31.1 C
Bhubaneswar
Friday, March 29, 2024
Homeଓଡିଶାବ୍ରହ୍ମପୁର ବଡ଼ ମେଡ଼ିକାଲରେ କରୋନା ପ୍ରଭାବ, ମାସକରେ ୪୬୧ ରୋଗୀ ମୃତ

ବ୍ରହ୍ମପୁର ବଡ଼ ମେଡ଼ିକାଲରେ କରୋନା ପ୍ରଭାବ, ମାସକରେ ୪୬୧ ରୋଗୀ ମୃତ

  1. ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ କରୋନା ଦ୍ୱିତୀୟ ଲହରରେ ସଂକ୍ରମଣ ସହିତ ମୃତ୍ୟୁହାର ବି ବୃଦ୍ଧି ପାଇଛି । ଏହି ସମୟରେ ପ୍ରସୂତି ମହିଳାଙ୍କ ଆକ୍ରାନ୍ତ ସଂଖ୍ୟା ମଧ୍ୟ ଦେଖିବାକୁ ମିଳିଛି । ଜିଲ୍ଲାର ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଘରୋଇ ଡାକ୍ତରଖାନାକୁ ଛାଡ଼ିଦେଲେ କେବଳ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ସଂକ୍ରମିତ ପ୍ରସୂତିଙ୍କ ସଂଖ୍ୟା ସାମ୍ନାକୁ ଆସିଛି । ସୂଚନା ଅନୁଯାୟୀ, ଗତ ଅଗଷ୍ଟ ମାସରୁ ଆଜି ପର୍ଯ୍ୟନ୍ତ ଡାକ୍ତରଖାନାରେ ମୋଟ ୨୦୨ ଜଣ ଗର୍ଭବତୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେଥିମଧ୍ୟରୁ ଅସ୍ତ୍ରୋପ୍ରଚାର ଯୋଗେ ୮୦ଜଣ ଶିଶୁ ଜନ୍ମ ନେଇଥିବା ବେଳେ ସ୍ୱାଭାବିକ ଭାବେ ୧୦୫ ଜଣ ଶିଶୁ ଜନ୍ମ ହୋଇଛନ୍ତି । ବର୍ତ୍ତମାନ ବଡ଼ ମେଡ଼ିକାଲ କୋଭିଡ୍ ହସ୍ପିଲାଲରେ ୧୭ ଜଣ ଗର୍ଭବତୀ କରୋନା ଆକ୍ରାନ୍ତ ଚିକିତ୍ସା ହୋଇଥିବା ମେଡିକାଲ ଅଧୀକ୍ଷକ ପ୍ରଫେସର୍ ସନ୍ତୋଷ କୁମାର ମିଶ୍ର କହିଛନ୍ତି । ଆକ୍ରାନ୍ତ ପ୍ରସୂତିଙ୍କ ପାଇଁ ସ୍ୱତନ୍ତ୍ର ଚିକିତ୍ସା ବ୍ୟବସ୍ଥା କରାଯାଇଛି । ଅନ୍ୟପକ୍ଷରେ କୌଣସି ନବଜାତ ଶିଶୁ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇନଥିବା ସେ କହିଛନ୍ତି । ଡାକ୍ତରଖାନାରେ ଶିଶୁ ଜନ୍ମ ହୋଇସାରିବା ପରେ କିଛି ଦିନ ମା’ ଓ ଛୁଆକୁ ଏଠାରେ ସମ୍ପୂର୍ଣ୍ଣ ଚିକିତ୍ସା କରାଯାଉଛି । ଅର୍ଥାତ ଅଗଷ୍ଟ ମାସ ଠାରୁ ଆଜି ପର୍ଯ୍ୟନ୍ତ ବଡ଼ ମେଡିକାଲରେ ମୋଟ ୧୮୫ ଜଣ ଶିଶୁ ଜନ୍ମ ହୋଇଥିବା ଜଣାପଡ଼ିଛି । ତେବେ ସୌଭାଗ୍ୟବଶତଃ ଆଜିଯାଏ କରୋନାରେ କୌଣସି ମା’ କିଛି ସ୍ୱାସ୍ଥ୍ୟଗତ ସମସ୍ୟା ଉପୁଜି ନାହିଁ । ଅନ୍ୟପକ୍ଷରେ ଯେତେବେଳେ କରୋନା ନଥିଲା, ସେତେବେଳେ ବଡ଼ ମେଡ଼ିକାଲରେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ମାସକୁ ୧୦୦ରୁ ୧୫୦ ଜଣ ରୋଗୀଙ୍କ ମୃତ୍ୟୁ ହେଉଥିବା ବେଳେ ଗତ ଏପ୍ରିଲ ମାସରେ ୪୬୧ ଜଣଙ୍କ ରୋଗୀଙ୍କ ମୃତ୍ୟୁ ହୋଇଥିବା ମେଡ଼ିକାଲ ସୂତ୍ରରୁ ଜଣାପଡ଼ିଛି । ଏପ୍ରିଲ ୧ ତାରିଖ ସୁଦ୍ଧା ଜିଲାରେ ୧୪୮ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ଦର୍ଶାଯାଇଥିବା ବେଳେ ଏପ୍ରିଲ ୩୦ ସୁଦ୍ଧା ଏହା ମାତ୍ର ୧୫୯ ବୋଲି ଦର୍ଶାଯାଇଥିଲା । ଅର୍ଥାତ ଏପ୍ରିଲ ମାସରେ ମାତ୍ର ୧୧ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking