ଯାଜପୁର: ଯାଜପୁର ଜିଲ୍ଲାର ସୁକିନ୍ଦା ନିର୍ବାଚନ ମଣ୍ଡଳୀ କଳିଙ୍ଗନଗର ଷ୍ଟିଲ ରହିଛି । କିନ୍ତୁ ଦୀପ ତଳ ଅନ୍ଧାର । କାରଖାନା ମାଳ ମାଳ । କଳିଙ୍ଗନଗର କୁ ଲାଗିଥିବା ଗ୍ରାମ ଗୁଡିକ ମୌଳିକ ସୁବିଧା ରୁ ବଂଚିତ । ରାସ୍ତା ଘାଟ ପାନୀୟ ଜଳରୁ ବଂଚିତ । କାରଖାନା ର ଧୂଳି ଧୂଆଁ ରେ ଜର୍ଜରିତ କାରଖାନ ରେ ନିଯୁକ୍ତି ଘର ଶୂନ ପ୍ରଦ୍ୟୁଷଣ ବଳୟ ରେ ସମଗ୍ର ସୁକିନ୍ଦା ଅଂଚଳ । ବାୟୁ ମଣ୍ଡଳ ଓ ଜଳ ଦୂଷିତ ଯୋଗୁ କୀଡୀନି, ଚର୍ମ, ପେଟ ଯକ୍ଷ୍ମl ପ୍ରଭୁତି ମାରତ୍ମକ ରୋଗ ରେ ପୀଡିତ ହୋଇ ମୃତ୍ୟୁ ମୁଖ ପଡୁଛନ୍ତି । ପ୍ରଶାସନ ରାଜ ନେତା ଙ୍କ ନିଦ ଭାଙ୍ଗୁ ନାହିଁ । କଳିଙ୍ଗନଗର ଶିଳ୍ପା ଅଂଚଳରେ ଥିବା ବେଣାପାଟିଆ ଗ୍ରାମ ର ଲୋକ ମାନେ ମୌଳିକ ସୁବିଧା ରୁ ବଞ୍ଚିତ ଥିବା ରୁ ଭୋଟ ରୁ ବିରତି ରହିବା ପାଇଁ ଗ୍ରାମ ବୈଠକ ରେ ନିଷ୍ପତି ନେଇ ଛନ୍ତି l
ବୀଣାପାଟିଆ ଗ୍ରାମର ବାସିନ୍ଦlମାନେ ଦୀର୍ଘ ବର୍ଷଧରି ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଆସୁଥିବା ପ୍ରତିବାଦରେ ଚଳିତ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସମୂହ ଭୋଟ ବର୍ଜ୍ଜନ କରିବାକୁ ଚରମ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ସେମାନେ ଗ୍ରାମର ୱାର୍ଡ ସଭ୍ୟ ପାଇଁ କୋୖଣସି ନାମାଙ୍କନ ପତ୍ର ମଧ୍ୟ ଦାଖଲ କରିନାହାନ୍ତି । ଗ୍ରାମର ମୁଖ୍ୟ ସମସ୍ୟା ରାସ୍ତା ଓ ପାନୀୟ ଜଳର ସୁବନ୍ଦୋବସ୍ତ ପାଇଁ ଗ୍ରାମବାସୀମାନେ ଦୀର୍ଘ ବର୍ଷ ଧରି ଦାବି କରି ଆସୁଥିଲେହେଁ ରାଜନୈତିକ କିମ୍ବା ପ୍ରଶାସନିକ ସ୍ତରରେ କୋୖଣସି ପଦକ୍ଷେପ ନିଆନଯିବା ଫଳରେ ସେମାନେ ଏଭଳି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛନ୍ତି ବୋଲି କହିଛନ୍ତି । ପଞ୍ଚାୟତ ମୁଖ୍ୟାଳୟ ଶାଳୀଜଙ୍ଗା ଠାରୁ ଗ୍ରାମକୁ ରାସ୍ତା ନଥିବାରୁ ଗ୍ରାମବାସୀମାନେ ଅକଥନୀୟ ଦୁର୍ଦ୍ଦଶା ଭୋଗ କରୁଛନ୍ତି
। ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟକୁ ଯିବାକୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆବଶ୍ୟକ ବେଳେ ଗ୍ରାମକୁ ଆମ୍ବୁଲାନ୍ସ କିମ୍ବା ଅଗ୍ନିଶମ ଗାଡି ଆସିପାରୁନାହିଁ । ସୁକିନ୍ଦା ବିଧାୟକ ରାସ୍ତା ନିର୍ମାଣ ନିମନ୍ତେ ୬ମାସ ତଳେ ଶୁଭଦାନ କରିଥିଲେହେଁ ରାଜନୈତିକ ଇଛା ଶକ୍ତିର ଅଭାବ ଓ ପ୍ରଶାସନିକ ଅବହେଳାରୁ ଅଦ୍ୟାବଧି ରାସ୍ତା ନିର୍ମାଣ ଆରମ୍ଭ ହୋଇନାହିଁ । ଗ୍ରାମରେ ପାନୀୟ ଜଳର କୋୖଣସି ବ୍ୟବସ୍ଥା ନାହିଁ । ଗ୍ରାମରେ ଥିବା ବହୁ ପୁରାତନ ଏକ କୁପ ଜଳକୁ ପାନୀୟ ରୂପେ ବ୍ୟବହାର କରି ଗ୍ରାମବାସୀମାନେ ନାନା ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ କରିଛନ୍ତି । ଅନ୍ୟୁନ ୪ଶହରୁ ଉର୍ଦ୍ଧ୍ୱ ଭୋଟର ଥିବା ଏହି ଗ୍ରାମକୁ ମୌଳିକ ସୁବିଧା ଯୋଗାଇଦେବା ପାଇଁ ନିର୍ବାଚନ ସମୟରେ ବିଭିନ୍ନ ରାଜନୈତିକ ଦଳର ନେତାମାନେ ପ୍ରତିଶ୍ରୁତି ଦେଇ ଆସୁଥିଲେହେଁ ନିର୍ବାଚନରେ ବିଜୟ ଲାଭ କରିବାପରେ ସବୁ କିଛି ଭୁଲିଯାଉଥିବା ଦୃଷ୍ଟିରୁ ଗ୍ରାମର ସମସ୍ତ ମହିଳା ଓ ପୁରୁଷ ଦଳମତ ନିର୍ବିଶେଷରେ ଗ୍ରାମ ଖେଳ ପଡିଆଠାରେ ଏକ ବୈଠକରେ ମିଳିତ ହୋଇ ଦୀର୍ଘଦିନ ଧରି,ସେମାନେ ନିଷ୍ପେସିତ ହୋଇ ରହିଥିବାରୁ ଆଗାମୀ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସମ୍ପୂର୍ଣ ଭୋଟ ବର୍ଜ୍ଜନ କରିବାପାଇଁ ଚରମ ନିଷ୍ପତ୍ତି ନେଇଛନ୍ତି ।