30.1 C
Bhubaneswar
Wednesday, April 24, 2024
Homeଓଡିଶାପୁଣି ନର୍ସିଂହୋମ୍ ଚର୍ଚ୍ଚା : ପ୍ରସୂତିଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ପୁଣି ନର୍ସିଂହୋମ୍ ଚର୍ଚ୍ଚା : ପ୍ରସୂତିଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ସୋର : ସୋର ମ୍ୟୁନିସିପାଲିଟି ଅନ୍ତର୍ଗତ ବାଳେଶ୍ୱରସ୍ଥିତ ମିଶ୍ର ନର୍ସିଂହୋମକୁ ନେଇ ବିବାଦ ସୃଷ୍ଟି ହୋଇଛି । ଚିକିତ୍ସାରେ ଅବହେଳାରୁ ପ୍ରସୂତିଙ୍କ ମୃତ୍ୟୁ ହୋଇଥିବା ନେଇ ଉତ୍ତେଜନା ପ୍ରକାଶ ପାଇଛି ।
ସୂଚନା ଅନୁଯାୟୀ, ପ୍ରସବ ପରେ ଜଣେ ପ୍ରସୂତି ଗୁରୁତର ଅସୁସ୍ଥ ହୋଇ ଭୁବନେଶ୍ୱରର ସ୍ଥାନାନ୍ତର ହେଉଥିବାବେଳେ ପ୍ରାଣ ହରାଇଥିଲା । ତେବେ ମିଶ୍ର ଚିକିତ୍ସା ଅବହେଳାରୁ ଏହି ମୃତ୍ୟୁ ଘଟିଥିବା ଅଭିଯୋଗ କରି ସମ୍ପର୍କୀୟ ମାନେ ମୃତଦେହ ନର୍ସିଂହୋମ୍ ଆଗରେ ରଖି ହୋହଲା କରିଥିଲେ । ମୃତକ ହେଲେ ନୀଳଗିରି ଥାନା ଅଧୀନ କାଣ୍ଡଗରଡ଼ି ପଞ୍ଚାୟତ ପିଞ୍ଛାବଣିଆ ଗ୍ରାମର ଗଣେଶ ଚନ୍ଦ୍ର ମଲ୍ଲିକଙ୍କ ପତ୍ନୀ ଶ୍ରୀନତି(୨୨) । ଗତ ବୁଧବାର ରାତିରେ ଡ. ପ୍ରଭାକର ମିଶ୍ର ଶ୍ରୀନତିଙ୍କ ସିଜରିଙ୍ଗ୍ କରାଇଥିବା ବେଳେ କନ୍ୟା ସନ୍ତାନ ଜନ୍ମ ନେଇଥିଲା । ଏହାପରେ ପ୍ରସୂତି ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ । ତେବେ ଦାୟିତ୍ୱରେ ଥିବା ଡାକ୍ତର ନଆସିବାରୁ ଜଣେ ନର୍ସ ପ୍ରସୂତିଙ୍କୁ ଏକ ଇଞ୍ଜେକସନ୍ ଦେବା ପରେ ଅବସ୍ଥା ଅଧିକ ସଙ୍କଟାପନ୍ନ ହୋଇପଡ଼ିଥିଲା ବୋଲି ଅଭିଯୋଗ ହୋଇଛି । ସୋର ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ ତଦନ୍ତ ଅୋରମ୍ଭ କରିଥିବା ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking