38.1 C
Bhubaneswar
Tuesday, April 23, 2024
Homeଦେଶ ବିଦେଶପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେବ ଭାରତ : ୧୦୧ ରକ୍ଷା ଉପକରଣର ଆମଦାନୀ ଉପରେ ରୋକ୍...

ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେବ ଭାରତ : ୧୦୧ ରକ୍ଷା ଉପକରଣର ଆମଦାନୀ ଉପରେ ରୋକ୍ ଲଗାଇଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ପ୍ରତିରକ୍ଷା ମନ୍ତ୍ରାଳୟ ବର୍ତ୍ତମାନ ଆତ୍ମନିର୍ଭର ଭାରତ ଅଭିଯାନକୁ ଆଗକୁ ‌ନେବାକୁ ପ୍ରସ୍ତୁତ ହେଉଛି । ପ୍ରତିରକ୍ଷା ଉତ୍ପାଦନର ସ୍ୱଦେଶୀକରଣକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରାଳୟ ୧୦୧ରୁ ଅଧିକ ପ୍ରତିରକ୍ଷା ଉପକରଣର ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇବ | ଲଦାଖରେ ଥିବା ପ୍ରକ୍‌ତ ନିୟନ୍ତ୍ରଣ ରେଖାରେ (ଏଲଏସି) ଉପରେ ଚୀନ୍ ସହ ତିକ୍ତତା ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହି ଘୋଷଣା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।
ରକ୍ଷାମନ୍ତ୍ରୀ କହିଛନ୍ତି ଯେ, ‘ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେବ ଭାରତ । ୧୦୧ ପ୍ରତିରକ୍ଷା ଉପକରଣ ଭାରତରେ ହେବ । ୧୦୧ ଉପକରଣ ଆମଦାନୀ ଉପରେ କଟକଣା ଲଗାଯାଇଛି । ଭାରତରେ ପ୍ରତିରକ୍ଷା ଉତ୍ପାଦନ ବଢାଇବୁ । ଏନେଇ ଆସନ୍ତା ୬ରୁ ୭ ବର୍ଷ ମଧ୍ୟରେ ୪ ଲକ୍ଷ କୋଟିର ଚୁକ୍ତି ହେବ ।’

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking