40.1 C
Bhubaneswar
Thursday, April 25, 2024
Homeଓଡିଶାବୃନ୍ଦାବନ ଧାମରେ ଫସିଛନ୍ତି ୫୯ ତୀର୍ଥ ଯାତ୍ରୀ

ବୃନ୍ଦାବନ ଧାମରେ ଫସିଛନ୍ତି ୫୯ ତୀର୍ଥ ଯାତ୍ରୀ

ଦେବଗଡ : ସାରା ବିଶ୍ୱକୁ କବଳିତ କରିଥିବା ‘କରୋନା’ ରୋକିବା ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଭାରତର ଜନସଧାରଣଙ୍କ ହିତକୁ ଦୃଷ୍ଟିରେ ରଖି ଲକଡାଉନ୍ ଘୋଷଣା କରିଛନ୍ତି । ଏହି ପରିପ୍ରେକ୍ଷୀରେ ତୀର୍ଥଯାତ୍ରାରେ ଯାଇଥିବା ୫୯ ଜଣ ଟ୍ରେନ୍ ବାତିଲ ଯୋଗୁଁ ବୃନ୍ଦାବନ ଧାମରେ ଫସି ରହିଛନ୍ତି । ସେମାନେ ହେଲେ ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ୍ ଅନ୍ତର୍ଗତ କରଲଗା ପଞ୍ଚାୟତର ଲିଙ୍ଗରାଜ ବସନ୍ତରା, ବିଦ୍ୟୁତପ୍ରଭା ବସନ୍ତରା, ନଳିନୀ ସାହୁ, ମରୁଆ ମହାନ୍ତି, ହୀରା ମହାନ୍ତି,ଦର୍ପଣୀ ସାହୁ, ଶରତ ସାହୁ, ରମେଶ ଚନ୍ଦ୍ର ବେହେରା,ସରୋଜିନୀ ବେହେରା, ବାରକୋଟ ବ୍ଲକ ବିଜୟ ନଗର ଗ୍ରାମର ରାଧା ବେହେରା ପ୍ରମୁଖ ତୀର୍ଥ କରିବା ପାଇଁ ଗତ ୧୩ ତାରିଖ ଠାରୁ ଉତ୍ତର ଭାରତର ତୀର୍ଥ ସ୍ଥଳୀ ଭ୍ରମଣରେ ବାହରିଥିଲେ । ସେମାନଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ପୂର୍ବରୁ ଟ୍ରେନ୍ ଟିକେଟ ସଂରକ୍ଷଣ କରାଯାଇଥିଲା । ମାତ୍ର ସେମାନେ ତୀର୍ଥସ୍ଥଳୀ ବୃନ୍ଦାବନରେ ପହଞ୍ôଚବା ପରେ ସମସ୍ତ ଟ୍ରେନ ବାତିଲ ହୋଇଥିବା ସହ ଆନ୍ତଃରାଜ୍ୟ ବସ ଚଳାଚଳ ମଧ୍ୟ ବନ୍ଦ ହୋଇଥିବା ଜାଣିବାକୁ ପାଇଥିଲେ । ଫଳରେ ସେମାନେ ଫେରି ନପାରି ଏକ ମଠରେ ଆଶ୍ରୟ ନେଇ ଥିବା ବେଳେ ବର୍ତ୍ତମାନ ସେଠାରେ ଫସି ରହିଛନ୍ତି । ସେହିପରି ବଲାଙ୍ଗିର, କଳାହାଣ୍ଡି, ସୋନପୁର ଓ ବୌଦ୍ଧ ଜିଲ୍ଲାର ତୀର୍ଥ ଯାତ୍ରୀଙ୍କୁ ମିଶାଇ ବୃନ୍ଦାବନ ଧାମରେ ମୋଟ ୫୯ଜଣ ତୀର୍ଥ ଯାତ୍ରୀ ଫଶି ରହିଥିବା ଜଣାପଡ଼ିଛି । ତେବେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ରାଜ୍ୟ ପରିବହନ ମନ୍ତ୍ରୀଙ୍କୁ ନିବେଦନ କରିବା ସହ ସେମାନେ ସୁରକ୍ଷିତ ଥିବା ଜଣାପଡ଼ିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking