30.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଦିଲ୍ଲୀ ବିଧାନସଭା ନିର୍ବାଚନ ଫଳ ଆଜି : କିଏ ହେବ ଦିଲ୍ଲୀର ବାଦଶାହା

ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳ ଆଜି : କିଏ ହେବ ଦିଲ୍ଲୀର ବାଦଶାହା

ନୂଆଦିଲ୍ଲୀ : ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ପାଇଁ ଗତ ୮ ତାରିଖରେ ଅନୁଷ୍ଠିତ ଭୋଟର ଫଳାଫଳ ଆଜି ପ୍ରକାଶ ପାଇବ। ସକାଳ ୮ଟାରେ ଖୋଲିବ ଦିଲ୍ଲୀର ଭୋଟ ବାକ୍ସ। କିଏ ଦିଲ୍ଲୀରେ ରାଜ୍ କରିବ ତାହାର ନିର୍ଣ୍ଣୟ ହେବ। ସେଥିପାଇଁ ସାରା ଦେଶବାସୀଙ୍କ ନଜର ରହିଛି ଦିଲ୍ଲୀ ଉପରେ। ଦିଲ୍ଲୀ ଦେଶର ରାଜଧାନୀ ହୋଇଥିବାରୁ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ଏଠାରେ ସିଂହାସନ ଦଖଲ କରିବାକୁ ଆଶା ବାନ୍ଧି ରଖିଛି। ଏକଜିଟ୍ ପୋଲ୍ ଆମ୍ ଆଦ୍ମୀ ପାର୍ଟି(ଆପ୍) ସମର୍ଥନରେ ଯାଇଥିଲେ ହେଁ ବିଜେପି ଏହାକୁ ଭରସା କରୁନାହିଁ। ଦିଲ୍ଲୀରେ ସରକାର ଗଢ଼ିବାକୁ ବିଜେପି ଦୃଢ଼ ଆଶାବାଦୀ ରହିଛି। ଅରବିନ୍ଦ କେଜ୍ରିୱାଲଙ୍କ ଆପ୍ ମଧ୍ୟ ନିଜର ବିଜୟ ନିଶ୍ଚିତ ବୋଲି ଦାବି କରୁଛି।
ଭୋଟ ଗଣତି ସକାଳ ୮ଟାରେ ଆରମ୍ଭ ହେବ। ୨୭ଟି କେନ୍ଦ୍ରରେ ‌ଭୋଟ ଗଣତି ପାଇଁ ବ୍ୟବସ୍ଥା ହୋଇଛି। ସକାଳ ୯ଟା ସୁଦ୍ଧା କେଉଁ ଆସନରେ କିଏ ଆଗେଇଛି ତାହାର ଚିତ୍ର ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି। ୨୦୧୫ରେ ଅନୁଷ୍ଠିତ ନିର୍ବାଚନରେ ଅରବିନ୍ଦ କେଜ୍ରିୱାଲଙ୍କ ଦଳକୁ ୬୭ଟି ଆସନ ମିଳିଥିବା ବେଳେ ବିଜେପିକୁ ୩ଟି ଆସନ ମିଳିଥିଲା। କଂଗ୍ରେସ ଖାତା ଖୋଲି ପାରି ନଥିଲା। ଗତ ୮ ତାରିଖର ନିର୍ବାଚନ ପରେ ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ସର୍ଭେରେ ଦିଲ୍ଲୀରେ ପୁଣି ଆପ୍ ସରକାର ଗଠନ ହେବ ବୋଲି ପୂର୍ବାନୁମାନ କରାଯାଇଛି। ତେବେ ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ହିଁ ଚିତ୍ର ସ୍ପଷ୍ଟ ହୋଇଯିବ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking