29.1 C
Bhubaneswar
Sunday, September 29, 2024
Homeଓଡିଶାଓସ୍କାର ଆୱାର୍ଡରେ ଦୀପିକାଙ୍କୁ ନୂଆ ଦାୟିତ୍ୱ

ଓସ୍କାର ଆୱାର୍ଡରେ ଦୀପିକାଙ୍କୁ ନୂଆ ଦାୟିତ୍ୱ

ନୂଆଦିଲ୍ଲୀ:ଅଭିନେତ୍ରୀ ଦୀପିକା ପାଦୁକୋନ। ସେ ବଲିଉଡର ନମ୍ବର ୱାନ୍ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ। ବଲିଉଡ ଠାରୁ ଆରମ୍ଭ କରି ହଲିଉଡ ଯାଏଁ ସବୁଠି ନିଜ ଆକ୍ଟିଂର ଜାଦୁ ଦେଖାଇ ସାରିଛନ୍ତି ଦୀପିକା। ଏବେ ଏହି ଅଭିନେତ୍ରୀଙ୍କୁ ମିଳିଛି ବଡ଼ ଦାୟିତ୍ୱ। ୯୫ତମ ଓସ୍କାର ପୁରସ୍କାର ପାଇଁ ତାଙ୍କୁ ବଡ଼ ଦାୟିତ୍ୱ ଦିଆଯାଇଛି। ଯାହା ଭାରତୀୟଙ୍କ ପାଇଁ ବଡ଼ ଖୁସି ଖବର ଆଣି ଦେଇଛି। ଚଳିତ ଓସ୍କାର ଆୱାର୍ଡ ସମାରୋହରେ ଉପସ୍ଥାପିକା ସାଜିବେ ଦୀପିକା। ୯୫ତମ ଓସ୍କାର ପୁରସ୍କାର ପାଇଁ ପ୍ରେଜେଣ୍ଟର ଲିଷ୍ଟରେ ତାଙ୍କ ନାଁ ସାମିଲ ଅଛି। ଏନେଇ ଦୀପିକା ନିଜେ ସୋଶାଲ ମିଡିଆରେ ଫଟୋ ଶେଆର କରି ସୂଚନା ଦେଇଛନ୍ତି। ଦୀପିକା ନିଜ ଇନ୍ଷ୍ଟାଗ୍ରାମରେ ଏକ ଲିଷ୍ଟ ଶେଆର କରିଛନ୍ତି, ଯେଉଁଥିରେ ଓସ୍କାର ୨୦୨୩ର ପ୍ରେଜେଣ୍ଟର୍ସମାନଙ୍କ ନାଁ ସାମିଲ ଅଛି। ଏହି ତାଲିକାରେ ରିଜ୍ ଅହମଦ, ଡୁଏନ୍ ଜନ୍ସନ୍, ଜେନିିଫର କନେଲି, ଏରିୟାନା ଡିବୋସ, ଏମିଲି ବ୍ଲଣ୍ଟ, ଗ୍ଲେନ କ୍ଲୋଜ, ସାମୁଏଲ୍ ଏଲ୍ ଜ୍ୟାକ୍ସନ, ମାଇକଲ ବି ଜର୍ଡନ୍, ଟ୍ରାୟ କୋତ୍ସୁର, ଜୋନାଥନ ମେଜର୍ସ, ମେଲିସା କ୍ୟାକ୍କାର୍ଥି, ଜେନେଲ ମୋନାଏ, କ୍ୱେଷ୍ଟଲବ, ଜୋ ସଲଦାନା ଓ ଡୋନି ୟେନ୍ଙ୍କ ସମେତ ଦୀପିକା ପାଦୁକୋନଙ୍କ ନାଁ ମଧ୍ୟ ସାମିଲ ଥିବା ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking