31.1 C
Bhubaneswar
Tuesday, April 23, 2024
Homeବ୍ରେକୀଙ୍ଗରାଜ୍ୟ କୃଷିନିଗମ ଅଧ୍ୟକ୍ଷ କରୋନା ପଜେଟିଭ

ରାଜ୍ୟ କୃଷିନିଗମ ଅଧ୍ୟକ୍ଷ କରୋନା ପଜେଟିଭ

ମୟୂରଭଞ୍ଜ: କରୋନା ପଜେଟିଭ ତାଲିକାରେ ଯୋଡ଼ି ହୋଇଗଲା ଆଉ ଏକ ବଡ଼ ମୁଣ୍ଡ। କରୋନା ପୋଜେଟିଭ ଚିହ୍ନଟ ହେଲେ ରାଜ୍ୟ କୃଷିନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି। ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ ଲକଡାଉନ ଏବଂ ସଟଡାଉନର ଚକାଭଉଁରୀ ଭିତରେ ପେଶୀହୋଇ ଗରିବ ଦିନମଜୁରିଆ ପରିବାରଲୋକଙ୍କର ଜୀବନଜୀବିକା ବହୁଳ ଭାବରେ ପ୍ରଭାବିତ ହୋଇଥିଲା। ସେତେବେଳେ ନିଜ ଜୀବନକୁ ବାଜି ଲଗାଇ ଅଭାବୀ ଲୋକଙ୍କ ପାଖରେ ଚାଉଳ, ଚୁଡ଼ା, ଆଳୁ,ଡାଲି,ପିଆଜ ସହିତ ଗ୍ରସେରୀ ସାମଗ୍ରୀ ଧରି ପହଞ୍ଚି ଥିଲେ। ଆଉ ଲୋକଙ୍କ ଦୁର୍ଦ୍ଦଶା ସମୟରେ ପାଖରେ ଠିଆ ହୋଇ ସାହାଯ୍ୟ କରି ତାଙ୍କ ମୁହଁରେ ହସ ଫୁଟାଇବା ସୁଯୋଗ ହାତଛଡା କରିନଥିଲେ। ତେବେ ଲୋକଙ୍କ ସେବା କରିବା ପାଇଁ ଆଗେଇ ଆସି ଆଜି କରୋନା ପୋଜେଟିଭ ଚିହ୍ନଟ ହୋଇ ନିଜ ଘରେ ନିଜେ ଏକାନ୍ତ ବାସରେ ରହି ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ କରୋନା ପରୀକ୍ଷା କରାଇନେବାକୁ ପରାମର୍ଶ ଦେଇଛନ୍ତି। ଏଘଟଣା ପ୍ରଚାର ହେବା ପରେ ସମସ୍ତଙ୍କ ମୁହଁରେ ଦୁଃଖର କଳାବାଦଲ ଛାଇ ଯିବା ସହିତ ଆଶୁଆରୋଗ୍ୟ କାମନା କରି ବିଭିନ୍ନ ଦେବାଦେବୀଙ୍କ ମନ୍ଦିରରେ ତାଙ୍କର ଶୁଭେଚ୍ଛୁ ମାନେ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking