27.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଉତରପୂର୍ବ ଦିଲ୍ଲୀରେ ଫ୍ଲାଗମାର୍ଚ ଜାରି : ଏଯାଏଁ ୨୪ ଜଣଙ୍କ ମୃତ୍ୟୁ

ଉତରପୂର୍ବ ଦିଲ୍ଲୀରେ ଫ୍ଲାଗମାର୍ଚ ଜାରି : ଏଯାଏଁ ୨୪ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଉତରପୂର୍ବ ଦିଲ୍ଲୀରେ ବିଗିଡିଥିବା ମାହୋଲରେ ଏବେ ଧିରେଧିରେ ସୁଧାର ଆସୁଥିବା ସୂଚନା ମିଳିଛି । ହିଂସା ପ୍ରଭାବିତ ଅଂଚଳରେ ପୁଲିସ ପାଟ୍ରୋଲିଂ କରିବା ସହ ଫ୍ଲାଗମାର୍ଚ ମଧ୍ୟ ଜାରି ରଖିଛି । ପୋଡାଜଳା ଓ ପଥର ଫିଙ୍ଗା ବନ୍ଦ ରହିଥିବା ପୋଲିସ ସୂଚନା ଦେଇଛି । ଦିଲ୍ଲୀ ହିଂସାରେ ଏ ପର୍ଯ୍ୟନ୍ତ ୨୪ ଜଣଙ୍କ ମୃତ୍ୟୁ ହୋଇସାରିଛି । ଏଭଳି ହିଂସାକାଣ୍ଡ ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରି ଶାନ୍ତି ଓ ଭାଇଚାରା ବଜାୟ ରଖିବାକୁ ଅନୁରୋଧ କରିଛନ୍ତି । ଅନ୍ୟପଟେ ଗୃହମନ୍ତ୍ରୀ ଅମିତ ଶାହା ୨୪ ଘଂଟା ମଧ୍ୟରେ ୩ ଥର ବୈଠକ ମଧ୍ୟ କରିବା ସହ ରାଷ୍ଟ୍ରୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲ ମଧ୍ୟ ହିଂସା ପ୍ରଭାବିତ ଅଂଚଳ ସମୀକ୍ଷା କରିଛନ୍ତି । ମୋଦି କହିଛନ୍ତି ଯେ, ଏହି ହିଂସାକୁ ବନ୍ଦ କରିବା ପାଇଁ ପୋଲିସ ତଥା ବିଭିନ୍ନ ଏଜେନ୍ସି ଲଗାତର ପ୍ରୟାସ ଜାରି ରଖିଛନ୍ତି । ଶାନ୍ତି ସହ ସୌହାର୍ଦ୍ଦ୍ୟ ହେଉଛି ଆମ ଚରିତ୍ରର କେନ୍ଦ୍ରବିନ୍ଦୁ ।
ଦିଲ୍ଲୀରେ ରହୁଥିବା ସମସ୍ତ ଭାଇ ଭଉଣୀ ନିଜ ଭିତରେ ଶାନ୍ତି ରଖିବା ନିହାତି ଜରୁରୀ’ । ଅନ୍ୟପଟେ ଏହାକୁ ନେଇ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ କରିଛନ୍ତି । ଏଭଳି କାଣ୍ଡ ପଛରେ ସୁକଳ୍ପିତ ଯୋଜନା କରାଯାଇଛି । ଯାହାର ଉଦାହରଣ ହେଉଛି ଦିଲ୍ଲୀ ବିଧାନସଭା ନିର୍ବାଚନ । ଏହି ସମୟରେ ବିଜେପି ନେତାମାନେ ଜନତାଙ୍କୁ ଡରାଇବା ଭଳି ଭାଷଣ ଦେଇ ସେମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଥିଲେ । ଏମିତି ପରିସ୍ଥିତି ପାଇଁ କେନ୍ଦ୍ର ସରକାର, ଗୃହମନ୍ତ୍ରୀ ଓ ଦିଲ୍ଲୀ ସରକାର ହିଁ ଦାୟୀ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking