29.1 C
Bhubaneswar
Saturday, April 20, 2024
Homeଓଡିଶାରାଜଧାନୀରେ ହରିଣ ମଜା

ରାଜଧାନୀରେ ହରିଣ ମଜା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଅନେକ ସମୟରେ ହାତୀ, ବାଘ, ବିଲୁଆ ଆଦି ପଶୁ ବୁଲୁଥିବାର ଦେଖିବାକୁ ମିଳୁଥିଲା । ଏବେ ରାଜଧାନୀରେ ହରିଣ ବୁଲୁଛି । ଆଜି ହରିଣମାନେ ନିର୍ଭୟରେ ବରମୁଣ୍ଡା ଜଗନ୍ନାଥ ବିହାର ଓ ଭରତପୁର ଅଭୟାରଣ୍ୟ ରାସ୍ତା କଡ଼ରେ ଚରୁଥିବା ଦେଖିବାକୁ ମିଳିଛି । ପ୍ରାୟ ଏକ ଘଣ୍ଟା ଧରି ହରିଣମାନେ ସ୍ୱଚ୍ଛନ୍ଦରେ ବିଚରଣ କରୁଥିଲେ । ଏହି ଦୃଶ୍ୟ ଦେଖିବାକୁ ରାସ୍ତା କଡ଼ରେ ବେଶ୍ ଭିଡ଼ ଜମିଥିଲା । ସ୍କୁଲ ଫେରନ୍ତା ପିଲା, ଛୋଟ ଶିଶୁମାନେ ମଧ୍ୟ ଆନନ୍ଦ ଉଠାଇଥିଲେ । ଯିଏ ବି ସେହି ରାସ୍ତାରେ ଯାଉଥିଲା, ଗାଡ଼ି ରଖି କିଛି କ୍ଷଣ ପାଇଁ ହରିଣଙ୍କୁ ନିରୀକ୍ଷଣ କରୁଥିଲା । ତେବେ ଉକ୍ତ ଅଞ୍ଚଳରେ ପାଣି ଥିବାରୁ କିଛି ଅସାମାଜିକ ବ୍ୟକ୍ତି ସେଠାରେ ଅଳିଆ ଆବର୍ଜନା ପକାଉଥିବାରୁ ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
https://onakhabar.com/2019/12/14/sachivalaya-marga-new-named-lokaseva-marga/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking