30.1 C
Bhubaneswar
Thursday, April 25, 2024
Homeଅପରାଧବିବାହିତ ମହିଳାଙ୍କ ମୃତ୍ୟୁ : ସନ୍ଦେହରେ ବାପଘର  

ବିବାହିତ ମହିଳାଙ୍କ ମୃତ୍ୟୁ : ସନ୍ଦେହରେ ବାପଘର  

ବୌଦ୍ଧ : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ପୁରୁଣାକଟକ ଥାନା ଅର୍ନ୍ତଗତ ଫୁଲଝରୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବାପ ଘରେ ଜଣେ ବିବାହିତ ମହିଳାଙ୍କ ମୃତ୍ୟୁ ହେବା ପରେ ବାପଘର ଲୋକ ଶବକୁ ପୋଡି ଦେଇଥିବାରୁ ବର୍ତ୍ତମାନ ସନ୍ଦେହ ଘେରରେ ବାପଘର ଲୋକଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଫୁଲଝରୀ ଗ୍ରାମର ଶୁନ୍ୟବାସୀ କହଁରଙ୍କ ଝିଅ ଜିରା ଜଗଦଲା (୪୫) ରାମଗଡ ଗ୍ରାମର ଖଶେଶ୍ୱର ଜଗଦଲାଙ୍କୁ ବିବାହ କରିଥିଲା । ଜିରାଙ୍କ ପୁଅ ଓ ଝିଅ ମଧ୍ୟ ଅଛନ୍ତି । କୌଣସି କାରଣରୁ ଜିରା ଓ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ମନମାଳିନ୍ୟ ହୋଇଥିବା ଯୋଗୁଁ ପ୍ରାୟ ଏକ ମାସ ହେବ ଜିରା ବାପଘରେ ରହୁଥିଲେ । କିନ୍ତୁ ଗତ ଗୁରୁବାର ଜିରା ବାପଘର ଗାଁ ନିକଟସ୍ଥ ଏକ ଗଛରେ ଆତ୍ମହତ୍ୟା କରିଥିଲା । ଆତ୍ମହତ୍ୟା ପରେ ଜିରାର ବାପଘର ଲୋକ ଶବକୁ ରାତାରାତି ପୋଡ଼ି ଦେଇଥିଲେ । ଏପଟେ ଶବକୁ ପୋଡ଼ିଦେଇଥିଲେ ସୁଧା ସ୍ୱାମୀ କି ପୁଅ ଝିଅଙ୍କୁ କୌଣସି ଖବର ଦେଇନଥିବା ନେଇ ମୃତ ଜିରାର ସ୍ୱାମୀ ତାର ସ୍ତ୍ରୀକୁ ବାପଘର ଲୋକ ପୋଡି ମାରିଦେଇଥିବା ନେଇ ଅଭିଯୋଗ କରିବା ପରେ ଏବେ ସନ୍ଦେହ ଘେରରେ ଜିରାର ବାପଘର ଲୋକ । ଏପଟେ କିନ୍ତୁ ମୃତ ଜିରାର ବାପଘର ଲୋକଙ୍କ କହିବା କଥା ତାର ସ୍ୱାମୀ ଉକ୍ତ ଦିନ ଜିରାକୁ ନେବାକୁ ଆସିଥିଲା ଓ ଜିରାର ତା’ ସହିତ ସନ୍ଧ୍ୟାରେ ଯାଇଥିବା ମଧ୍ୟ କହୁଛନ୍ତି । ଏନେଇ ପୁରୁଣାକଟକ ଥାନାରେ ଏକ ମାମଲା ରୁଜୁ ହୋଇଛି । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ପୋଡାଯାଇଥିବା ସ୍ଥାନରୁ ପାଉଁଶ ଓ ହାଡ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking