ଦିଲ୍ଲୀ ସିଏଏ ହିଂସା: ମୃତ୍ୟୁ ସଂଖ୍ୟା ବଢି ଚାଲିଛି ୪୨ରେ ପହଞ୍ଚିଲା

ନୂଆଦିଲ୍ଲୀ: ଗତ ରବିବାରଠାରୁ ନାଗରିକତା ସଂଶୋଧନ ଆଇନକୁ ନେଇ ଉତ୍ତର-ପୂର୍ବ ଦିଲ୍ଲୀରେ ହିଂସା ଆରମ୍ଭ ହୋଇଥିଲା । ଏହା ସହ ସ୍ଥିତିକୁ ଆୟତ୍ତରେ ରଖିବା ପାଇଁ ଆଇଟିବିପି, ବିଏସଏଫ୍ ଏବଂ ସିଆରପିଏଫ୍ ସମେତ ଅର୍ଦ୍ଧସୈନିକ ବଳର ୪୫ଟି କମ୍ପାନିକୁ ମୁତୟନ କରାଯାଇଥିଲା । ଗତକାଲି ମୃତ୍ୟୁସଂଖ୍ୟା ୩୪ଥିବା ବେଳେ ଆଜି ତାହା ୪୨ରେ ପହଞ୍ଚିଛି । ପୁଣି ଥରେ ହିଂସା ଯେମିତି ଆରମ୍ଭ ନହେଉ ସେନେଇ ୭,୦୦୦ଅର୍ଦ୍ଧସୈନିକ ବଳ ଏବେ ମଧ୍ୟ ହିଂସା ହୋଇଥିବା ଅଞ୍ଚଳରେ ରହି ଲୋକଙ୍କ ଉପରେ ନଜର ରଖିଛନ୍ତି । ଏହା ସହ ଦିଲ୍ଲୀ ପୁଲିସ ଘଟଣାସ୍ଥଳକୁ ଯାଇ ଶାନ୍ତି ଫେରାଇ ଆଣିବାର ଚେଷ୍ଟା ଚଳାଇଥିବା ଜଣାପଡ଼ିଛି ।
https://onakhabar.com/2020/02/28/delhi-caa-violence-3/