34.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଡାକ୍ତର ପହଞ୍ଚିବାରେ ବିଳମ୍ବ :  ଚାଲିଗଲା ରୋଗୀର ଜୀବନ, ମେଡିକାଲରେ ଉତ୍ତେଜନା

ଡାକ୍ତର ପହଞ୍ଚିବାରେ ବିଳମ୍ବ :  ଚାଲିଗଲା ରୋଗୀର ଜୀବନ, ମେଡିକାଲରେ ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟରେ ଘଟିଛି ଏକ ଅଭାବନୀୟ ଘଟଣା । ମେଡିକାଲରେ ଦୀର୍ଘ ସମୟ ଧରି ଡାକ୍ତର, ଷ୍ଟାଫ୍ ନର୍ସ ନଥିବାରୁ ଜଣେ ରୋଗୀର ଜରୁରୀ ଚିକିତ୍ସା ଅଭାବରୁ ଚାଲିଗଲା ଜୀବନ । ସୂଚନା ଅନୁଯାୟୀ,  ଚିତ୍ରକୋଣ୍ଡା ସାଇମନ୍ଦିର ପଛ ସାହିର ବିଜୁ ନାୟକ(୨୯), ବୁଧବାର ଅପରାହ୍ନରେ ଖେଳ ପଡ଼ିଆରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଦେଖି ଘରକୁ ଫେରିବା ସମୟରେ ହଠାତ ବିଜୁର ଛାତି ଯନ୍ତ୍ରଣା ହୋଇଥିଲା । ଯନ୍ତ୍ରଣା ହେବାରୁ ସ୍ଥାନୀୟ କ୍ଲବ୍‌ର ପିଲାମାନେ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟକୁ ଜରୁରୀକାଳୀନ ଚିକିତ୍ସା ପାଇଁ ନେଇଥିଲେ । ମେଡିକାଲରେ କେବଳ ଆଟେଣ୍ଡାଣ୍ଟ୍ ସଦାନନ୍ଦ ହିଁ ଥିଲେ । ତାଙ୍କ ସମେତ କେହି ଡାକ୍ତର କି ଷ୍ଟାଫ୍ ନର୍ସ ମଧ୍ୟ ନଥିଲେ । ଦୀର୍ଘ ସମୟ ଧରି ଡାକ୍ତର ନଆସିବାରୁ ରୋଗୀର ଯନ୍ତ୍ରଣା ବଢ଼ିବାରେ ଲାଗିଥିଲା । ଆଟେଣ୍ଡାଣ୍ଟ୍ ସଦାନନ୍ଦ ଡାକ୍ତରଙ୍କୁ ଡାକିବାକୁ ଯାଇଥିଲେ ମଧ୍ୟ ଡାକ୍ତର ଆସିବାରେ ବିଳମ୍ବ କରିଥିଲେ । ଫଳରେ ଦୀର୍ଘ ସମୟ ଅପେକ୍ଷାରେ ରୋଗୀଟି ପ୍ରାଣ ହରାଇଥିଲା । ଜରୁରୀ ଚିକିତ୍ସା ଅଭବରୁ ରୋଗୀ ମୃତ୍ୟୁ ଘଟିଥିବା ପରିବାର ଏବଂ ଲାଲବାହାଦୁର ଶାସ୍ତ୍ରୀ କ୍ଲବ୍‌ର ଶତାଧିକ ସଦସ୍ୟ ଅଭିଯୋଗ କରିବା ସହ ଚିତ୍ରକୋଣ୍ଡା ମେଡିକାଲ ଘେରାଉ କରିଥିଲେ । ପ୍ରାୟ ତିନି ଘଣ୍ଟା ଧରି ଉତ୍ତେଜନା ଲାଗିରହିଥିଲା । ଘଟଣା ସ୍ଥଳରେ ଚିତ୍ରକୋଣ୍ଡା ପୁଲିସ ପହଞ୍ଚି ତଦନ୍ତ କରିବା ସହ ବୁଝାସୁଝା କରୁଥିବାବେଳେ ଗରିବ ଆଦିବାସୀ ପିଲାକୁ ଉଚିତ ନ୍ୟାୟ ଦାବିରେ ଗୁରୁବାର ଶବ ରଖି ରାସ୍ତା ରୋକ କରିବା ସହ ଚିତ୍ରକୋଣ୍ଡା ବନ୍ଦ କରିବେ ବୋଲି ପରିବାର ତଥା ଲାଲ ବାହାଦୁର ଶାସ୍ତ୍ରୀ କ୍ଲବ୍ ତରଫରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking