33.1 C
Bhubaneswar
Wednesday, April 24, 2024
Homeମନୋରଞ୍ଜନମିଥିଲେଶ ଚତୁର୍ବେଦୀଙ୍କ ପରଲୋକ

ମିଥିଲେଶ ଚତୁର୍ବେଦୀଙ୍କ ପରଲୋକ

ମୁମ୍ବାଇ: ବଲିଉଡ ଜଗତରୁ ଆସିଛି ଏକ ଦୁଃଖଦ ଖବର । ସୂଚନା ଅନୁସାରେ, ବଲିଉଡର ଜଣାଶୁଣା ଅଭିନେତା ମିଥିଲେଶ ଚତୁର୍ବେଦୀଙ୍କ ଦେହାନ୍ତ ହୋଇଛି । ସୂଚନାନୁସାରେ, ହାର୍ଟ ସହ ଜଡ଼ିତ ରୋଗ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି । ଅଗଷ୍ଟ ୩ ତାରିଖ ସନ୍ଧ୍ୟାରେ ଲଖନଉରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

 ଏହି ଅଭିନେତାଙ୍କୁ ହାର୍ଟ ଆଟାକ୍ ଆସିଥିଲା । ଏହ ପରେ ସେ ସୁସ୍ଥ ହୋଇଥିଲେ । କିଛି ସମୟ ପରେ ତାଙ୍କୁ ନିଜ ହୋମ୍ ଟାଉନକୁ ସ୍ଥାନାନ୍ତର କରାଯାଇଥିଲା ଏବଂ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

ମିଥିଲେଶ ଚତୁର୍ବେଦୀଙ୍କ ଅଭିନୟ କ୍ୟାରିୟର ବିଷୟରେ କହିବାକୁ ଗଲେ ସେ ଅନେକ ବଲିଉଡ ଫିଲ୍ମ ଏବଂ ଜଣାଶୁଣା ଅଭିନେତାମାନଙ୍କ ସହ କାମ କରିଥିଲେ । ସେ ଫିଜା, କୋଇ ମିଲ ଗୟା, ସତ୍ୟ, ଗଦର: ଏକ ପ୍ରେମ କଥା, ବଣ୍ଟି ଅର ବବଲି, କୃଷ୍ଣ, ତାଲ, ମୋହଲା ଆସୀ ଏବଂ ରେଡି ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହା ବ୍ୟତୀତ ସେ ୱେବ୍ ସିରିଜ୍ ସ୍କାମ ୧୯୯୨: ଦ ହନସଲ୍ ମେହେତା ଷ୍ଟୋରୀରେ ମଧ୍ୟ କାମ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking