28.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଦିଲ୍ଲୀବାସୀଙ୍କୁ ବିଜେପି ଦେଖାଇଲା ଲୋଭ:୨ ଟଙ୍କାରେ ଅଟା, ଝିଅଙ୍କୁ ସ୍କୁଟି 

ଦିଲ୍ଲୀବାସୀଙ୍କୁ ବିଜେପି ଦେଖାଇଲା ଲୋଭ:୨ ଟଙ୍କାରେ ଅଟା, ଝିଅଙ୍କୁ ସ୍କୁଟି 

ନୂଆଦିଲ୍ଲୀ : ଦିଲ୍ଲୀ ନିର୍ବାଚନରେ ଏବେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ରାଜନୈତିକ ଦଳଗୁଡ଼ିକ ବିଭିନ୍ନ ପ୍ରକାର କଳକୌଶଳ ଆପଣାଇବାରେ ଲାଗିଛନ୍ତି । ଭୋଟରଙ୍କ ମନ ଜିଣିବା ପାଇଁ ବିଜେପି ଲୋଭନୀୟ ପ୍ରତିଶ୍ରୁତି ଦିଲ୍ଲୀଭୋଟରଙ୍କ ଆଗରେ ରଖିଛି । ବିଜେପି ତାର ନିର୍ବାଚନ ଇସ୍ତାହାର ପ୍ରକାଶ କରିଛି । ଏଥିରେ ଦଳ ପ୍ରତିଶ୍ରୁତି ଦେଇଛି ଯେ, ଦିଲ୍ଲୀ ବିଧାନସଭା ଦଖଲ କଲେ ଲୋକଙ୍କୁ କିଲୋ ଦୁଇଟଙ୍କାରେ ଅଟା ଓ ମାଗଣା ସ୍କୁଟି ପିଲାମାନଙ୍କୁ ଦେବ ।
ଦଳର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ, ହର୍ଷବର୍ଦ୍ଧନ ପ୍ରକାଶ ଜାଭେଡ଼କର, ଦିଲ୍ଲୀ ବିଜେପି ମୁଖ୍ୟ ମନୋଜ ତିୱାରୀ ଓ ଅନ୍ୟ ଦଳୀୟ ନେତାମାନଙ୍କ ଉପସ୍ଥିତିରେ ବିଜେପି ତାର ନିର୍ବଚାନ ଇସ୍ତାହାର ପ୍ରକାଶ କରିଛି । ଦିଲ୍ଲୀର ବିକାଶଧାରାକୁ ବଦଳାଇ ଦେବା ପାଇଁ ଦଳ ପ୍ରତିଶ୍ରୁତି ଦେଇଛି । ଦିଲ୍ଲୀବାସୀଙ୍କ ପାଇଁ ଏବେ ସ୍ୱଚ୍ଛ ବାୟୁର ଜରୁରୀ ଆବଶ୍ୟକ ହୋଇପଡ଼ିଛି । କାରଣ ଏଥର ଦୀପାବଳି ପରେ ଦିଲ୍ଲୀ ଜଳବାୟୁର ସ୍ଥିତି ସାଂଘାତିକ ରହିଥିଲା । ସ୍କୁଲ, କଲେଜ ବନ୍ଦ ହେବାକୁ ପଡ଼ିଥିଲା । ଲୋକେ ପଦାକୁ ବାହାରିବା କଷ୍ଟକର ହୋଇ ପଡ଼ିଥିଲା । ଏହାକୁ ଦୃଷ୍ଟିରେ ରଖି ବିଜେପି ଦିଲ୍ଲୀବାସୀଙ୍କୁ ପ୍ରତିଶ୍ରୁତି ଦେଇଛି କ୍ଷମତାକୁ ଆସିଲେ ସ୍ୱଚ୍ଛ ବାୟୁ ଲୋକଙ୍କୁ ଦେବ । ସ୍ୱଚ୍ଛ ପାନୀୟଜଳ ଓ ଗରୀବ ଲୋକଙ୍କୁ କିଲୋ ୨ ଟଙ୍କାରେ ଅଟା ଯୋଗାଇବ । ଛାତ୍ରୀମାନଙ୍କୁ ମାଗଣାରେ ଇ-ସ୍କୁଲର ଏବଂ ବେକାର ଯୁବକମାନଙ୍କ ପାଇଁ ୧୦ ଲକ୍ଷ ନିଯୁକ୍ତିର ପ୍ରତିଶ୍ରୁତି ଦଳ ରଖିଛି । ଯମୁନା ନଦୀକୁ ପରିଷ୍କାର କରିବା ପାଇଁ ଦଳ ପକ୍ଷରୁ ଯମୁନା ବିକାଶ ବୋର୍ଡ ଗଠନ କରିବାକୁ ପ୍ରତିଶ୍ରୁତିରେ କୁହାଯାଇଛି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଝିଅମାନଙ୍କୁ ବିଜେପି ଇ-ସ୍କୁଟର ଦେବ । ଏଥିପାଇଁ ସେମାନଙ୍କୁ ଆଉ ତେଲ ବାବଦରେ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ ।
ଜାତୀୟ କ୍ୟାପିଟାଲ ଦିଲ୍ଲୀର ବିକାଶ ଲାଗି ବୁଲେଟ ଟ୍ରେନ ଚଳାଚଳର ବ୍ୟବସ୍ଥା କରାଯବି । ପ୍ରତ୍ୟେକ ଘରକୁ ସୁଦ୍ଧ ପାନୀୟ ଜଳର ବ୍ୟବସ୍ଥା ହେବ ।  ଆୟୁସ୍ମାନ ଭାରତ ଓ କିସାନ ସମ୍ମାନ ନିଧି ମଧ୍ୟ ଦିଲ୍ଲୀ ବାସୀଙ୍କ ପାଇଁ ଲାଗୁ କରାଯିବ । କଲେଜ ଝିଅମାନଙ୍କୁ ଇ-ସ୍କୁଟର ଦିଆଯିବା ବେଳେ ନବମ ଓ ଦଶମ ଶ୍ରେଣୀର ଝିଅମାନଙ୍କୁ ସାଇକେଲ ଦିଆଯିବ । ମହିଳାମାନଙ୍କୁ ସଶକ୍ତ ପାଇଁ ପ୍ରାଧାନ୍ୟ ଦିଆଯିବ । ୨୦୨୨ ସୁଦ୍ଧା ସମସ୍ତଙ୍କୁ ଘର ଯୋଗାଯିବ । ଭିତ୍ତିଭୂମି ବିକାଶ କରିବା ସହ ବାଣିଜ୍ୟିକ ବିକାଶକୁ ଅଗ୍ରାଧିକାର ଦିଆଯିବ । ରିହାତି ଦାରରେ ବିଦ୍ୟୁତ ଓ ପାଣି ଯୋଜନାକୁ ବଳବତ୍ତର ରଖାଯିବ । ଏଭଳି ଅନେକ ଲୋଭ ବିଜେପି ଦିଲ୍ଲୀବାସୀଙ୍କୁ ଦେଖାଇଛି ।
ଦିଲ୍ଲୀର ୭୦ ଆସନ ବିଶିଷ୍ଟ ବିଧାନସଭା ପାଇଁ ଆସନ୍ତା ୮ ତାରିଖରେ ଭୋଟ ଗ୍ରହଣ ହେବ । ଏହି ନିର୍ବାଚନରେ ବିଜେପି ଓ ଆପ ମଧ୍ୟରେ କଡ଼ା ଟକର ଚାଲିଛି । ଆପ ପୁଣି କ୍ଷମତାକୁ ଫେରିବା ପାଇଁ ଆଶା ବାନ୍ଧିଥିଲା ବେଳେ ବିଜେପି ଆପକୁ ହଟାଇବା ପାଇଁ ସବୁ ଯୋଜନା ଚଳାଇଛି । ଗତ ବିଧାନସଭା ନିର୍ବାଚନରେ ଆପ ଏକାକୀ ୬୭ ଆସନ ହାସଲ କରିଥିଲା । ବିଜେପି ମାତ୍ର ୩ଟି ଆସନ ପାଇଥିଲା । ହେଲେ କଂଗ୍ରେସ ଜାତୀୟ ଦଳ ହୋଇଥିଲେ ବି ଖାତା ଖୋଲି ପାରି ନ ଥିଲା । ଏଥର ମଧ୍ୟ ନିର୍ବାଚନରେ କଂଗ୍ରେସ ଗୌଣ ହୋଇ ରହିଥିବା କୁହାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking