39.2 C
Bhubaneswar
Thursday, April 18, 2024
Homeଦେଶ ବିଦେଶଦିଲ୍ଲୀ ସିଏଏ ହିଂସା: ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୩୮ରେ ପହଞ୍ଚିଲା

ଦିଲ୍ଲୀ ସିଏଏ ହିଂସା: ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୩୮ରେ ପହଞ୍ଚିଲା

ନୂଆଦିଲ୍ଲୀ : ଦିଲ୍ଲୀରେ ଗତ କିଛି ଦିନ ହଲା ଲାଗିରହିଥିବା ଭୟଙ୍କର ସ୍ଥିତି ବର୍ତ୍ତମାନ ସୁଧୁରିବାରେ ଲାଗିଛି । ତେବେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୩୮ରେ ପହଞ୍ଚିଛି । ୨୫୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଗତକାଲି ଅପରାହ୍ନରୁ କୌଣସି ହିଂସା ଘଟିନଥିବା ବେଳେ ପରିସ୍ଥିତି ଧୀରେ ଧୀରେ ସ୍ବାଭାବିକ ହେଉଛି । ଆଜି କୌଣସି ସ୍ଥାନରେ ହିଂସା ଘଟିନାହିଁ ଏବଂ ଉତ୍ତେଜନା ମଧ୍ୟ ହ୍ରାସ ପାଇଛି । ସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତା ୨୮ ଏବଂ ୨୯ରେ ହେବାକୁ ଥିବା ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଘୁଞ୍ଚାଇ ଦେଇଛି । ଏଠାରେ ପରିସ୍ଥିତି ଶାନ୍ତ ପଡ଼ିବାପରେ ପରୀକ୍ଷା ହେବ ।

ସୂଚନାନୁଯାୟୀ, ମୃତକଙ୍କ ମଧ୍ୟରେ ଥିବା ଆଇବିର ଜଣେ ଅଧିକାରୀ ଅଙ୍କିତ ଶର୍ମାଙ୍କୁ ୪୦୦ରୁ ଅଧିକ ଥର ଛୁରି ଭୁଷି ୬ ଜଣ ଲୋକ ହତ୍ୟା କରିଛନ୍ତି । ତାଙ୍କ ଶରୀରର ଏଭଳି କୌଣସି ଅଂଶ ନଥିଲା ଯେଉଁଠାରେ ତାଙ୍କୁ ଛୁରୀ ଭୁଷା ଯାଇ ନଥିଲା । ଏଭଳି କ୍ରୂର ଅମାନୁଷିକ ହତ୍ୟାକାଣ୍ଡ ବୟାନ କରୁଛି ବିଦ୍ରୋହୀମାନଙ୍କ ହିଂସ୍ରତା । କେବଳ ସେତିକି ନୁହେଁ ଏହି ହିଂସ୍ର ବିଦ୍ରୋହୀମାନେ ଅଙ୍କିତଙ୍କ ଅନ୍ତବୁଜୁଳାକୁ ଶରୀରରୁ ବାହାର କରିଦେଇଥିବା ପୋଷ୍ଟମର୍ଟମ ରିପୋର୍ଟରୁ ଜଣା ପଡ଼ିଛି ।

ଦିଲ୍ଲୀ ପୁଲିସର ସ୍ବତନ୍ତ୍ର କମିସନର ଏସ୍ଏନ୍ ଶ୍ରୀବାସ୍ତବ କହିଛନ୍ତି ଯେ ଉତ୍ତର ପୂର୍ବ ଦିଲ୍ଲୀରେ ସ୍ଥିତି ଦ୍ରୁତ ଗତିରେ ସ୍ବାଭାବିକ ହେଉଛି ଏବଂ ପୁଲିସ ପକ୍ଷରୁ ଲଗାତାର ମାମଲା ରୁଜୁ ଚାଳିଛି । ସିସିଟିଭି ଫୁଟେଜ୍ ଆଧାରରେ ଦଙ୍ଗାକାରୀଙ୍କୁ ଚିହ୍ନଟ ପ୍ରକ୍ରିୟା ମଧ୍ୟ ତ୍ବରାନ୍ବିତ ହୋଇଛି ।
ପୁଲିସ୍ ଆମ୍ ଆଦମୀ ପାର୍ଟି ନେତା ତାହିର ହୁସେନ୍ଙ୍କ ଘର ଉପରେ ଲଗାତାର ଚଢ଼ଉ କରିଛି । ଏହାପରେ ତାଙ୍କ ନାମରେ ହତ୍ୟା, ହିଂସା ଓ ଜଳାପୋଡ଼ା ଆଦି ଦଫା ଲଗାଇ ଏଫ୍ଆଇଆର ରୁଜୁ କରିଛି । ଏହା ପୂର୍ବରୁ ଉତ୍ତର ପୂର୍ବ ଦିଲ୍ଲୀରେ ହିଂସା ବେଳେ ଆମ୍ ଆଦମୀ ପାର୍ଟି ନେତା ତଥା କାଉନସିଲର ତାହିର ହୁସେନଙ୍କ ଘର ଛାତ ଉପରୁ ପେଟ୍ରୋଲ ବୋମା ଏବଂ ପଥର ମିଳିଥିବା ଅଭିଯୋଗ ହୋଇଥିଲା । ତେଣୁ ତାଙ୍କ ଉପରେ ସନ୍ଦେହ ଘନୀଭୂତ ହେବାରେ ଲାଗିଛି । ତେବେ ତାହିର କହିଛନ୍ତି, ହିଂସାରେ ତାଙ୍କର କିଛି ଭୂମିକା ନାହିଁ । ପୁଲିସ୍ ଖଜୁରୀ ଖାସଠାରେ ଥିବା ତାହିରଙ୍କର ଏକ ଫ୍ୟାକ୍ଟ୍ରି ସିଲ୍ କରିଦେଇଛି ।

ଏହି ହିଂସାରେ ମୃତାହତଙ୍କ ପାଇଁ ଦିଲ୍ଲୀ ସରକାରଙ୍କ ପକ୍ଷରୁ ସହାୟତା ରାଶି ଘୋଷଣା କରାଯାଇଛି । ମୃତକଙ୍କ ପାଇଁ ୧୦ ଲକ୍ଷ ଟଙ୍କା, ମୃତ ନାବାଳକଙ୍କ ପାଇଁ ୫ ଲକ୍ଷ ଟଙ୍କା, ସବୁଦିନ ପାଇଁ ଦିବ୍ୟାଙ୍ଗଙ୍କୁ ୫ ଲକ୍ଷ ଟଙ୍କା, ଗୁରୁତର ଆହତଙ୍କୁ ୨ ଲକ୍ଷ ଟଙ୍କା, ଅନାଥଙ୍କୁ ୩ ଲକ୍ଷ ଟଙ୍କା, ପଶୁଧନ ହରାଇଥିବା ଲୋକଙ୍କୁ ପଶୁ ପ୍ରତି ୫ ହଜାର ଟଙ୍କା, ରିକ୍ସା ହରାଇଥିବା ବ୍ୟକ୍ତିଙ୍କୁ ୨୫ ହଜାର ଟଙ୍କା, ଇ-ରିକ୍ସା ପାଇଁ ୫୦ ହଜାର ଟଙ୍କା, କାହା ଘର ପୋଡ଼ି ହୋଇଯାଇଥିଲେ ୫ ଲକ୍ଷ ଟଙ୍କା, ଦୋକାନ ପୋଡ଼ି ପାଇଁ ୫ ଲକ୍ଷ ଟଙ୍କା ଏବଂ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲେ ତୁରନ୍ତ ୨୫ ହଜାର ଟଙ୍କା ଦେବାକୁ ଘୋଷଣା କରାଯାଇଛି । ଏଠାକାର ଲୋକଙ୍କ କାଗଜପତ୍ର ପୋଡ଼ି ହୋଇଯାଇଥିବାରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ସ୍ୱତନ୍ତ୍ର କ୍ୟାମ୍ପ ଯୋଗେ ସେମାନଙ୍କୁ ଡକ୍ୟୁମେଣ୍ଟ ପ୍ରଦାନ କରାଯିବ । ଏତଦବ୍ୟତୀତ ପ୍ରଭାବିତ ଲୋକଙ୍କ ପାଇଁ ଆଶ୍ରୟସ୍ଥଳ ନିର୍ମାଣ କରାଯାଉଥିବା ସେ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking