32.1 C
Bhubaneswar
Thursday, March 28, 2024
Homeଅପରାଧସଂପର୍କୀୟ ଭଉଣୀକୁ ହତ୍ୟା ମାମଲାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

ସଂପର୍କୀୟ ଭଉଣୀକୁ ହତ୍ୟା ମାମଲାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଦୌରାଜଜ ଚିତ୍ତରଞ୍ଜନ ମହାପାତ୍ର ଏକ ହତ୍ୟା ମାମଲାର ଶୁଣାଣିକରି ଜନୈକ ହତ୍ୟାକାରୀ ବ୍ରଜ ମୁଣ୍ଡାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୫୦ହଜାର ଟଙ୍କା ଜୋରିମାନା ଆଦେଶ କରିଛନ୍ତି ଜୋରିମାନା ଅନାଦେୟ ଆଉ ୧ବର୍ଷ କାରା ଦଣ୍ଡାଦେଶ ଶୁଣାଇଛନ୍ତି ଆଦାୟ ହେବାକୁ ଥିବା ଜୋରିମାନା ପୀଡ଼ିତାଙ୍କ ପରିବାରକୁ ଦେବାକୁ ନିର୍ଦ୍ଦେଶ ରହିଛି ପ୍ରକାଶଯୋଗ୍ୟ ଯେ, ଗତ ଏପ୍ରିଲ୍ ୨୦୧୫ ମସିହାରେ ଘଟଗାଁ ଥାନା ଛୋଟରାୟପୁର ଗ୍ରାମରେ ହିନ୍ଦୁଲାଲ ମୁଣ୍ଡାଙ୍କ ଘର ଫାଇଖାନା କାମ ଚାଲିଥିବାବେଳେ ଏହାକୁ ବିରୋଧ କରୁଥିବା ବ୍ରଜ ମୁଣ୍ଡା ଅନ୍ୟ ୨ଜଣ ନୁନ୍ଦୁଲାଲ ଜୁଡୁ ମୁଣ୍ଡା କାମ ବନ୍ଦ କରିବାକୁ କହିଥିଲେ

ନେଇ କାମ ଦେଖୁଥିବା ତାଙ୍କ ସ୍ତ୍ରୀ ଲଳିତା ମୁଣ୍ଡା(୫୫) ତାଙ୍କ ସ୍ୱାମୀ ହିନ୍ଦୁଲାଲ୍‌ଙ୍କୁ ଫୋନ୍ ଯୋଗେ ଜଣାଇଥିଲେ ତେବେ ଘଟଗାଁରୁ ସଉଦା ଧରି ଫେରିବା ପୂର୍ବରୁ ସେମାନେ ଲଲିତାଙ୍କୁ ଟାଙ୍ଗିଆରେ ମୁଣ୍ଡକାଟି ହତ୍ୟା କରିଥିଲେ ଘଟଣାସ୍ଥଳରେ ହିନ୍ଦୁଲାଲ ପହଞ୍ଚି ତାଙ୍କ ସ୍ତ୍ରୀଙ୍କ ମୁଣ୍ଡବିହୀନ ମୃତଦେହ ଦେଖିଥିଲେ ହତ୍ୟା ପରେ କଟାମୁଣ୍ଡ ଧରି ବ୍ରଜ ମୁଣ୍ଡା(୪୫) ପୁଲିସ ନିକଟରେ ଆତ୍ମସମର୍ପଣ କରିଥିବାବେଳେ ଅନ୍ୟ ୨ଜଣ ଫେରାର ହୋଇଯାଇଥିଲେ ପୁଲିସ ହିନ୍ଦୁଲାଲ ମୁଣ୍ଡାଙ୍କ ଅଭିଯୋଗକୁ ଭିତ୍ତିକରି ଜଣେ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟଚାଲାଣ କରିଥିଲା ଅନ୍ୟ ୨ଜଣ ଅଦ୍ୟାବଧି ଫେରାର୍ ଥିବା ଜଣାପଡିଛି ଜିଲ୍ଲା ଦୌରାଜଜ୍ ୧୨ଜଣ ସାକ୍ଷୀ ପୁଲିସ ତଦନ୍ତ ରିପୋର୍ଟକୁ ଆଧାରକରି ଦଣ୍ଡାଦେଶ ଶୁଣାଇଥିବା ଜଣାପଡ଼ିଛି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking