34.1 C
Bhubaneswar
Friday, March 29, 2024
Homeଅପରାଧଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ : ତରବରିଆ ଶବ ଦାହ, ଶ୍ମଶାନରୁ ହାଡ଼ ପାଉଁଶ ଜବତ

ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ : ତରବରିଆ ଶବ ଦାହ, ଶ୍ମଶାନରୁ ହାଡ଼ ପାଉଁଶ ଜବତ

ଗଞ୍ଜାମ : ଖଲ୍ଲିକୋଟ ଥାନା ଅନ୍ତର୍ଗତ ବିକ୍ରମପୁର ଗ୍ରାମରେ ଜଣେ ଯୁବତୀଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ପରିବାର ଲୋକେ ତରବରିଆ ଭାବେ ଶବ ସତ୍କାର କରିଥିବା କୁହାଯାଉଛି । ଖବର ପାଇ ପୁଲିସ ସାଇଣ୍ଟିଫିକ ଟିମ ସହ ଘଟଣା ସ୍ଥଳରେ ପହଞ୍ôଚ ତଦନ୍ତ କରିବା ସହ ଶ୍ମଶାନରୁ ହାଡ ଓ ପାଉଁଶ ଜବତ କରିଛି । ସୂଚନା ଅନୁଯାୟୀ ବିକ୍ରମପୁର ପାଟଣା ସାହିର ସୁରେନ୍ଦ୍ର ବାରିକଙ୍କ ଝିଅ ସାଗରିକା ବାରିକ(୨୧) ଙ୍କ ଗତକାଲି ରାତିରେ ନିଜ ଘରେ ସନ୍ଦେହ ଜନକ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ମୃତ୍ୟୁ ପରେ ପରିବାର ଲୋକେ ଅତ୍ୟନ୍ତ ତରବରିଆ ଭାବେ ଗାଁ ବାହାରେ ଥିବା ନିଜ ବିଲ ମଧ୍ୟରେ ଶବ ସତ୍କାର କରିଦେଇଥିଲେ । ଏନେଇ ପୁଲିସ ନିକଟରେ ଖବର ପହଞ୍ôଚବା ପରେ ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଖଲ୍ଲିକୋଟ ଥାନା ଏସଆଇ ଅମ୍ବିକା ବେଣିଆ ଓ ଦେବାଶୀଷ ମିଶ୍ର ମୃତ ସାଗରିକାଙ୍କ ଘରେ ପହଞ୍ôଚ ପରିବାର ଲୋକଙ୍କୁ ପଚରାଉଚରା କରିଥିଲେ । କୌଣସି କାରଣକୁ ନେଇ ସାଗରିକା ମୁଗରେ ପକାଯାଉଥିବା ବିଷ ପିଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ କହିଥିଲେ । ପୁଲିସ ଘର ଭିତରୁ ଉକ୍ତ ବିଷ ବୋତଲକୁ ଜବତ କରିଥିଲା । ଏହା ପରେ ବିଲ ମଧ୍ୟରୁ ଶବ ସତ୍କାର କରାଯାଇଥିବା ସ୍ଥାନରୁ ହାଡ଼ ଓ ପାଉଁଶ ଜବତ କରି ଫେରିଥିଲେ । ମୃତ ସାଗରିକା ଜଣେ ଉଚ୍ଚ ଶିକ୍ଷିତା ହୋଇଥିବାରୁ ତାଙ୍କ ମୃତ୍ୟୁ ପଛର କାରଣକୁ ନେଇ ପୁଲିସ୍ ସନ୍ଦେହ କରୁଛି । ଆସନ୍ତାକାଲି ତାଙ୍କର ହାଡ଼ ଓ ପାଉଁଶକୁ ଏଫଏମ୍‌ଟି ବିଭାଗକୁ ପଠାଯିବ । ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡିବ ବୋଲି ଖଲ୍ଲିକୋଟ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking