33.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗହାବିଲଦାରଙ୍କ ଆକସ୍ମିକ ମୃତ୍ୟୁ

ହାବିଲଦାରଙ୍କ ଆକସ୍ମିକ ମୃତ୍ୟୁ

କେନ୍ଦୁଝର: କେନ୍ଦୁଝର ରିଜର୍ଭ ପୋଲିସରେ କାମ କରୁଥିବା ଜଣେ ହାବିଲଦାରଙ୍କ ଆକସ୍ମିକ ମୃତ୍ୟୁ ଘଟଣା ପାଇଁ ପୋଲିସ ବିଭାଗରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ନାମ ପ୍ରଶାନ୍ତ କୁମାର ସାହୁ ହୋଇଥିବା ବେଳେ ସେ କେନ୍ଦୁଝର ଜିଲ୍ଲା ସହତ ନୂଆସାହିର ବୋଲି ଜଣାପଡିଛି । ହୃଦଘାତ ଯୋଗୁଁ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି । ତେବେ ସେ ସବୁଦିନ ଭଳି ଆଜି ମଧ୍ୟ ଅନ୍ୟମାନଙ୍କ ସହିତ ପ୍ୟାରେଡ କରୁଥିଲେ । ହଠାତ୍ ଭଲ ନ ଲାଗିବାରୁ ସେଠାରେ ବସିପଡିଥିଲେ । ଅସୁସ୍ଥ ହୋଇପଡିବାରୁ ତାଙ୍କ ସହକର୍ମୀମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ହେଲେ କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା । ପରେ ତାଙ୍କୁ ରିଜର୍ଭ ପଡିଆରେ ଶେଷ ଶ୍ରଦ୍ଧାଂଜଳି ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking