34.1 C
Bhubaneswar
Friday, March 29, 2024
Homeଅପରାଧମୁସାରଫଙ୍କୁ ମୃତ୍ୟୁ ଦଣ୍ଡ

ମୁସାରଫଙ୍କୁ ମୃତ୍ୟୁ ଦଣ୍ଡ

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁସାରଫଙ୍କୁ ମୃତ୍ୟୁ ଦଣ୍ଡାଦେଶ କୋର୍ଟ ଦେଇଛନ୍ତି । ପାକିସ୍ତାନର ସ୍ୱତନ୍ତ୍ର ଅଦାଲତ ୭୬ ବର୍ଷ ବୟସର ପୂର୍ବତନ ସାମରିକ ମୁଖ୍ୟ ତଥା ପୂର୍ବତନ ରାଷ୍ଟ୍ରପତି ମୁସାରଫଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରାଯାଇଛି । ମୁସାରଫ ଏବେ ବିଦେଶରେ ରହୁଛନ୍ତି । ପାକିସ୍ତାନର ପେସୱାର କୋର୍ଟ ତାଙ୍କୁ ଏହି ଦଣ୍ଡ ବିଧାନ କରିଛନ୍ତି । ୨୦୦୭ରେ ୩ଟି ଘଟଣା ପାଇଁ ମୁସାରଫଙ୍କ ବିରୋଧରେ ମାମଲା ଅଭିଯୋଗ ହୋଇଥିଲା । ଏଥିରେ ସେ ଦେଶଦ୍ରୋହ, ଦେଶବିରୋଧରେ ଷଡ଼ଯନ୍ତ୍ର ନେଇ ତାଙ୍କ ବିରୋଧରେ ମାମଲା କରାଯାଇଥିଲା । ୨୦୦୭ରେ ଦେଶରେ ଜରୁରୀକାଳିନ ପରିସ୍ଥିତି ଜାରି ବିଚାରପତିମାନଙ୍କୁ ଗୃହବନ୍ଦୀ କରି ରଖିଥିଲେ ।
ଦେଶଦ୍ରୋହ ଓ ଦେଶବିରୋଧୀ ଷଡ଼ଯନ୍ତ୍ର ଅଭିଯୋଗରେ ପେଶୱାର କୋର୍ଟ ମାମଲାର ବିଚାର କରି ତାଙ୍କୁ ମୃତ୍ୟୁ ଦଣ୍ଡ ଦେଇଛନ୍ତି । କିନ୍ତୁ ଏହା କାର୍ଯ୍ୟକାରୀ ହେବା ନେଇ ପ୍ରଶ୍ନ ଉଠିଛି । ମୁସାରଫ ଏବେ ଦୁବାଇରେ ରହୁଛନ୍ତି । ପେଶୱାର କୋର୍ଟଙ୍କ ଆଦେଶ ବିରୋଧରେ ସେ ଲାହୋର ହାଇକୋର୍ଟ ଯାଇଛନ୍ତି । ଏହି ରାୟକୁ ରଦ୍ଦ କରିବା ଓ ଟ୍ରାଏଲ କୋର୍ଟରେ ଚାଲିଥିବା ମାମଲାକୁ ବନ୍ଦ କରିବା ପାଇଁ ସେ ଅନୁରୋଧ କରିଛନ୍ତି । ମୁସାରଫ କୋର୍ଟକୁ ଜଣାଇଛନ୍ତି ଯେ, ବର୍ତ୍ତମାନ ସେ ଅସୁସ୍ଥ ଅଛନ୍ତି । ଏଣୁ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ କୋର୍ଟରେ ଉପସ୍ଥିତ ହେବାକୁ ସମର୍ଥ ନ ହେବା ଯାଏ ଏହି ରାୟକୁ ସ୍ଥଗିତ ରଖିବା ପାଇଁ ସେ ନିବେଦନ କରିଛନ୍ତି ।
୨୦୦୭ ନଭେମ୍ବରରେ ଜାରି ହୋଇଥିବା ଜରୁରୀକାଳିନ ପରିସ୍ଥିତି ପାଇଁ ମୁସାରଫଙ୍କ ବିରୋଧରେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ କୋର୍ଟରେ ମାମଲା ଦାୟର କରିଥିଲେ । ୨୦୧୩ରୁ ଏହି ମାମଲା ପଡ଼ି ରହିଥିଲା ।
ସରିଫଙ୍କ ଝିଅ ମାରିୟମ ନୱାଜ କହିଛନ୍ତି ତାଙ୍କ ବାପାଙ୍କ ବିରୋଧରେ ପରଭେଜ ମୁସାରଫ ଷଡ଼ଯନ୍ତ୍ର କରି ଦେଶଦ୍ରୋହ ମାମଲା ଆଣିଥିଲେ ଏଣୁ ସେଥିନେଇ ସେମାନେ ମାମଲା ରୁଜୁ କରିଥିଲେ । ନୱାଜ ସରିଫ ଏକ ଦୁର୍ନୀତି ମାମଲାରେ ଦଣ୍ଡିତ ହୋଇ ଜାମିନରେ ଯାଇ ଲଣ୍ଡରେ ଚିକିତ୍ସିତ ହେଉଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking