39.8 C
Bhubaneswar
Thursday, April 18, 2024
Homeଦେଶ ବିଦେଶଆମ୍ବାନୀ ପରିବାରକୁ ହତ୍ୟା ଧମକ

ଆମ୍ବାନୀ ପରିବାରକୁ ହତ୍ୟା ଧମକ

ମୁମ୍ବାଇ: ଆମ୍ବାନୀ ପରିବାରକୁ ଧମକ । ବିଶିଷ୍ଟ ଉଦ୍ୟୋଗପତିଙ୍କ ମୁମ୍ବାଇରେ ଥିବା ଏଚଏନ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲକୁ ଏକ ଅଜ୍ଞାତ ନମ୍ବରରୁ ଧମକ ମିଳିଛି । ବୁଧବାର ଏକ ଅଜଣା ନମ୍ୱରରୁ ଏହି ଫୋନ କଲ ଆସିଥିବା ବେଳେ ହସ୍ପିଟାଲକୁ ବୋମାରେ ଉଡାଇ ଦେବା ପାଇଁ ଧମକ ଦିଆଯାଇଛି । ଏହାସହ ରିଲାଏନ୍ସ ଉଦ୍ୟୋଗର ମୁଖ୍ୟ ମୁକେଶ ଅମ୍ୱାନୀ, ତାଙ୍କ ପତ୍ନୀ ନୀତା ଅମ୍ୱାନୀ ଏବଂ ତାଙ୍କ ଦୁଇ ପୁଅ ଆକାଶ ଅମ୍ୱାନୀ ଏବଂ ଅନନ୍ତ ଅମ୍ୱାନୀଙ୍କୁ ଜୀବନରୁ ମାରିବାକୁ ଧମକ ଦିଆଯାଇଛି ।

ଏନେଇ ମୁମ୍ବାଇ ପୋଲିସ କହିଛି, “ବୁଧବାର ଡାକ୍ତରଖାନାର ଲାଣ୍ଡଲାଇନ ନମ୍ବରକୁ ଅଜ୍ଞାତ ନମ୍ବରରୁ ଫୋନ ଆସିଥିଲା । ଫୋନ ଉଠାଇବା ମାତ୍ରେ ବ୍ୟକ୍ତିଜଣକ ହସ୍ପିଟାଲକୁ ବୋମାରେ ଉଡାଇବା ସହ ଅମ୍ୱାନୀ ପରିବାରକୁ ହତ୍ୟା ଧମକ ଦେଇଥିଲେ ।” ଏନେଇ ଡିବି ମାର୍ଗ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି । ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking