27.1 C
Bhubaneswar
Thursday, April 25, 2024
Homeଓଡିଶାପୂର୍ବ ଶତ୍ରୁତାରୁ ଗଣ୍ଡଗୋଳ, ଗାଁ’ଛାଡ଼ିବାକୁ ଧମକ

ପୂର୍ବ ଶତ୍ରୁତାରୁ ଗଣ୍ଡଗୋଳ, ଗାଁ’ଛାଡ଼ିବାକୁ ଧମକ

ଡେଲାଙ୍ଗ : ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ଗୁଆଳିପଡ଼ା ପଞ୍ଚାୟତର ମାଛପଡ଼ା ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗଣ୍ଡଗୋଳ ହୋଇଛି । ଏନେଇ ଗାଁ ଛାଡ଼ି ପଳାୟନ କରିବାକୁ କେତେକ ଧମକ ଦେଇଥିବା ଉକ୍ତ ଗ୍ରାମର ତନୟ ନାୟକ ଡେଲାଙ୍ଗ ଥାନାରେ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ ମାଛପଡ଼ା ଗ୍ରାମର ତନୟ ନାୟକ (୪୨) କେତେକ ମୁଷ୍ଠିମୟ ଲୋକଙ୍କ ଭୟରେ ଆଜକୁ ୨ ବର୍ଷ ହେବ ପରିବାର ଧରୀ  ଗାଁ ଛାଡ଼ି ବାହାରେ ରହୁଥିଲେ । ଏହାର ସୁଯୋଗ ନେଇ ଗ୍ରାମର କେତେକ ଲୋକେ କୂଅରେ ଅଳିଆ ଆବର୍ଜନା ପକାଇ ପୋତି ପକାଇଥିଲେ । ଗାଁକୁ ଫେରିବା ମନସ୍ତ କରି ଗତ କାଲି ତନୟ ଆସି ତାଙ୍କ କୂଅ ଓ ଚାନ୍ଦିନୀ ସଫା କରିବା ସମୟରେ ସେହି ଗ୍ରାମର ଶୁଭଲକ୍ଷ୍ମୀ ସ୍ୱାଇଁ, ଚିତରଞ୍ଜନ ସ୍ୱାଇଁ, ପ୍ରତାପ ଜେନା, ଶିବକୁମାର ଜେନା ଏକତ୍ର ପହଞ୍ôଚ ଗଣ୍ଡଗୋଳ କରିବା ସହ ଗାଁ ଛାଡ଼ି ପଳାୟନ କରିବାକୁ ଧମକ ଦେଇଥିଲେ । ଏନେଇ ତନୟଙ୍କ ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରିଛି ।

ସୂଚନାଯୋଗ୍ୟ, ଗତ ୨୦୧୯ରେ ଭାଗୀରଥି ସ୍ୱାଇଁଙ୍କ ପୁଅ ଲୁଲା ସ୍ୱାଇଁ ଓ ଗଗନ ନାୟକଙ୍କ ପୁଅ ସୁକୁଟା ନାୟକ ସାଙ୍ଗ ହୋଇ ଡେଲାଙ୍ଗ ହାଟ ଯାଇଥିଲେ । ସେଠାରେ ବାଇକ୍ ଦୁର୍ଘଟଣାରେ ସୁକୁଟାଙ୍କ ମୃତ୍ୟୁ ହୋଇଯାଇଥିଲା । ଏହି ଘଟଣାକୁ ନେଇ ମୃତ ସୁକୁଟା ଓ ଲୁଲାଙ୍କ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା । ଗତ ୨୦୧୯ ନଭେମ୍ବର ୧୨ ତାରିଖରେ ନାୟକ ପରିବାର ଗ୍ରାମରେ ଅଗ୍ନିକାଣ୍ଡ ଘଟାଇବାରୁ ୧୫ ପରିବାର ସର୍ବଶ୍ୱାନ୍ତ ହୋଇଥିଲେ । ଏନେଇ ଗ୍ରାମବାସୀ ଆଲୋକଙ୍କ ବିରୋଧରେ ଘରପୋଡ଼ି ଦେବା ଅଭିଯୋଗ ଦେବା ପରେ ସେ ସମୟରେ ପୁଲିସ ମାମଲା ରୁଜୁ କରି ତନୟ ଓ ତାଙ୍କ ଭାଇଙ୍କୁ  ଗିରଫ କରି କୋର୍ଟଚାଲଣ କରିଥିଲା । ଗ୍ରାମବାସୀଙ୍କ ଭୟରେ ନାୟକ ପରିବାର ଆଜକୁ ୨ ବର୍ଷ ହେବ ଘରଛାଡ଼ି ବାହରେ ରହୁଥିଲେ । ଏବେ ଗାଁ କୁ ଆସିବାକୁ ମନସ୍ତ କରିବା ପରେ କେତେକ ବ୍ୟକ୍ତି ତାଙ୍କୁ ଗାଁ ଛାଡ଼ି ପଳାଇବାକୁ ଧମକ ଦେବାରୁ ସେ ଏବେ ଡେଲାଙ୍ଗ ଥାନାର ଆଶ୍ରୟ ନେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking