୍ବାନୁମାନ, ଦିଲ୍ଲୀରେ ଝାଡୁର ରାଜ….

ଦିଲ୍ଲୀ  :  ଦିଲ୍ଲୀ  ବିଧାନସଭା ନିର୍ବାଚନ ଶେଷ ହୋଇଛି । ୭୦ ଆସନବିଶିଷ୍ଠ ବିଜେପି ଓ ଆପ ମଧ୍ୟରେ କଡା ଟକ୍କର ହୋଇଥିଲା । କଂଗ୍ରେସ ଟକ୍କରରେ ନଥିଲେ ମଧ୍ୟ କମର କଷିଥିଲା । ୧କୋଟି ୪୭ ଲକ୍ଷ ଭୋଟର ମତଦାନ ସାବ୍ୟସ୍ତ  କରିବାକୁ ଥିବାବେଳେ ୫୪ ପ୍ରତିଶତରୁ ଅଧିକ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିଛନ୍ତି । ଭୋଟ ଗ୍ରହଣ ପରେ ବିଭିନ୍ନ ଗଣମାଧ୍ୟମ ଓ ସଂସ୍ଥା ପକ୍ଷରୁ ଯେଉଁ ଭୋଟରଙ୍କ ମତକୁ ନେଇ ଯେଉଁ ପୂର୍ବାନୁମାନ କରାଯାଇଛି ସେଥିରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆମଆଦମୀ ପାର୍ଟି( ଆପ )ପୁଣି କ୍ଷମତା କୁ ଆସିବ  । 
ଟାଇମ୍ସ ନାଁଓ ,ନିୟୁଜ୍‌ ଏକ୍ସ, ରିପବ୍ଲିକ୍ ଜନକୀବାତ୍‌,ଟିଭି ୯,ଇଣ୍ଡିଆନ ନିଉଜ ପକ୍ଷରୁ ହୋଇଥିବା ସର୍ଭେ ରେ ଦର୍ଶାଯାଇଛି । 

ଟାଇମ୍ସ ନାଁଓ – ଆପ ୪୪ ,ବିଜେପି୨୬

ଟିଭି ୯- ଆପ ୫୪, ବିଜେପି୧୫ ,କଂଗ୍ରେସ୧

ଇଣ୍ଡିଆ ଟିଭି – ଆପ ୪୪, ବିଜେପି୨୬, କଂଗ୍ରେସ ୦

ନିୟୁଜ୍‌ ଏକ୍ସ- ଆପ ୫୦ ରୁ ୫୬ ,ବିଜେପି ୧୧ ରୁ ୧୭ ,କଂଗ୍ରେସ ୨

ରିପବ୍ଲିକ୍ ଜନକୀବାତ୍‌- ଆପ ୪୮ରୁ ୬୧ ,ବିଜେପି ୯ରୁ ୨୧ ,କଂଗ୍ରେସ ୨ 

ଇଣ୍ଡିଆନ ନିଉଜ- ଆପ ୫୫ରୁ ୫୭ ,ବିଜେପି ୧୧ରୁ ୧୭ ,କଂଗ୍ରେସ ୨